କରୋନା ଆତଙ୍କ ନ ସରୁଣୁ ପୃଥିବୀ ଉପରେ ପୁଣି ମାଡ଼ି ଆସୁଛି ବିପଦ: ଏବର୍ଷ ୧୬ରୁ ଅଧିକ ସାମୁଦ୍ରିକ ଝଡ଼ !

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି । ଏପରିସ୍ଥଳେ କଲୋରାଡୋ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗ ହୋଇଥିବା ଏକ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ, ଚଳିତ ୨୦୨୦ ବର୍ଷରେ ୧୬ରୁ ଅଧିକ ସାମୁଦ୍ରିକ ଝଡ଼ ଯୋଗୁ ପୃଥିବୀର ବିଭିନ୍ନ ଦେଶ ଉପରେ ବିପଦ ଦେଖାଦେବ । ଆଟଲାଣ୍ଟିକ୍ ମହାସାଗର ଉପରେ ବାୟୁର ଗତିରୁ ଏପରି ପୂର୍ବାନୁମାନ କରାଯାଇଛି । ବାତ୍ୟା ମଧ୍ୟରେ ୮ ହରିକେନ୍ ରହିବାର ଅନୁମାନ କରାଯାଇଛି । ସେଥିମଧ୍ୟରୁ ୪ଟି ହରିକେନ୍ ବେଶ୍ ଶକ୍ତିଶାଳୀ ହେବ । ଏସବୁ ଦ୍ୱାରା ବହୁ କ୍ଷୟକ୍ଷତିର ଆଶଙ୍କା ମଧ୍ୟ ରହିଛି । ଏହାଯୋଗୁ ପ୍ରଭାବିତ ଅଞ୍ଚଳରେ ଘଣ୍ଟାପ୍ରତି ୧୧୧ କିଲୋମିଟରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଜୁନ୍ ୧ରୁ ନଭେମ୍ବର ୩୦ ମଧ୍ୟରେ ଏସବୁ ସାମୁଦ୍ରିକ ଝଡ଼ ଅନୁଭୁତ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସାମୁଦ୍ରିକ ଝଡ଼ ଯୋଗୁ ଆମେରିକାରେ ୬୯ ପ୍ରତିଶତ ଭୂସ୍ଖଳନ ହେବାର ଆଶଙ୍କା ଥିବା ପାଣିପାଗ ବିଭାଗ କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହୋଇଗଲା ବଡ଼ ଭୁଲ, ଆତଙ୍କବାଦୀ ବଦଳରେ ନିରୀହଙ୍କ ଉପରେ ବୋମା ମାଡ଼…

ଓ୍ବାଶିଂଟନ,୧୧।୯: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ବିସ୍ଫୋରଣ ପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିଲା। ତେବେ ଏଥିରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କର ବଡ଼ ଭୁଲ୍‌ ହୋଇଥିଲା।...

ମଙ୍କିପକ୍ସରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ

ଆବୁଜା, ୩୦ା୫: ନାଇଜେରିଆରେ ସଂକ୍ରାମକ ମଙ୍କିପକ୍ସ ରୋଗରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ ଘଟିଛି। ନାଇଜେରିଆ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ(ସିଡିସି) ପକ୍ଷରୁ...

ସେନା ହେଲିକପ୍ଟର ଦୁର୍ଘଟଣାରେ ୪ ମୃତ

ଜାକର୍ତ୍ତା, ୭ା୬: ଇଣ୍ଡୋନେସିଆର ଏକ ସେନା ହେଲିକପ୍ଟର କେନ୍ଦ୍ରୀୟ ଜାଭା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଗୁରୁତର...

ଟିକା ନେଇ ନ ଥିବା ଲୋକଙ୍କ ପାଇଁ ଘାତକ ହେବ ଓମିକ୍ରନ୍‌: ଡବ୍ଲୁଏଚଓ

ଜେନେଭା,୨୪ ।୧: କରୋନା ସଂକମ୍ରଣ ମାମଲା କିଛିଦିନ ହେବ ୩୩ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଏହାଯୋଗୁ ମୃତ୍ୟୁ ସଂଖ୍ୟାରେ ବି ୪୪ ପ୍ରତିଶତ...

ଖାଶୋଗୀ ହତ୍ୟାରେ ଏମ୍‌ବିଏସ୍‌ଙ୍କ ବିମାନ

ଓ୍ବାଶିଂଟନ, ୨୭।୨: ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌) ସମ୍ପୃକ୍ତ ଥିବା...

ଜୁନ୍‌ ପର୍ଯ୍ୟନ୍ତ ପାକିସ୍ତାନକୁ ମହଲତ

ନୂଆଦିଲ୍ଲୀ, ୨୨ା୨: ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦକରିବା ସହ ତୁରନ୍ତ ଏଫ୍‌ଏଟିଏଫ୍‌ (ଫାଇନାନ୍ସିଆଲ୍‌ ଆକ୍ସନ୍‌ ଟାସ୍କଫୋର୍ସ) ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ କରିବାକୁ ପାକିସ୍ତାନକୁ ଚେତାବନୀ...

ଆମେରିକୀୟଙ୍କ ପ୍ରବେଶକୁ ମେକ୍ସିକୋର ବିରୋଧ

ମେକ୍ସିକୋ ସିଟି,୨୭ା୩(ପି.ଟି.): ମେକ୍ସିକୋ ନାଗରିକମାନଙ୍କ ପ୍ରବେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋର୍‌ଦାର ବିରୋଧ କରିଆସୁଥିଲେ। ମେକ୍ସିକୀୟମାନଙ୍କ ଯୋଗୁ ଆମେରିକାରେ ଅର୍ଥନୈତିକ ଓ ସାମାଜିକ ସମସ୍ୟା...

ୟୁକ୍ରେନ୍‌ର ନେତୃତ୍ୱ ବଦଳାଇବାକୁ ପରାମର୍ଶ ଦେଲେ ପୁଟିନ

ମସ୍କୋ,୨୬।୨: ଆକ୍ରମଣର ଦ୍ୱିତୀୟ ଦିନରେ ରୁଷିଆ ସେନା ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ପ୍ରବେଶ କରିଛି। ଆମେରିକା, ବ୍ରିଟେନ୍‌ ସମେତ ୟୁରୋପୀୟ ସଂଘ ପକ୍ଷରୁ କଠୋର କଟକଣା...

Advertisement
Archives

Model This Week