କରୋନା ନେଲା କିସିଂ ବାବାଙ୍କ ଜୀବନ

ଭୋପାଳ/ନୂଆଦିଲ୍ଲୀ, ୧୩ା୬: ମହାକାରୀ କରୋନାର ତାଣ୍ଡବ ଜାରି ରହିଥିବା ବେଳେ କିସିଂ ବାବା ଭାବେ ଜଣାଶୁଣା ମଧ୍ୟପ୍ରଦେଶର ଆସ୍‌ଲାମର ଆତ୍ମଘୋଷିତ ଭଗବାନ ଭୂତାଣୁ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଲୋକମାନଙ୍କ ହାତକୁ କିସ୍‌କରି ସେ କରୋନା ରୋଗୀଙ୍କୁ ଭଲ କରିଆସୁଥିବା ଦାବି କରୁଥିଲେ। ଭକ୍ତମାନଙ୍କୁ କିସ୍‌ କରିବା ଦ୍ୱାରା ଅନେକେ ଭୂତାଣୁ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ୮୫ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୦ ଅନୁଗାମୀ କ୍ୱାରାଣ୍ଟାଇନ୍‌ରେ ଥଇବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦର୍ଶାଯାଇଛି। ଲୋକଙ୍କୁ ଭ୍ରମିତ କରି କଳାଯାଦୁ ଦେଖାଇବା ବାହାନାରେ କିସ୍‌ କରୁଥିବା ବାବାଙ୍କ ଗତ ୪ ତାରିଖରେ ଜୀବନ ଯାଇଥିଲା। ନାରାୟଣପୁରର ୧୩ ଅନୁଗାମୀଙ୍କୁ ମିଶାଇ ଅନେକ ଲୋକ ତାଙ୍କ ଯୋଗୁ ସଂକ୍ରମିତ ହୋଇଥିବା ନୋଡ଼ାଲ ଅଧିକାରୀ ଡାକ୍ତର ପ୍ରମୋଦ ପ୍ରଜାପତି ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ଆସ୍‌ଲମ୍‌ ଜିଲାରେ ଏବେ ୪୬ ଆକ୍ଟିଭ୍‌ ମାମଲା ଦେଖିବାକୁ ମିଳିଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱିକ୍‌ ହିଲର ପରବର୍ତ୍ତୀ ପିଢି ସିକ୍ୟୁରିଟି ସଲ୍ୟୁଶନ

ପୁଣେ,୧୯-୫: କ୍ୱିକ୍‌ ହିଲ ଟେକ୍ନୋଲୋଜି ଲିମିଟେଡ ପକ୍ଷରୁ ପରବର୍ତ୍ତିି ପିଢିର ସାଇବର ସିକ୍ୟୁରିଟି ସଲ୍ୟୁଶନ ଲାଇଟର ସ୍ମାର୍ଟର ଫାଷ୍ଟର ସମ୍ପର୍କରେ ଘୋଷଣା କରାଯାଇଛି। ଏଗୁଡିକ ଲାପଟପ...

ଖାଲକୁ ଖସିଲା ସ୍କୁଲ ବସ୍‌ ଡ୍ରାଇଭର ସମେତ ୩ ମୃତ

ଶିମଲା,୧।୭: ଶିମଲାର ଝଞ୍ଜିଡିରେ ସୋମବାର ଏକ ସ୍କୁଲ ବସ ଖାଲକୁ ଖସି ପଡିବା ଫଳରେ ଡ୍ରାଇଭର ଓ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।...

ହାଇକୋର୍ଟରୁ ନୀତୀଶ ସରକାରଙ୍କୁ ବଡ ଝଟକା!

ପାଟନା,୪।୫: ଜାତୀୟ ଜନଗଣନା ଉପରେ ରୋକ ଲଗାଇବାକୁ ନେଇ ଦାୟର କରାଯାଇଥିବା ଆବେଦନ ଉପରେ ଗୁରୁବାର ପାଟନା ହାଇକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ବିହାର ସରକାରଙ୍କ ନିଷ୍ପତ୍ତିକୁ...

ଗୁଜରାଟ ନିର୍ବାଚନରୁ ମତେ ଦୂରେଇ ରଖିବାକୁ ଚାହୁଁଛି ଭାଜପା, କହିଲେ ସିସୋଡିଆ…

ନୂଆଦିଲ୍ଲୀ,୧୭।୧୦ : ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏକ୍ସାଇଜ ପଲିସି ମାମଲାରେ ପଚରାଉଚରା କରିବାକୁ ଯାଉଛି। ଘରୁ ବାହାରିବା ପୂର୍ବରୁ ମନୀଷ ସିସୋଡିଆ ତାଙ୍କ...

ରଥଯାତ୍ରାକୁ କେନ୍ଦ୍ର, ରାଜ୍ୟର ସମର୍ଥନ: ପରମ୍ପରା ବଜାୟ ରହୁ କହିଲେ ସଲିସିଟର ଜେନେରାଲ

ନୂଆଦିଲ୍ଲୀ,୨୨।୬: ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସମ୍ମତି ପ୍ରକାଶ କରିଛନ୍ତି। ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା...

ଜୀବନସାଥୀଙ୍କ ମୃତ୍ୟୁ ପରେ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ପରେ ବି ଜୀବିତ ସାଥୀ କରିପାରିବେ ବିବାହ: ହାଇକୋର୍ଟ

ଆହ୍ଲାବାଦ,୨୨।୧୨: ଜୀବନସାଥୀଙ୍କ ମୃତ୍ୟୁ ପରେ ମିଳିଥିବା ଅନୁକମ୍ପାମୂଳକ ନିଯୁକ୍ତି ପରେ ବି ଜୀବିତ ଥିବା ସାଥୀ ବିବାହ କରିପାରିବେ। ଏନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କୌଣସି...

ଚୂଡ଼ାନ୍ତ ପରୀକ୍ଷାରେ ଫାଇଜର ଟିକା ୯୫% ଫଳପ୍ରଦ

ନୂଆଦିଲ୍ଲୀ, ୧୯।୧୧: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ୯୫ ପ୍ରତିଶତ ଫଳପ୍ରଦ। ଚୂଡ଼ାନ୍ତ ପରୀକ୍ଷାରୁ ଏହା ଜଣାପଡ଼ିଥିବା...

ଟୁଇଟରକୁ ଚେତାବନୀ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୨ ।୧୦: ଭାରତର ଭୁଲ୍ ମାନଚିତ୍ର ଦେଖାଇବା ଅଭିଯୋଗରେ କେନ୍ଦ୍ର ସରକାର ଟୁଇଟରକୁ କଡା ଚେତାବନୀ ଦେଇଛନ୍ତି । ସରକାର କହିଛନ୍ତି ଦେଶର ସାର୍ବଭୌମତ୍ନ ଓ...

Advertisement
Archives

Model This Week