କରୋନା ପଜିଟିଭ ଗୁଜବ କରି ୪ ଗିରଫ

ଜଗତ୍‌ସିଂହପୁର ଅଫିସ/ଏରସମା,୨୮ା୩(ସ୍ବ.ପ୍ର.): କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ହ୍ବାଟ୍‌ସଆପ୍‌ରେ ଗୁଜବ କରି ଗିରଫ ହୋଇଛନ୍ତି ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅଞ୍ଚଳର ୪ଜଣ। ସେମାନେ ହେଲେ ଏରସମା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପଏଦା ଗ୍ରାମର ମାନସ ରଞ୍ଜନ ସେଠୀ, ପୂର୍ବତନ ସରପଞ୍ଚ ତଥା ଜାନକାଦେଇପୁର ଗ୍ରାମର ଦୀପକ ଦାସ, ଏରସମାର ଜ୍ୟୋତି ପ୍ରକାଶ ରାଉତ ଓ ଉମେଶ ରାଉତ। ଗୁଜବ ସମ୍ପର୍କରେ ଏରସମା ପୋଲିସ ଶୁକ୍ରବାର ନିଜଆଡ଼ୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଛି। ଏନେଇ ଏକ ମାମଲା ନଂ-୪୯/୨୦ରୁଜୁ ହୋଇଥିବା ଏରସମା ଥାନା ଅଧିକାରୀ ପ୍ରଶାନ୍ତ ମାଝି ସୂଚନା ଦେଇଛନ୍ତି। ସେହିପରି ଲକ୍‌ଡାଉନ୍‌ ଉଲ୍ଲଂଘନ କରି ଶୁକ୍ରବାର ଜଗତ୍‌ସିଂହପୁର ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୯ଜଣ ଗିରଫ ହୋଇଥିବାବେଳେ ୮ଟି ବାଇକ୍‌ ଓ ୧୯ ହଜାର ଟଙ୍କା ଜବତ କରାଯାଇଛି। ଅନୁରୂପଭାବେ ଗତ ୨୬ ତାରିଖରେ ୩୫ ଜଣଙ୍କୁ ଗିରଫ କରାଯିବା ସହ ୯ଟି ବାଇକ୍‌ ଓ ୪୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଏସ୍‌ପି ପ୍ରକାଶ ଆର୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୮ ଆମ୍ବୁଲାନ୍ସ ସେବାରେ ବାଧକ ଫେକ୍‌ କଲ୍‌: ଦିନକୁ ଆସୁଛି ୭୦୦ ମିଥ୍ୟା କଲ୍‌, ପ୍ରକୃତ ହିତାଧିକାରୀଙ୍କୁ ଅସୁବିଧା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ୧୦୮ ଏବଂ ୧୦୨ ମାଗଣା ଆମ୍ବୁଲାନ୍ସ ପରିଚାଳନା ବ୍ୟବସ୍ଥା ନିଜର ମହତ୍‌ କାର୍ଯ୍ୟ ପାଇଁ ଅନେକ ସମୟରେ ପ୍ରଶଂସାର ପାତ୍ର ହୋଇଛି। କିନ୍ତୁ...

ସରକାରୀ ନିର୍ଦ୍ଦେଶକୁ ଫୁ’: ଶ୍ରମିକଙ୍କ ବଦଳରେ ଜେସିବିରେ ଚାଲିଛି ପୋଖରୀ ଖୋଳା

ଓଡ଼ଗାଁ, ୧।୫(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁରେ ଶ୍ରମିକ ଦିବସ ଅର୍ଥାତ୍‌ ମେ’ ୧ରେ ଶ୍ରମିକଙ୍କ ବଦଳରେ ଜେସିବି ଦ୍ୱାରା ପୋଖରୀ ଖୋଳା ଚାଲିଥିବା...

ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ

ଭଦ୍ରକ ଅଫିସ,୧୧।୧: ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ ୩୧ତମ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟକ ଭାବେ ଜିଲାପାଳ ଜ୍ଞାନରଞ୍ଜନ ଦାସ,...

୬ ମାସରେ ଗଲାଣି ୨୩୧ ଜୀବନ

ଛତ୍ରପୁର,୨୦ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି ା ଜିଲାରେ ଗତ ୬ ମାସ ମଧ୍ୟରେ ହୋଇଥିବା ୪୧୧ ଦୁର୍ଘଟଣାରେ ୨୩୧...

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋଗ୍ରାଫର ତ୍ରିନାଥ ସମ୍ବର୍ଦ୍ଧିତ

ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଫଟୋଗ୍ରାଫର୍‌ସ ୱେଲଫେୟାର୍‌ ଆସୋସିଏଶନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଛି। ଖଲିକୋଟ...

ଖଟିଆରେ ୨ କି.ମି. ବୁହାହେଲେ ରୋଗୀ

ମୁନିଗୁଡା,୨୪।୨(ଡି.ଏନ୍‌.ଏ.) ରାସ୍ତା ଖରାପ ଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀଙ୍କୁ ପରିବାର ଲୋକେ ୨ କି.ମି. ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ...

ପୌରପାଳିକା ଜାଗାରୁ ଚୋରା ଚାଲାଣ ହେଉଛି ମାଟି: ରାତିରେ ତାଡ଼ି ନିଆଯାଇଛି ଶହ ଶହ ଟ୍ରିପ୍‌

ଅନୁଗୋଳ ଅଫିସ, ୧୯।୧୨- ଅନୁଗୋଳ ପୌରପାଳିକାକୁ ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ହେଉଛି ମାଟି ଚୋରା ଚାଲାଣ। ଜେସିବି ଓ ଟିପ୍ପର...

ପଦ୍ମପୁରରେ ବ୍ୟାପୁଛି ଝାଡାବାନ୍ତି: ୨ ଦିନରେ ୩୦ ଆକ୍ରାନ୍ତ

ପଦ୍ମପୁର, ୧୨।୯(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ମାରିଗୁଡ଼ା ଓ ବହୁପଦର ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗତ ଦୁଇ ଦିନ ମଧ୍ୟରେ ଉଭୟ ଗ୍ରାମରେ ୩୦ରୁ...

Advertisement
Archives

Model This Week