କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କା ବୋନସ ଦେବ ଫେସବୁକ

ଓ୍ବାଶିଂଟନ,୧୮।୩: କରୋନା ସଂକ୍ରମଣ ଆତଙ୍କରେ ସାରା ପୃଥିବୀ ଭୟଭୀତ। ଫେସବୁକ୍‌ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ଏହା ସହିତ କରୋନା ଆତଙ୍କରେ ବି ପ୍ରତି କର୍ମଚାରୀଙ୍କୁ ୭୪,୦୦୦ଟଙ୍କାର ବୋନସ ଦେବାକୁ ଫେସବୁକ ସିଇଓ ମାର୍କ ଜୁକେରବର୍ଗ ଘୋଷଣା କରିଛନ୍ତି। ଚଳିତ ଜାନୁୟାରୀ ସୁଦ୍ଧା ରିପୋର୍ଟ ଅନୁସାରେ ଫେସବୁକର ୪୫ ହଜାର ଫୁଲ ଟାଇମ୍‌ କର୍ମଚାରୀ ଅଛନ୍ତି। ଏହା ସହିତ ବହୁ ଠିକା କର୍ମଚାରୀ ମଧ୍ୟ ଫେସବୁକରେ କାର୍ଯ୍ୟ କରୁଛନ୍ତି। ତେବେ ଠିକା କର୍ମଚାରୀଙ୍କୁ ବୋନସ ମିଳିବ କି ନାହିଁ ସେ ନେଇ କୌଣସି ସୂଚନା ମିଳି ନାହିଁ। ଫେସବୁକ ଭଳି ଓ୍ବାର୍କଡେ ନାମକ ସଫ୍ଟଓ୍ବେର କମ୍ପାନୀ ମଧ୍ୟ କର୍ମଚାରୀଙ୍କୁ ବୋନସ ଦେବା ସମ୍ପର୍କରେ ସୋମବାର ଘୋଷଣା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଉତ୍ସବ ମନାଇଲେ ଭାଜପା ସମର୍ଥକ

ସିଡ୍‌ନୀ,୨୩।୫: ଭାରତର ଲୋକ ସଭା ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି। ଗୁରୁବାର ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭାଜପା...

ଚାଇନାକୁ ଆମେରିକାର ଉପଦେଶ: ଜୋ ବାଇଡେନ-ସି ଜିପିଙ୍ଗଙ୍କ ମଧ୍ୟରେ ଶିଖର ବୈଠକ

ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ସକାଳୁ(ଭାରତୀୟ ସମୟ ଅନୁସାରେ) ହ୍ୱାଇଟ ହାଉସରୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଭର୍ଚୁଆଲ ଶିଖର...

ବ୍ୟାଗ୍‌ରୁ ମିଳିଲା ୨୧ ଦିନର ଶିଶୁକନ୍ୟା: ଆମେରିକା ପୋଲିସ ଝିଅଟିର ନାଁ ରଖିଲା ‘ଇଣ୍ଡିଆ’

ଓ୍ବାଶିଂଟନ୍‌, ୨୭।୬: ଆମେରିକାର ଜର୍ଜିଆ ସହରରେ ଏକ ପ୍ଲାଷ୍ଟିକ୍‌ ବ୍ୟାଗରୁ ୨୧ଦିନର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଆମେରିକା ପୋଲିସ ଶିଶୁକନ୍ୟାଟିର ନାମ ‘ଇଣ୍ଡିଆ’ ରଖିଛି। ଶିଶୁଟିର...

ରାଜ ପରିବାର ଛାଡି ସାଧାରଣ ନାଗରିକଙ୍କୁ ବିବାହ କଲେ ରାଜକୁମାରୀ

ଟୋକିଓ,୨୬।୧୦:ଜାପାନର ରାଜକୁମାରୀ ମାକୋ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାଧାରଣ ନାଗରିକ କେ କୋମୁରୋଙ୍କୁ ୩-୪ଜଣ ଅତିଥିଙ୍କ ଉପସ୍ଥିତିରେ ମଙ୍ଗଳବାର ବିବାହ କରିଛନ୍ତି। ଏହି ବିବାହ...

ବିଏସ୍‌-୬ ମୋଟର ସାଇକେଲ ଆଣିଲା ହିରୋ

ନୂଆଦିଲ୍ଲୀ,୧୧-୧୧: ହିରୋମୋଟୋକର୍ପ ଲିମିଟେଡ ପକ୍ଷରୁ ଦେଶର ପ୍ରଥମ ବିଏସ୍‌-୬ ମୋଟର ସାଇକେଲ ସ୍ପ୍ଲେଣ୍ଡର ଆଇ-ସ୍ମାର୍ଟର ବଜାର ପ୍ରବେଶ କରାଯାଇଛି। ଆଇସିଏଟି ପ୍ରମାଣପତ୍ର ଲାଭ କରିବାର ମାତ୍ର...

ବ୍ରିଟେନ ମହାରାଣୀ ଅସୁସ୍ଥ: ସ୍କଟଲାଣ୍ଡରେ ପହଞ୍ଚିଲା ରାଜ ପରିବାର

ଲଣ୍ଡନ,୮।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାକୁ ନେଇ ଡାକ୍ତର ଚିନ୍ତା ପ୍ରକଟ କରିଥିବା ବେଳେ ୯୬ବର୍ଷୀୟା ମହାରାଣୀ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ...

ଫସି ରହିଛନ୍ତି ୫ ଲକ୍ଷ ଟ୍ରକ ଡ୍ରାଇଭର

ନୂଆଦିଲ୍ଲୀ,୨୬। ୩: କୋଭିଡ ଲକ୍‌ଡାଉନ ପାଇଁ କଟକଣା ଜୋରଦାର ହୋଇଛି। ଆନ୍ତଃରାଜ୍ୟ ପରିବହନରେ ରହିଥିବା ଟ୍ରକଗୁଡିକ ଏଥି ଲାଗି ବିଭିନ୍ନ ରାଜ୍ୟ ତଥା ସୀମାଗୁଡିକରେ ଏବେ...

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି...

Advertisement
Archives

Model This Week