କରୋନା ପ୍ରଭାବ: ସବୁ ପରୀକ୍ଷା ବାତିଲ

ଭୁବନେଶ୍ୱର, ୧୯।୩(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ ସ୍ଥଗିତ ରହିଛି। ରାଜ୍ୟ ସରକାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍‌ ପରିଚାଳିତ ସମସ୍ତ ସେମିଷ୍ଟର ଓ ଫାଇନାଲ ପରୀକ୍ଷାକୁ ଆସନ୍ତା ସୋମବାରଠାରୁ ସ୍ଥଗିତ ରଖାଯାଇଛି। ଏ ନେଇ ଗୁରୁବାର ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରୀଛାତ୍ର ଯୁକ୍ତ ୨ ପରୀକ୍ଷା ଦେଉଛନ୍ତି। ଏହି ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଚାଲିବାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୧।୨(ବ୍ୟୁରୋ): ଶନିବାରଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ସପ୍ତମୀ ମେଳା। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ଖଣ୍ଡଗିରି ଉଦୟଗିରି ପାଦଦେଶ। ସାରା ଦେଶରୁ ୩ହଜାରରୁ ଊର୍ଦ୍ଧ୍ୱ...

ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା : ଗଠନ ହେବ ଓଡ଼ିଶା କ୍ୟାନ୍‌ସର କେୟାର ଫାଉଣ୍ଡେଶନ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ସମୀକ୍ଷା ବୈଠକ ମଙ୍ଗଳବାର ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ...

୧ ନିୟୁତ ଟନ୍‌ ପାଉଁଶ ପରିବହନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୯।୧୦ (ବ୍ୟୁରୋ): ୨୦୨୦-୨୧ରେ ପଣ୍ୟ ପରିବହନରେ ନିଜର ଅଂଶ ବୃଦ୍ଧି କରିବାକୁ ପୂର୍ବତଟ ରେଳପଥ ଲକ୍ଷ୍ୟ ରଖିଛି। ସଡ଼କ ମାର୍ଗରେ ପରିବହନ ହେଉଥିବା ପଣ୍ୟକୁ ରେଳପଥ...

ସଦାଚାର ଗୃହ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର,୨୭।୮(ବ୍ୟୁରୋ)- ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ସଦାଚାର ଗୃହ କମିଟିର ପ୍ରଥମ ବୈଠକ ବିଧାନସଭାର ୫୩ ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।...

ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା: ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

ପୁରୀ ଅଫିସ,୯।୩: ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ନୀତି ପାଳିତ ହୋଇଛି। ଦୋଳପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି। ଫାଲଗୁନ ଶୁକ୍ଳ...

ଯୁକ୍ତ୨ ବଳକା ପରୀକ୍ଷା: ପ୍ରସ୍ତୁତି ନେଇ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତଥ୍ୟ ମାଗିଲା ସିଏଚ୍‌ଏସ୍‌ଇ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଯୁକ୍ତ ୨ ବଳକା ପରୀକ୍ଷା ପାଇଁ ପ୍ରସ୍ତୁତି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ପକ୍ଷରୁ ପରୀକ୍ଷା କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତଥ୍ୟ ମଗାଯାଇଛି।...

ୱାର୍ଡସଭ୍ୟଙ୍କୁ ଛୁରାମାଡ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧ା୧୧(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମର ୱାର୍ଡସଭ୍ୟ ଗଣପତି ପାତ୍ରଙ୍କୁ ଶୁକ୍ରବାର ରାତିରେ ଛୁରାମାଡ ହୋଇଛି। ରାତି ପ୍ରାୟ ସାଢେ ୯ ଟାରେ...

ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବାଲେଶ୍ୱର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିବେ।...

Advertisement
Archives

Model This Week