କରୋନା କଟକଣା: ଲୋକସେବା ଭବନ ପାସ୍‌ ବନ୍ଦ; ଥଣ୍ଡାଜ୍ୱର ଥିଲେ ଛୁଟିରେ ରହିପାରିବେ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଚାଇନାରୁ ସୃଷ୍ଟ କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ବିଶ୍ୱର ନିଦ ହଜାଇଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି। ରାଜ୍ୟରେ ମଧ୍ୟ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କଟକଣା ଲାଗୁ କରାଯାଉଛି। ଏହି କ୍ରମରେ ଲୋକସେବା ଭବନରେ କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଓ ଟିମ୍‌ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇଛି। ଲୋକସେବା ଭବନର ପାସ୍‌କୁ ବନ୍ଦ କରିଦିଆଯାଇଛି। ତେବେ ଭିଜିଟର୍‌ ପାସ୍‌ ବନ୍ଦ କରାଯାଇଥିବା ବେଳେ ନିହାତି ଆବଶ୍ୟକ ଥିଲେ ଅନୁମତି ମିଳିବ। କର୍ମଚାରୀଙ୍କୁ ଥଣ୍ଡା, ଜ୍ୱର ଓ କାଶ ହେଉଥିଲେ ସେ ଛୁଟି ନେଇପାରିବେ। ଏପରିକି ସେମାନେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ ଲିଭ୍‌ରେ ରହିପାରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଗୁରୁବାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଣ୍ଠକଟାର ସ୍ବଚ୍ଛତା ଉପରେ ଜିଲାପାଳଙ୍କ ଗୁରୁତ୍ୱ

ପୁରୀ ଅଫିସ, ୮ା୮:  ବାତ୍ୟା ଫନୀରେ ପୁରୀ ସହରସ୍ଥ ବସ୍ତିଗୁଡ଼ିକ ମଧ୍ୟରୁ ସମୁଦ୍ର ଉପକୂଳ ପେଣ୍ଠକଟା ବସ୍ତି ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏଠାରେ ବ୍ୟାପକ ସଂଖ୍ୟାରେ...

କଟକରେ ବ୍ୟବସାୟୀଙ୍କଠାରୁ ଜାଲନୋଟ ଜବତ, ଜମା ପାଇଁ ବ୍ୟାଙ୍କ ନେଇଥିବା ବେଳେ ଧରାପଡ଼ିଲେ

କଟକ ଅଫିସ,୨୨।୧: ମର୍କତନଗର ଥାନା ପୋଲିସ ବୁଧବାର ଜଣେ ବ୍ୟବସାୟୀଙ୍କଠାରୁ ଜାଲ ନୋଟ ଜବତ କରିଛି। ବ୍ୟବସାୟୀ ଜଣକ ସେକ୍ଟର -୯ରେ ଥିବା ଏସ୍‌ବିଆଇ ଶାଖାରେ...

ଢେଙ୍କାନାଳରେ ରାଇସ୍‌ ମିଲ୍‌ ପାଚେରି ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା ସହାୟତା, ମିଲ୍‌ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଢେଙ୍କାନାଳ ଅଫିସ,୯।୬: ଢେଙ୍କାନାଳ ସହର ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡ଼ି ପଡ଼ିବାରୁ ରବିବାର ୪ ଜଣଙ୍କ ମୃତ୍ୟୁ ଘଟିଥିଲା।...

ଭୁବନେଶ୍ୱରରୁ ଆଜି ୫୮୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୯(ବ୍ୟୁରୋ)-ଭୁବନେଶ୍ୱର ମହାନଗର ନିଗମ(ବିଏମସି)ରୁ ଆଜି ପୁଣି ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୨୨୧ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ...

ରବି କାନ୍ତ ସ୍ବତନ୍ତ୍ର ଆବାସିକ କମିଶନର ନିଯୁକ୍ତ

ଭୁବନେଶ୍ୱର,୯।୧୧(ବ୍ୟୁରୋ): ୧୯୯୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ରବି କାନ୍ତଙ୍କୁ ରାଜ୍ୟ ସରକାର ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନର ସ୍ବତନ୍ତ୍ର ଆବାସିକ କମିଶନର ଭାବେ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ...

ପାରଳାଖେମୁଣ୍ଡିଠାରେ ହେବ ଗୋପୀନାଥ ଗଜପତିଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ରାଜକୀୟ ଅନ୍ତିମ ସଂସ୍କାର ଶୁକ୍ରବାର ପାରଳାଖେମୁଣ୍ଡିଠାରେ କରାଯିବ। ଗଜପତିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ...

ଆପଣମାନେ ଖୁସି ତ, ମୁଁ ବି ଖୁସି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। କଂଗ୍ରେସ ଦଳ ନେତା ତାରାପ୍ରସାଦ ବାହିନୀପତିଙ୍କ ଏହି ଡାଇଲଗ୍‌କୁ ନେଇ ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବା...

ସୃଜନଶୀଳତାର ଅନ୍ୟ ନାମ ଅରୁଣିମା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଛି। ୩ରୁ ୬ବର୍ଷ...

Coronavirus Update


Archives

Model This Week

Why Dharitri