କରୋନା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ମନ୍ତ୍ରୀ, ଅଫିସରଙ୍କୁ ବିଦେଶ ଗସ୍ତ ମନା; କୋହଳ ହେବ ବାୟୋମେଟ୍ରିକ୍‌ ଉପସ୍ଥାନ

ଭୁବନେଶ୍ୱର,୭।୩(ବ୍ୟୁରୋ): ବିଶ୍ୱବାସୀଙ୍କ ନିଦ ହଜାଇଥିବା କରୋନା ଭାଇରସ୍‌ ଭାରତରେ ପ୍ରବେଶ କଲାଣି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚତ୍ଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଶନିବାର ଏକ ସମୀକ୍ଷା ବୈଠକ କରିଛନ୍ତି। ଲୋକ ସେବା ଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା କୋହଳ କରାଯାଉ। ଘରୋଇ ମେଡିକାଲରେ ଆଇସୋଲେଶନ ବ୍ୟବସ୍ଥା କରାଯାଉ। ମେଡିକାଲ ଷ୍ଟୋରଗୁଡ଼ିକରେ ୯ ମାସ ଯାଏ ପର୍ଯ୍ୟାପ୍ତ ପରିମାଣର ମାସ୍କ ମହଜୁଦ ରଖାଯାଉ। ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉ। ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ଏସ୍‌ଏଚ୍‌ଜିଗୁଡ଼ିକ ସଚେତନତା ସୃଷ୍ଟି ପାଇଁ କାମ କରନ୍ତୁ। ପଞ୍ଚାୟତ ଓ ପଞ୍ଚାୟତ ସମିତିରେ ସଭା କରି ଲୋକମାନଙ୍କୁ ସଚେତନ କରାଯାଉ। ସ୍କୁଲ ଚଟାଣ, ଟେବୁଲ୍‌ ଓ ଡୋର୍‌ ହ୍ୟାଣ୍ଡେଲକୁ ବିଶୋଧନ କରିବାକୁ ରାଜ୍ୟ ଓ ଜିଲାସ୍ତରରେ ମୁଖ୍ୟ ଶାସନ ସଚିବ ଏବଂ ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ମାଲକାନଗିରି,୩୧ା୩: ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ବୁଧବାର ୩ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ ବିଜାପୁର ଜିଲା ବାସେଗୁଡ଼ା ଥାନା ଅନ୍ତର୍ଗତ ଚିନାତେରେମ...

ବେଣୁବାବା ମଠ ମହନ୍ତଙ୍କ ଦେହାନ୍ତ

ବରଗଡ଼ ଅଫିସ୍‌,୨୫।୪ ବରଗଡ଼ ଜୀରନଦୀ କୂଳ ଅମ୍ବାପାଲିରେ ରହିଥିବା ବେଣୁବାବା ମଠର ମହନ୍ତ ହରିଚରଣ ଦାସଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ...

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ  ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ରାଜ୍ୟ ବିଧାନସଭା ପକ୍ଷରୁ ମଙ୍ଗଳବାର ଏହି ବିଧିବଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରେ...

ରାହୁରେଖା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୨୨ା୮: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଏଥିପାଇଁ ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା...

ଶିଶୁକନ୍ୟାଙ୍କୁ ଅପହରଣ ଉଦ୍ୟମ, ମା’ଙ୍କୁ ଗୁଳିମାଡ଼

ବାସୁଦେବପୁର,୫।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର -ଇଚ୍ଛାପୁର ରାସ୍ତାର ଚଉରା ଛକଠାରେ ଶୁକ୍ରବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଜଣେ ଶିଶୁକନ୍ୟାଙ୍କୁ ଅପହରଣ ଉଦ୍ୟମ ସହ ତାଙ୍କ ମା’ଙ୍କୁ ଗୁଳିମାଡ଼...

ରାଜ୍ୟରେ ଆଜି ୫,୨୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୫,୨୩୫କରୋନା ଆକ୍ରାନ୍ତ ଚିହ୍ନଟ...

ଭୁବନେଶ୍ୱରରୁ ଆଜି ୬୯ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୧୮୦

ଭୁବନେଶ୍ୱର,୩।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୫୫...

ପରେଡ୍‌ରେ ଭାଗ ନେବେନି ସ୍କୁଲ୍‌ ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୮(ବ୍ୟୁରୋ): ଏଥର ଅଗଷ୍ଟ ୧୫ ପରେଡ୍‌ରେ ଭାଗ ନେବେନି ସ୍କୁଲ୍‌ ଛାତ୍ରୀଛାତ୍ର। କେବଳ ଓଏସ୍‌ଏପି, ଓଡ୍ରାଫ୍‌ ଓ ବିଏସ୍‌ଏଫ ପରେଡ୍‌ରେ ସାମିଲ ହେବେ । ରାଜ୍ୟରେ...

Advertisement
Archives

Model This Week