କରୋନା ଚିକିତ୍ସାକୁ ନେଇ ନର୍ସଙ୍କ ସହ ସିଧାସଳଖ କଥା ହେଲେ ମୋଦି

ପୁଣେ,୨୮।୩: ଦେଶର ବିପତ୍ତି ସମୟରେ ଏବେ କରୋନା ଯୋଦ୍ଧା ସାଜିଥିବା ନର୍ସଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ପୁଣେ, ନାଇଡୁ ହସ୍ପିଟାଲର ଜଣେ ସିନିଅର ନର୍ସଙ୍କ ପର୍ସନାଲ ନମ୍ବରକୁ ଫୋନ୍‌ କରି କଥା ହୋଇଛନ୍ତି। ଏହି ସମୟରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ନର୍ସଙ୍କୁ ସେ ଧନ୍ୟବାଦ୍‌ ଜଣାଇବା ସହ ସେମାନଙ୍କର ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ନାଇଡୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ସଂକ୍ରମଣଙ୍କ ସେବାରେ ଲାଗିଛନ୍ତି ପ୍ରାୟ ୬୦ ନର୍ସ। ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏମାନଙ୍କ ବିଷୟରେ କିଛି ତଥ୍ୟ ସଂଗ୍ରହ କରାଯାଇଥିଲା। ଆଉ ଶୁକ୍ରବାର ଏଠାରେ ପ୍ରାୟ ୨୦ ବର୍ଷ ହେବ କାମ କରୁଥିବା ନର୍ସ ଛାୟା ଜଗପାତଙ୍କ ସହ ମୋଦି ସିଧାସଳଖ କଥା ହୋଇ ଧନ୍ୟବାଦ ଜଣାଇବା ପରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏମାନଙ୍କର ମନୋବଳ ଆହୁରି ଦୃଢ ହୋଇଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେଲା କଂଗ୍ରେସର ବୈଠକ, ଅଧ୍ୟାଦେଶ ଉପରେ କେଜରିଓ୍ବାଲଙ୍କୁ ସମର୍ଥନ ଦେବାକୁ ନେଇ କିଛି ସ୍ପଷ୍ଟ ହେଲାନାହିଁ

ନୂଆଦିଲ୍ଲୀ,୨୯।୫: ମଧ୍ୟପ୍ରଦେଶ ନିର୍ବାଚନର ରଣନୀତି, ପାଇଲଟ ଗେହଲୋଟଙ୍କ ବିବାଦ ଓ କେଜରିଓ୍ବାଲଙ୍କୁ ସମର୍ଥନ ଏସବୁ ପ୍ରସଙ୍ଗକୁ ନେଇ ସୋମବାର କଂଗ୍ରେସ ମୁଖ୍ୟାଳୟରେ ହୋଇଛି ବୈଠକ। ଏବେ...

୧୫ ଦିନ ମଧ୍ୟରେ ଡେଙ୍ଗୁ କବଳରେ ଚାଲିଗଲା ପୂରା ପରିବାରର ଜୀବନ: କେବଳ ନବଜାତ ଶିଶୁ ଜୀବନ୍ତ

ହାଇଦ୍ରାବାଦ,୩୧।୧୦: ତେଲେଙ୍ଗାନାର ମଞ୍ଚେରିୟଲ ଜିଲାରେ ରହୁଥିବା ଏକ ପରିବାର ୧୫ଦିନ ମଧ୍ୟରେ ଡେଙ୍ଗୁ କବଳକୁ ଚାଲିଯାଇଛନ୍ତି। କଥାଟା ବିଶ୍ୱାସ ନ ହେଲେ ବି ସତ। ସୂଚନାଯୋଗ୍ୟ,...

ଆବଶ୍ୟକ ସଦସ୍ୟ ନ ଥାଇ ବି ସରକାରଙ୍କୁ ଜଗିବେ ସୋନିଆ: ସଂସଦୀୟ ଦଳ ନେତ୍ରୀ ନିର୍ବାଚିତ

ନୂଆଦିଲ୍ଲୀ,୧।୬: କଂଗ୍ରେସର ସଂସଦୀୟ ଦଳ ନେତ୍ରୀ ଭାବେ ପୁଣି ଥରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚିତ ହୋଇଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଶନିବାର ପୂର୍ବାହ୍ନରେ...

ଏଏପି ଛାଡ଼ିବେ ଅଲ୍‌କା ଲାମ୍ବା

ନୂଆଦିଲ୍ଲୀ, ୫ା୮(ପି.ଟି.): ଏଏପି ଉପରେ ଅସନ୍ତୁଷ୍ଟ ଥିବା ଚାନ୍ଦ୍‌ନିଚୌକ୍‌ ବିଧାୟକ ଅଲ୍‌କା ଲାମ୍ବା ଦଳ ଛାଡ଼ିବାକୁ ରବିବାର ଆଗ୍ରହ ପ୍ରକାଶ କରିଛନ୍ତି। ଜନସଭାରେ ସମର୍ଥକଙ୍କ ମତାମତ...

ଇରାନରେ ‘ର’ ଅଧିକାରୀଙ୍କୁ ବିପଦରେ ପକାଇଥିଲେ ଅନସାରୀ

ନୂଆଦିଲ୍ଲୀ,୯ା୭: ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର)ର ଜନୈକ ପୂର୍ବତନ ଅଧିକାରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ଇରାନରେ ଅନସାରୀ...

ଉପରମୁହାଁ କରୋନା ଗ୍ରାଫ୍‌: ୨୪ ଘଣ୍ଟାରେ ୧୧୩୦ ପଜିଟିଭ୍‌

ଭୁବନେଶ୍ୱର,୨୩।୭(ବ୍ୟୁରୋ) : ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍‌ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।...

ମୁସ୍‌ଲିମ ସଂରକ୍ଷଣ ଉଚ୍ଛେଦ ମେ’ ୯ ପର୍ଯ୍ୟନ୍ତ ସ୍ଥଗିତ

ନୂଆଦିଲ୍ଲୀ,୨୬ା୪: ମେ’ ୧୦ରେ କର୍ନାଟକ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୩ରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ...

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ୪୫ ହଜାର ଅତିଥି, ତାଲିକାରେ ସୋନିଆ-ରାହୁଲ-ଅଖିଳେଶଙ୍କ ନାମ…

ଲକ୍ଷ୍ନୌ,୧୭।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ସଫଳତା ପରେ ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଶପଥ ଗ୍ରହଣ...

Advertisement
Archives

Model This Week