କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଇରାନରେ ଶୁକ୍ରବାର ପ୍ରାର୍ଥନା ବାତିଲ୍‌: ଇଟାଲିରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଯିବା ମନା

ତେହରାନ,୬।୩: କରୋନା ଭାଇରସ୍‌ ଏବେ ମହମାରୀର ରୂପ ନେଇଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହାକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ପର୍ଯ୍ୟନ୍ତ ଏହା ୮୧ ଦେଶକୁ ନିଜର ଶିକାର କରିସାରିଲାଣି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ୧୬ଟି ଦେଶରେ ଏବେ ପର୍ଯ୍ୟନ୍ତ ୩,୨୮୧ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଏଥିରେ ସଂକ୍ରମିତ ହୋଇ ରୋଗୀଙ୍କ ସଂଖ୍ୟା ୯୫,୭୦୦କୁ ଟପିଛି। କରୋନା ଭୟରେ ଲୋକମାନେ ଘରୁ ବାହାରି ପାରୁ ନ ଥିବା ବେଳେ ୨୯କୋଟି ପିଲା ସ୍କୁଲକୁ ଯାଇପାରୁ ନାହାନ୍ତି। ଅନ୍ୟପଟେ ଏହି ସଂକ୍ରମଣକୁ ରୋକିବା ପାଇଁ ଇରାନରେ ଶୁକ୍ରବାର ପ୍ରାର୍ଥନାକୁ ସରକାର ବାତିଲ କରିଦେଇଛନ୍ତି। କରୋନା ଭୟ ଯୋଗୁ ସରକାର ଜେଲରେ ବନ୍ଦୀ ଥିବା ୫୪ହଜାର କଏଦୀଙ୍କୁ କିଛି ସମୟ ପାଇଁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ କରୋନା ଭାଇରସ୍‌ ବିଷୟରେ ସୂଚନା ଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ଓ୍ବେସାଇଟ୍‌ ଓ ସ୍ବତନ୍ତ୍ର ହସ୍ପିଟାଲ ତିଆରି କରାଯାଇଥିବା ଜଣାପଡ଼ିଛି। ସେହିପରି ଇଟାଲିରେ ଏପ୍ରିଲ ୩ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଖେଳ ପ୍ରତିଯୋଗିତା ସମୟରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଯିବାକୁ ସରକାର ବାରଣ କରିଛନ୍ତି। ଏଥିସହ ଦେଶର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ମାର୍ଚ୍ଚ ୧୫ ଯାଏ ବନ୍ଦ ରଖାଯାଇଛି। ଅପରପକ୍ଷେ କରୋନା ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ଚୁମ୍ବନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଚାର କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ବ୍ୟାଙ୍କକ୍‌,୭ା୩: ନୋଭେଲ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀସଂଖ୍ୟା ଶୁକ୍ରବାର ଲକ୍ଷେ ଟପିଛି। ଏହାକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏହାର...

ବ୍ରିଟେନରେ ପିଲାଙ୍କୁ ବିରଳ ରୋଗ

ଲଣ୍ଡନ,୨୯ା୪: କିଛିଦିନ ହେଲା ଆମେରିକା, ଇଟାଲୀ ଓ ସ୍ପେନରେ କରେନା (କୋଭିଡ୍‌-୧୯) ସଂକ୍ରମଣର ସ୍ଥିତିରେ ଧୀରେ ଧୀରେ ସୁଧାର ହେଉଥିବା ଲକ୍ଷ୍ୟ କରାଯାଉଥିବାବେଳେ ବ୍ରିଟେନରେ ଏହି...

ଦଳ ଗଢ଼ିବେନି ଟ୍ରମ୍ପ୍‌

ଓ୍ବାଶିଂଟନ, ୨।୩ (ପି.ଟି.): ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ...

ଏବେଠୁ ଚାଇନା ସତର୍କ

ଜାତିସଂଘ, ୨୫ା୯:ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍‌ଏସ୍‌ସି)ରେ ତୁରନ୍ତ ସଂସ୍କାର ଆଣିବା ଲାଗି ଜି-୪ ଗ୍ରୁପ ଯଥା ଭାରତ, ବ୍ରାଜିଲ, ଜାପାନ ଓ ଜର୍ମାନୀ ‘ଟେକ୍ସ୍‌ଟ ବେସ୍‌ଡ...

ଆର୍‌ଏନ୍‌ଏ-ଡିଏନ୍‌ଏ ମିଳନରୁ ପୃଥିବୀରେ ସୃଷ୍ଟି ହୋଇଛି ଜୀବନ: ଭାରତୀୟ ବଂଶୋଦ୍ଭବ କଲେ ଦାବି

କାଲିଫର୍ନିଆ,୩୦।୧୨: ପୃଥିବୀରେ କିଭଳି ଜୀବନ ସୃଷ୍ଟି ହେଲା ସେନେଇ ଗବେଷକମାନେ ବିଭିନ୍ନ ଗବେଷଣା ଜାରି ରଖିଛନ୍ତି। ଆମେରିକା କାଲିଫର୍ନିଆର ସ୍କ୍ରିପ୍ସ୍‌ ରିସର୍ଚ୍ଚ ସଂସ୍ଥା ପକ୍ଷରୁ କୁହାଯାଇଛି...

ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି...

ଓମିକ୍ରନ୍‌ଠାରୁ ଅଧିକ ସଂକ୍ରାମକ ‘ଏକ୍ସଇ’

ଜେନେଭା,୩।୪: କରୋନା ଭୂତାଣୁର ଆଉ ଏକ ନୂଆ ଭାରିଆଣ୍ଟ ‘ଏକ୍ସଇ’ ବ୍ରିଟେନରୁ ଚିହ୍ନଟ ହୋଇଛି। କୋଭିଡ୍‌-୧୯ର ସମସ୍ତ ପୂର୍ବ ଭାରିଆଣ୍ଟଠାରୁ ଏହା ଅଧିକ ସଂକ୍ରାମକ ବୋଲି...

ଆପ୍‌ କହିବ କ’ଣ ଚିନ୍ତା କରୁଛନ୍ତି ମହିଳା

ଟୋକିଓ: ଜାପାନର ଏକ କମ୍ପାନୀ ମହିଳାଙ୍କ ଚିନ୍ତାଧାରା ବୁଝିବା ପାଇଁ ତିଆରି କରିଛି ଏକ ଆପ୍‌। ଦାମ୍ପତ୍ୟ ଜୀବନରେ ମହିଳାଙ୍କ ଆଚାର ବ୍ୟବହାର ବୁଝିବା ଲାଗି...

Advertisement
Archives

Model This Week