କରୋନା ଗୁଜବ ପ୍ରଚାରକରି ଜେଲ ଗଲେ ଯୁବକ

ତାଳଚେର,୧୮।୩(ନି.ପ୍ର.): କରୋନା ସମ୍ପର୍କରେ ମିଛ ଖବର ପ୍ରଚାରକରି ସାଧାରଣରେ ଆତଙ୍କ ସୃଷ୍ଟି କରୁଥିବା ଜଣେ ଯୁବକଙ୍କୁ ତାଳଚେର କଲିୟାରୀ ପୋଲିସ ମଙ୍ଗଳବାର ରାତିରେ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଜୟକୃଷ୍ଣ ସାହୁ ଓରଫ୍‌ ରିଙ୍କୁ। ତାଙ୍କ ଘର ତାଳଚେର ବ୍ଲକ ବଡ଼ସିଙ୍ଗଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ରିଙ୍କୁ ମଙ୍ଗଳବାର ରାତିରେ ବଲଣ୍ଡା ଅଞ୍ଚଳରେ ଘୁରି ବୁଲିବା ସହ ଅନୁଗୋଳ ଜିଲା ନୂଆହତା ଗ୍ରାମର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ପ୍ରଚାର କରୁଥିଲେ। ଏହାକୁ ସେ ନିଜ ଫେସ୍‌ବୁକ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରିଥିଲେ। ଖବର ପାଇ କଳିୟାରୀ ପୋଲିସ ତଦନ୍ତ ପରେ ଘଟଣାର କୌଣସି ସତ୍ୟତା ନ ଥିବାରୁ ରିଙ୍କୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳ ୭ରୁ ୨ଟା ଯାଏ ବ୍ୟବସାୟ

ଅନୁଗୋଳ ଅଫିସ୍‌, ୩।୮: ସଂକ୍ରମଣ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶନାମା ନେଇ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ସରକାରୀ...

ସରକାରୀ ଅଧିକାରୀ,କର୍ମଚାରୀଙ୍କୁ ଜିଲାପାଳଙ୍କ ଚେତାବନୀ: ଅନୁପସ୍ଥିତ ରହିଲେ ନିଲମ୍ବନ

ପୁରୀ ଅଫିସ,୬ା୪: ବିଶ୍ୱ ମହାମାରୀ କରୋନା ସହିତ ଲଢୁଛି ବିଶ୍ୱ। କିପରି ଏହାକୁ ମୁକାବିଲା କରାଯାଇପାରିବ ତାହାକୁ ନେଇ ସମସ୍ତେ ଚିନ୍ତିତ। ଦିନକୁ ଦିନ ଅଧିକ...

କମିବ ‘ମୋ ବସ୍‌’ ଭଡ଼ା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ‘ମୋ ବସ୍‌’ ପ୍ରତି ଯାତ୍ରୀଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ନେବାପରେ ଏବେ ବସ୍‌ ଭଡ଼ା କମାଇବାକୁ ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ବିଶେଷକରି ‘ମୋ...

CORONAVIRUS UPDATE: ଯାଜପୁରରୁ ଆଉ ୨ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି

ଭୁବନେଶ୍ୱର, ୨।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ଶନିବାର ଅପରାହ୍ନରେ ଯାଜପୁରରୁ ଆଉ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ବକେୟା ଟଙ୍କା ପ୍ରଦାନ ଦାବି: ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବଡ଼ବିଲ,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ କାଶିଆସ୍ଥିତ ମେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ପରିବହନକାରୀ ସଂସ୍ଥା ଗୁରୁବାର ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଓଟିଇଟି ପରୀକ୍ଷା ପାଇଁ ହିନସ୍ତା ହେଲେ ପରୀକ୍ଷାର୍ଥୀ: ଶଙ୍ଖା, ମଙ୍ଗଳସୂତ୍ର କାଢ଼ି ପରୀକ୍ଷା ଦେଲେ ସଧବା

ଖଣ୍ଡପଡା,୬।୮(ସ୍ବ.ପ୍ର.)-ଚଳିତ ଓଟିଇଟି ପରୀକ୍ଷାରେ ନୟାଗଡ଼ ଜିଲା ପାଣିପଇଲା ନିକଟ ଇଞ୍ଜିନିୟରିଂ କଲେଜ ପରୀକ୍ଷାକେନ୍ଦ୍ରରେ ସୋମବାର ପରୀକ୍ଷାର୍ଥୀମାନଙ୍କୁ ବହୁ ହିନସ୍ତା ହେବାକୁ ପଡିଛି। ପରୀକ୍ଷାକେନ୍ଦ୍ର ଭିତରକୁ ପଶିବା...

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗୁ ହେଲା ଏନ୍‌ଏସଏ

ଭୁବନେଶ୍ୱର,୧୮।୧୨-ଗ୍ୟାଙ୍ଗଷ୍ଟର ସନ୍ଦିପ ଓରଫ୍‌ ରାଜା ଆଚାର୍ଯ୍ୟଙ୍କ ନାଁରେ ଜାତୀୟ ନିରାପତ୍ତା ଆଇନ୍‌ (ଏନ୍‌ଏସ୍‌ଏ) ଲାଗୁ ହୋଇଛି। ଦାଦାବଟି ଆଦାୟ ଓ ସର୍ବସାଧାରଣରେ ଆତଙ୍କ ସୃଷ୍ଟି ପାଇଁ...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ବୌଦ୍ଧ ଗସ୍ତ: ଆହାର କେନ୍ଦ୍ରରେ ଖାଦ୍ୟର ମାନ ପରଖିବାକୁ ଯାଇ ଖାଇଥିଲେ ଖାଦ୍ୟ

ବୌଦ୍ଧ,୧୧।୧୦(ସ୍ବ.ପ୍ର.): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ବୌଦ୍ଧ ଜିଲା ଗସ୍ତକରି ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ...

Play 250+ Trending Games
Archives

Model This Week

Why Dharitri