Advertisement

କରୋନା ଭାଇରସକୁ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କର ରହିଛି ଅନ୍ଧବିଶ୍ୱାସ

ଇସ୍‌ଲାମାବାଦ,୫ ।୪: କରୋନା ଭାଇରସ ଏବେ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ତା’କବଳକୁ ନେଇ ସାରିଥିବା ବେଳେ ସେଠାରେ ପ୍ରତିଦିନ ଶହ ଶହ ଲୋକଙ୍କ ଜୀବନ ଯିବା ଚିନ୍ତାର କାରଣ ପାଲଟିଛି । ହେଲେ କରୋନା ଭାଇରସକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅନ୍ଧ ବିଶ୍ୱାସ ରହିଛି ତାହା ଆଜି ଚର୍ଚ୍ଚାର ପରିସରକୁ ଚାଲି ଆସିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ କହିଛନ୍ତି କରୋନ ସାଧାରଣ ଫ୍ଲୁଠାରୁ ସାମାନ୍ୟ ଅଧିକ । ଏହା କେବଳ ବୃଦ୍ଧ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରେ । ତେଣୁ ପାକିସ୍ତାନ ଏହି କରୋନା ଭାଇରସ ସହ ଲଢିବାକୁ ସବୁ ପ୍ରକାର ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି । ଦେଶକୁ ଲକ୍‌ଡାଉନ୍ ଘୋଷଣା କଲେ ହଜାର ହଜାର ଗରିବ ନାନା ଅସୁବିଧାରେ ପଡିବେ ବୋଲି ସେ କହିଛନ୍ତି । ତେଣୁ ସେ ଦେଶକୁ ଲକ୍‌ଡାଉନ୍ ଘୋଷଣା କରିବେ ନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଏବେ ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାର ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ୪୦ ଅତିକ୍ରମ କରିଗଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୪୦ ବେଳକୁ ପୃଥିବୀର ୩୩ଟି ଦେଶରେ ମିଳିବନି ପିଇବା ପାଣି: ୨ ଶହ ସହରରେ ସୃଷ୍ଟି ହେବ ଜଳସଙ୍କଟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହରୁ...

ଆମେରିକା-ବ୍ରାଜିଲ-ସୌଦି ମୁଣ୍ଡରେ ଅଠା ବୋଳିଲା ଚାଇନା…

ବେଜିଂ,୩୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀର ଉତ୍ପତ୍ତି ନେଇ ଚାଇନା ଅନ୍ୟ ମୁଣ୍ଡରେ ଅଠା ବୋଳିବା ଲାଗି ଅଣ୍ଟା...

ପିପିଇ କିଟ୍‌ ନ ଥିବାରୁ ଚିକିତ୍ସା କଲେନି, ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୧।୮: ଗଞ୍ଜାମ ଜିଲାରେ ପୁଣି ଜଣେ ରୋଗୀଙ୍କ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆସିଛି। ପିପିଇ କିଟ ନ ଥିବା ଦର୍ଶାଇ ଶୁକ୍ରବାର ବ୍ରହ୍ମପୁରସ୍ଥିତ...

ସମଗ୍ର ବିଶ୍ୱ ପାଇଁ ଚାଇନା ଏକ ନମ୍ବର ବିପଦ: ସୁନକ

ଲଣ୍ଡନ,୨୫।୭: ବ୍ରିଟେନର ପ୍ରଧାନମନ୍ତ୍ରୀ ରେସ୍‌ରେ ଥିବା ଋଷି ସୁନକ ଚାଇନା ଉପରେ କଠୋର ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଯଦି ସେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୁଅନ୍ତି,...

ଶିକ୍ଷାରେ ବିପର୍ଯ୍ୟୟ ଆଣିବ କରୋନା

ନୂଆଦିଲ୍ଲୀ,୧୨ା୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ସାରା ବିଶ୍ୱର ଶିକ୍ଷାକୁ ଗୁରୁତର ପ୍ରଭାବିତ କରିବାକୁ ଯାଉଛି। ଯଦି ତୁରନ୍ତ ମହତ୍ୱାକାଂକ୍ଷୀ ନୀତି କାର୍ଯ୍ୟକାରୀ କରା ନଯାଏ ତେବେ...

ଭେଣ୍ଟିଲେଟରରେ ପୂର୍ବତନ ଭାରତୀୟ କ୍ରିକେଟର୍‌ ଚେତନ ଚୌହାନ

ଲକ୍ଷ୍ନୌ, ୧୫।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିବା ଚେତନ ଚୌହାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା...

ପୁଣି ରାଜ୍ୟରେ ୧୯ କରୋନା ପଜିଟିଭ୍‌ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ରବିବାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୧୧...

ଚାଇନା କରୋନା ପରିସ୍ଥିତି ଚିନ୍ତାଜନକ: ଉଦ୍‌ବେଗ ପ୍ରକାଶ କଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା,୩୦।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦାନୋମ ଗେବ୍ରେସିୟସ ଚାଇନାରେ କରୋନା ପରିସ୍ଥିତି ଗୁରୁତର ଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ...

Advertisement
Archives

Model This Week