କରୋନା ପାଇଁ ପ୍ରଶାସନିକ କଟକଣା: ନିରାଡ଼ମ୍ବରରେ ପାଳିତ ହେଲା ମା’ ସୁନାମୁହିଁ ଯାତ୍ରା

ଭଣ୍ଡାରିପୋଖରୀ, ୧୩।୪(ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରତ୍ୟେକ୍ଷ ଦେବୀ ମା’ ସୁନାମୁହିଁ (ସୁବର୍ଣ୍ଣମୁଖୀ) ପୀଠ। ଏଠାରେ ପଣା ସଂକ୍ରାନ୍ତି ବହୁ ଧୁମ୍‌ଧାମ୍‌ରେ ପାଳନ ହୋଇଥିବାବେଳେ ଚଳିତବର୍ଷ କରୋନା ସଂକ୍ରମଣ ପାଇଁ ପ୍ରଥମଥର ନିରାଡ଼ମ୍ବରରେ ପାଳିତ ହୋଇଛି। ସୋମବାର ପ୍ରତ୍ୟୁଷରୁ ମା’ଙ୍କ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ପୂଜକ ବ୍ରଜ କିଶୋର ପଣ୍ଡା ଓ ଦେହୁରୀ ମାଗୁଣି ଦଳେଇଙ୍କ ଉପସ୍ଥିତିରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା। ପୀଠର ମହିମା ସମ୍ପର୍କରେ ମଧ୍ୟ ଅନେକ ଜନଶ୍ରୁତି ରହିଛି। ବ୍ଲକ ପ୍ରଶାସନର ବାରଣ ଏବଂ ଲୋକ ମାନଙ୍କ ସ୍ବତଃ ପ୍ରବୃତ୍ତ ଭାବେ ଏହି ପୀଠକୁ ଯେଉଁ ଭଳି ଭାବେ ଆସିବା କଥା କେହି ଆସି ନ ଥିଲେ। ଯେଉଁ ଭକ୍ତ ଆସିଥିଲେ ସାମାଜିକ ଦୂରତାରେ ରହି ମା’ଙ୍କୁ ଦର୍ଶନ କରି ଫେରିଥିଲେ। ଏହି ପୀଠକୁ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। କରୋନା ପାଇଁ ସୁନାମୁହିଁଙ୍କ ଯାତ୍ରା ଖାଁ ଖାଁ ଲାଗୁଛି।ଯେଉଁ ମେଳାରେ ଶତାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳୁଥିଲା ସେ ମେଳା ଆଜି ଶୂନଶାନ୍‌। ଏହି ଯାତ୍ରା ଏଠାରେ ୯ ଦିନ ଧରି ଚାଲିଥାଏ। ଚଳିତବର୍ଷ ଏହି ଯାତ୍ରା ତିନି ଦିନ ଧରି ଅନୁଷ୍ଠିତ ହୋଇ ଚଡ଼କ ଯାତ୍ରା ସମାପନ ହେବାର କାର୍ଯ୍ୟକ୍ରମ ରହିଥିବା ପୂଜକଙ୍କ ସୂତ୍ରରୁ ଜଣାଯାଇଛି। କମିଟି ନିଷ୍ପତ୍ତି ଅନୁଯାୟୀ ପୂଜାର୍ଚ୍ଚନା ଖାଲି ଚାଲିଛି। କମିଟିର ସଭାପତି ଗୋଲକ ବେହେରା, ଅନନ୍ତ କିଶୋର ଜେନା, ଉମାକାନ୍ତ ଜେନା, ଜଗନ ଭାରତୀ, ରବିନାରାୟଣ ଜେନା, ଗୌରାଙ୍ଗ ମହାପାତ୍ର ଗ୍ରାମବାସୀ ପ୍ରମୁଖଙ୍କ ସହଯୋଗରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ୩୦ପ୍ରବାସୀ

ଜୁନାଗଡ,୧୭।୫(ଡି.ଏନ୍‌.ଏ.)-ତାମିଲନାଡୁର କୋଏମ୍ବାଟୁରରେ ଫସି ରହିଥିବା କଳାହାଣ୍ଡି ଜିଲାର ୩୦ଜଣ ପ୍ରବାସୀ ରବିବାର ଏକ ବସ୍‌ ଯୋଗେ ଆସି ଜୁନାଗଡରେ ପହଞ୍ଚିଥିଲେ। ଏଥିରେ ଜୁନାଗଡ ବ୍ଲକର ୧୫,...

ନିଲାମ ହେଉନି ବାଲି ସଇରାତ

ବାରିପଦା ଅଫିସ,୧୭ା୩: ମୟୂରଭଞ୍ଜ ଜିଲାର ତିନୋଟି ବାଲି ସଇରାତରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପରେ ମଧ୍ୟ ଚୋରା ଚାଲାଣ ରୋକିବାରେ ପ୍ରଶାସନ ବିଫଳ ହୋଇଛି।...

ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ

କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...

୯୬,୫୦୦ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବଲାଙ୍ଗୀର ଜିଲାର ପ୍ରତିଭାବାନ ଛାତ୍ର ତାରାଚାନ୍‌ ରଣାଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି। ଅର୍ଥାଭାବରୁ ତାଙ୍କ ନାମଲେଖା ପ୍ରକ୍ରିୟାରେ...

୩ରେ ଖୋଲିବ ନନ୍ଦନକାନନ

ବାରଙ୍ଗ,୨ା୮(ଡି.ଏନ୍‌.ଏ.): ୩ ମାସ ଧରି ବନ୍ଦ ରହିଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୩ ତାରିଖ(ମଙ୍ଗଳବାର)ରେ ଖୋଲିବ। ଏନେଇ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ସୂଚନା...

ସ୍ନାନମଣ୍ଡପରେ ପଡ଼ିଲା ରକ୍ତଛିଟା

ପୁରୀ ଅଫିସ,୪ା୬: ରବିବାର ଶ୍ରୀଜିଉଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ତିନି ତିନୋଟି ଅଘଟଣ ଘଟିଛି। ସକାଳେ ଜଣେ ଭକ୍ତ ମନ୍ଦିର ଭିତରେ ଦର୍ଶନ କରୁଥିବା ବେଳେ...

ବେଆଇନ କାଠଗୋଲାରେ ଚଢ଼ାଉ

ବନ୍ତ, ୩୦।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବେଆଇନ କାଠଗୋଲାରେ ସୋମବାର ଜିଲା ବନ ବିଭାଗ ପକ୍ଷରୁ ଚଢ଼ାଉ...

ସନ୍ତାନ ପ୍ରସବ କରି ମହିଳାଙ୍କ ମୃତ୍ୟୁ: ଉତ୍ତେଜନା, ଡାକ୍ତରଖାନା ସମ୍ମୁଖରେ ଧାରଣା

କର୍ଲାମୁଣ୍ଡା,୨୧।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ଜଣେ ଗର୍ଭବତୀ ସନ୍ତାନ ପ୍ରସବ କରି ମୃତ୍ୟୁ ବରଣ କରିବା ପରେ ଉତ୍ତେଜନା ଦେଖାଦେଇଛି। କେଉଁ କାରଣରୁ...

Advertisement
Archives

Model This Week