Posted inଖେଳ

କରୋନା ଆତଙ୍କ: ଇଂଲଣ୍ଡ ଗସ୍ତରୁ ଓହରିଲେ ଆମୀର, ସୋହେଲ

ଲାହୋର,୧୨।୬: ସାରା ବିଶ୍ୱ ଏବେ କରୋନ ଭାଇରସ୍‌ ସହ ଲଢୁଛି। ତେବେ ପାକିସ୍ତାନ ତା’ର ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି ଜାରି ରଖିଛି। ତେବେ ଏହି ଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମୀର ଓ ବ୍ୟାଟ୍ସମ୍ୟାନ ହାରିସ ସୋହେଲ ଓହରିଯାଇଛିନ୍ତି। ଫଳରେ ପାକିସ୍ତାନର ପ୍ରସ୍ତୁତିକୁ ଜବରଦସ୍ତ ଝଟ୍‌କା ଲାଗିଛି। ଅଗଷ୍ଟ ଓ ସେପ୍ଟେମ୍ବରରେ ପାକିସ୍ତାନ ଘରୋଇ ଇଂଲଣ୍ଡ ବିପକ୍ଷରେ ୩ଟି ଲେଖାଏ ଟେଷ୍ଟ ଓ ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ନିଜର ଦ୍ୱିତୀୟ ସନ୍ତାନ ଜନ୍ମ ପାଇଁ ଅମୀର ଏହି ଗସ୍ତରୁ ଓହରିଯାଇଛନ୍ତି ବୋଲି ବୋଲି କହିଛନ୍ତି। ସେହିପରି ସୋହେଲ ପାରିବାରିକ କାରଣ ଦର୍ଶାଇ ଓହରିଯାଇଛନ୍ତି। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଘୋଷଣା କରିଛି। ଏହି ଗସ୍ତରେ ପାକିସ୍ତାନ ୧୪ଜଣ ସପୋର୍ଟ ଷ୍ଟାଫ୍‌ଙ୍କ ସହ ୨୮ ଜଣ ଖେଳାଳିଙ୍କୁ ପଠାଇବାକୁ ସ୍ଥିର କରିଛି। ଦେଶରେ କୋଭିଡ୍‌-୧୯ ମାମଲା ବୃଦ୍ଧି ପାଉଥିବାରୁ ପାକିସ୍ତାନ ଅଭ୍ୟାସ ଶିବିରକୁ ବାତିଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆ ଅବତାରରେ ଧୋନୀ

ନୂଆଦିଲ୍ଲୀ,୩।୨:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ରୁ ଅବସର ନେଇସାରି ଥିଲେ ମଧ୍ୟ ତାଙ୍କ କ୍ରେଜ୍‌ କମିନି। ଭାରତର ଅନ୍ୟତମ ସଫଳ ଅଧିନାୟକ ଧୋନୀଙ୍କୁଏବେ...

ଜୁନିୟର କ୍ରିକେଟରେ ବ୍ୟାନ କରାଯାଉ ବାଉନ୍ସର : କନକଶନ ସ୍ପେଶାଲିଷ୍ଟ

ଲଣ୍ଡନ,୨୫।୧: ଜୁନିୟର (୧୮ ବର୍ଷରୁ କମ୍‌) କ୍ରିକେଟରେ ବାଉନ୍ସର ବ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି ଜଣେ କନକଶନ ସ୍ପେଶାଲିଷ୍ଟ। ବୋଲରଙ୍କୁ ଶର୍ଟ ପିଚ୍‌ ବଲ ପକାଇବା...

ସୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଲା ତାମିଲନାଡୁ

ଅହମ୍ମଦାବାଦ, ୧ା୨ (ପି.ଟି.)-ବରୋଦାକୁ ୭ ଉଇକେଟରେ ପରାସ୍ତ କରି ତାମିଲନାଡୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ଟାଇଟଲ ହାସଲ କରିଛି। ବରୋଦା ଦ୍ୱାରା...

ସେପ୍ଟେମ୍ବର ୧୯ରୁ ଆଇପିଏଲ୍‌: ନଭେମ୍ବର ୮’ ରେ ଫାଇନାଲ

ନୂଆଦିଲ୍ଳୀ,୨୪।୭(ପି.ଟି.): ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆହେୟାଜନ ହେବା ସ୍ପଷ୍ଟ ହୋଇଛି। ୟୁନାଇଟେଡ ଆରମ୍ଭ ଏମିରାଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ ତାରିଖରୁ...

ଆଇଏଫ୍‌ଏ ଶିଲ୍ଡ: ସେମିରେ ରିୟଲ କଶ୍ମୀର, ୟୁନାଇଟେଡ ଏସ୍‌ସି

କୋଲକାତା,୧୦।୧୨(ପି.ଟି.): ଇଣ୍ଡିଆନ ଫୁଟବଲ ଆସୋସିଏଶନ (ଆଇଏଫ୍‌ଏ) ଆନୁକୂଲ୍ୟରେ ଏଠାରେ ଚାଲିଥିବା ଆଇଏଫ୍‌ଏ ଶିଲ୍ଡର ୧୨୩ତମ ସଂସ୍କରଣରେ ବୁଧବାର ରିୟଲ କଶ୍ମୀର ଓ ୟୁନାଇଟେଡ ଏଫ୍‌ସି ସେମିଫାଇନାଲରେ...

ଶ୍ରୀଲଙ୍କାର ଜାତୀୟ ସଙ୍ଗୀତ ଗାଇ ଚର୍ଚ୍ଚାରେ ପାଣ୍ଡ୍ୟା

କଲମ୍ବୋ,୨୬।୭: ଶ୍ରୀଲଙ୍କା ଗସ୍ତରେ ଭାରତ ତାର ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି ଭାରତ।...

ସୁପର ଓଭରରେ ଭାରତକୁ ଦରକାର ୧୪ ରନ୍‌

ଓ୍ବେଲିଂଟନ,୩୧।୧-ପୂର୍ବ ମ୍ୟାଚ୍‌ ଭଳି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ ମଧ୍ୟ ସୁପର ଓଭରରେ ପ୍ରବେଶ କରିଛି। ସୁପର ଓଭରରେ ନ୍ୟୁଜିଲାଣ୍ଡ...

ଭାରତ ୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବ

ନୂଆଦିଲ୍ଲୀ, ୩।୫:ଭାରତ ୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍‌ ଦାଖଲ କରିବ। କୋଭିଡ୍‌-୧୯ ଆଶଙ୍କା ଦୂର ହେବା ପରେ ଭାରତ ଯେପରି ଅଲିମ୍ପିକ୍ସ ସମେତ ଅନ୍ୟ ଅନ୍ତର୍ଜାତୀୟ...

Advertisement
Archives

Model This Week