କରୋନା ପାଇଁ ହାଣ୍ଡିକୁଡ଼ୁଆ ବିକ୍ରି ବନ୍ଦ: କୁମ୍ଭକାରଙ୍କୁ ଘାରିଛି ପରିବାର ଚିନ୍ତା

ପୁରୀ ଅଫିସ,୨୮ା୩: କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଶହଶହ ସଂଖ୍ୟାରେ ମୁଣ୍ଡ ନେଇ ଚାଲିଥିବା ଏହି ପ୍ରାଣଘାତୀ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। ବିବାହ, ଉତ୍ସବ ଆଦି ଉପରେ କଟକଣା ଲଗାଯାଇଥିବାରୁ ବଡ଼ଦେଉଳରେ ମହାପ୍ରସାଦ(ବରାଦି ଭୋଗ) ନେବା ପାଇଁ ଅର୍ଡର ଆସୁନାହିଁ। ଫଳରେ ଶ୍ରୀମନ୍ଦିରକୁ ହାଣ୍ଡିକୁଡୁଆ ଯୋଗାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଏହାର ପ୍ରଭାବ ପଡିଛି କୁମ୍ଭକାରଙ୍କ ଉପରେ। ପରିବାର ପ୍ରତିପୋଷଣ କିପରି କରିବେ ସେନେଇ ଚିନ୍ତା ଘାରିଛି କୁମ୍ଭକାରଙ୍କୁ।
ଗତବର୍ଷର ପ୍ରଳୟଙ୍କରୀ ବାତ୍ୟାରେ ବେସାହାରା ହୋଇପଡ଼ିଥିଲେ କୁମ୍ଭକାର। ଭାଙ୍ଗିରୁଜି ଯାଇଥିଲା ଶାଳଘର ଓ ଭାଟି। ପୁରୀ ସହରରେ ୪୦୦ରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ବସବାସ କରୁଥିବାବେଳେ ବାତ୍ୟାରେ ୨୩୧ ପରିବାରର ଶାଳ ଘର ଏବଂ ଆସବାବପତ୍ର ନଷ୍ଟ ହୋଇଥିଲା। ଫଳରେ ପୁରୀ ସଦରର ପ୍ରାୟ ୧୫୦, ବ୍ରହ୍ମଗିରି, ୪୦୦, ସତ୍ୟବାଦୀ ୯୦ ଏବଂ ଗୋପ ବ୍ଲକର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପ୍ରଭାବିତ ହୋଇଥିଲେ। ଏ ପର୍ଯ୍ୟନ୍ତ ଅନେକ ନିଜ ଜୀବନ ଜୀବିକାକୁ ସମ୍ପୂର୍ଣ୍ଣ ଭାବେ ସଜାଡ଼ି ପାରି ନ ଥିବାବେଳେ ଏବେ ପୁଣି କରୋନା ମାଡ଼ ସେମାନଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ସମସ୍ତ କୁମ୍ଭକାର କରୋନାର ଅଜଣା ଆତଙ୍କରେ ଆତଙ୍କିତ ହୋଇପଡିଛନ୍ତି। କେବେ ମନ୍ଦିର ଖୋଲିବ ଏବଂ ସେମାନେ ହାଣ୍ଡିକୁଡ଼ୁଆ ବିକ୍ରି କରି ପରିବାର ପ୍ରତିପୋଷଣ କରିବେ ସେ ନେଇ ସନ୍ଦେହରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲାଭରମ୍‌ ପ୍ରଳକ୍ପକୁ ନେଇ ବିଧାନସଭାରେ ଉଦ୍‌ବେଗ: ଗୃହ କମିଟି ଗଠନ କରିବାକୁ ଦାବି

ଭୁବନେଶ୍ୱର, ୨୮।୬(ବ୍ୟୁରୋ): ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକୁ ନେଇ ବିଧାନସଭାରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ...

ପ୍ରତିଶ୍ରୁତିରେ ସୀମିତ ସରକାରୀ ଯୋଜନା: ରାଶନ କାର୍ଡରୁ ବଞ୍ଚତ୍ତ ଦିନମଜୁରିଆ କୃଷ୍ଣ

ବେଲପାହାଡ଼,୧୫।୧୦(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ପାୈର ପରିଷଦରେ ବହୁ ବ୍ୟବସାୟୀ ଓ ସ୍ବଚ୍ଛଳବର୍ଗ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ହୋଇ ରିହାତି ମୂଲ୍ୟରେ...

ଆଜିଠାରୁ ଖୋଲିବ ଅଙ୍ଗନୱାଡି କେନ୍ଦ୍ର: ୪୨୧ କେନ୍ଦ୍ରର ଗୃହ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ,୧ା୨: କରୋନା ସଂକ୍ରମିତ ଅଞ୍ଚଳ ବାହାରେ ଥିବା ରାଜ୍ୟର ଅଙ୍ଗନୱାଡି କେନ୍ଦ୍ର ଫେବୃୟାରୀ ୧ ରୁ ଖୋଲିବ। ଏ ନେଇ ରାଜ୍ୟ ସରକାର ଶନିବାର...

ଭୁବନେଶ୍ୱରରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା

ଭୁବନେଶ୍ୱର,୧ା୭(ବ୍ୟୁରୋ): ଭୁବନେଶ୍ୱରରେ ଗୁରୁବାର ଆଉ ୧ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିଛି । ଆସନ୍ତାକାଲି ଆଉ ୧୦ ଲକ୍ଷ ଟିକା ଓଡ଼ିଶାରେ ପହଞ୍ଚିପାରେ। ସେରମ ଇନଷ୍ଟିଚ୍ୟୁଟ୍‌ରୁ ୮...

ଚା’ ଖଟିରୁ ଉଠୁ ସ୍ୱର

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ପ୍ରଭାବ ସବୁଠି ପଡ଼ିଛି। ଏହା ସମସ୍ତେ ଅନୁଭବ କରୁଛେ। ସବୁବେଳେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆଲୋଚନା କରୁଛେ। ଏହାର ସମସ୍ୟା ଉପରେ...

ନୟାଗଡ଼ରେ ଆଉ ୩ କରୋନା ଆକ୍ରାନ୍ତ

ନୟାଗଡ଼ ଅଫିସ/ଗଣିଆ,୧୮ା୫(ଡି.ଏନ୍‌.ଏ.): ଗଣିଆ ବ୍ଲକର ୩ଜଣ ଚିହ୍ନଟ ପରେ ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚତ୍ଛି। ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ କ୍ୱାରାଣ୍ଟାଇନ୍‌...

CORONAVIRUS UPDATE: ରାଜ୍ୟରେ ୯୪,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୩,୬୮୨

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଶୁକ୍ରବାର ୩୦ ଜିଲାରୁ ୩,୬୮୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଥଇଥାନ ପରେ ଉଚ୍ଛେଦ କରାଯାଉ

ବାଲେଶ୍ୱର ଅଫିସ,୨୪।୨- ବାଲେଶ୍ୱର ସହର ଫାଣ୍ଡିଛକସ୍ଥିତ ଓଭରବ୍ରିଜ୍‌ ତଳେ ଦୋକାନ କରିଥିବା ବ୍ୟବସାୟୀମାନଙ୍କୁ ୧୫ଦିନ ମଧ୍ୟରେ ଉଚ୍ଛେଦ ପାଇଁ ବ୍ରିଟ୍‌ ପକ୍ଷରୁ ନୋଟିସ୍‌ ଦିଆଯାଇଛି। ଏହାର...

Advertisement
Archives

Model This Week