କରୋନା ଆଣିଲା ବ୍ୟତିକ୍ରମ

ଭୁବନେଶ୍ୱର,୧।୫(ବ୍ୟୁରୋ): କରୋନା ମହାମାରୀରେ ପରିଣତ ହୋଇଛି। ଏହି ସ୍ବାସ୍ଥ୍ୟ ବିପର୍ଯ୍ୟୟ ଦ୍ୱାରା ସାଧାରଣ ଜନତାର ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ ଆସିଛି। ଅର୍ଥନୈତିକ ସ୍ଥିତି ଘୋର ପ୍ରଭାବିତ ହୋଇଛି। ରାଜ୍ୟ ତଥା ଦେଶକୁ ଚଳାଉଥିବା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। କେତେକେ ଏହାକୁ ସମୟର ଆହ୍ବାନ ବୋଲି ଅଭିହିତ କରୁଥିବା ବେଳେ ଅନ୍ୟ କେତେଜଣ ବିପରୀତ ମନ୍ତବ୍ୟ ଦେଇଛନ୍ତି। ନିକଟରେ ରାଜ୍ୟରେ ନ୍ୟାୟିକ କ୍ଷେତ୍ରରେ ଦେଖାଦେଇଥିବା ଏକ ଘଟଣା ଉପରୋକ୍ତ ବାକ୍ୟକୁ ସତ ପ୍ରମାଣିତ କରୁଥିବା ମନେହୁଏ।
ରାଜ୍ୟସ୍ତରୀୟ ନ୍ୟାୟିକ ବ୍ୟବସ୍ଥାରେ ହାଇକୋର୍ଟ ଏବଂ ଏହାର ମୁଖ୍ୟ ବିଚାରପତିଙ୍କ ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ପରମ୍ପରା ଅନୁଯାୟୀ କୌଣସି ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ନେବା କାର୍ଯ୍ୟକ୍ରମ ସେହି ହାଇକୋର୍ଟ ପରିସରର କୌଣସି କକ୍ଷ ଅଥବା ରାଜଭବନ ସମ୍ମିଳନୀ କକ୍ଷ(ଅଭିଷେକ ହଲ୍‌)ରେ ହୋଇଥାଏ। ଅପରପକ୍ଷରେ ନିକଟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ୍‌ଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଲୋକସେବା ଭବନର ଏକ ସମ୍ମିଳନୀ କକ୍ଷରେ ଶପଥପାଠ କରାଇଥିଲେ। ସାଧାରଣରେ ଦେଖିଲେ ଲୋକସେବା ଭବନରୁ ରାଜଭବନର ଦୂରତା ପ୍ରାୟ ୧ କିଲୋ ମିଟର। ବ୍ୟବସ୍ଥାର ୩ ପ୍ରମୁଖ ଅଙ୍ଗ ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ବ୍ୟବସ୍ଥା। ଜାତୀୟସ୍ତରରେ ପାର୍ଲାମେଣ୍ଟ ଏବଂ ରାଜ୍ୟସ୍ତରରେ ବିଧାନସଭା ଏହାର ଅନ୍ତର୍ଭୁକ୍ତ। ସେହିପରି ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟ(ଲୋକସେବା ଭବନ/ଖାରବେଳ ଭବନ/ ନିର୍ମାଣ ଭବନ) ଆଦିରେ କାର୍ଯ୍ୟପାଳିକା ବୈଠକ କରି ବିଭିନ୍ନ ନିଷ୍ପତ୍ତି ନିଆଯାଇଥାଏ। ସେହିପରି ସୁପ୍ରିମକୋର୍ଟ, କୌଣସି ରାଜ୍ୟର ହାଇକୋର୍ଟ, ଜିଲା ଅଦାଲତ ଇତ୍ୟାଦିରେ ନ୍ୟାୟିକ କାର୍ଯ୍ୟକଳାପ କରାଯାଇଥାଏ। ମୂଳତଃ ବ୍ୟବସ୍ଥାପକ ଏବଂ କାର୍ଯ୍ୟପାଳିକା କିପରି କାର୍ଯ୍ୟ କରୁଛି, ଆଇନ ବାଟରେ ଯାଉଛି ନା ନାହିଁ, ତାହା ନ୍ୟାୟପାଳିକା ଦେଖିଥାଏ। ସେହି ଦୃଷ୍ଟିରୁ ରାଜ୍ୟ ନ୍ୟାୟପାଳିକାର ସର୍ବୋଚ୍ଚ ପଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥପାଠ ଏକ ବ୍ୟବସ୍ଥାପକ ବା କାର୍ଯ୍ୟପାଳିକା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ କୋଠାରେ ହେବାକୁ କେତେକ ଚିନ୍ତାଶୀଳ ବ୍ୟକ୍ତି ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ଆଇନ ବ୍ୟାପାରରେ ରୁଚି ରଖୁଥିବା ସଚିବାଳୟର ଜଣେ ବରିଷ୍ଠ କର୍ମଚାରୀ ମତ ଦେଇ କହିଛନ୍ତି ଯେ, କଟକସ୍ଥିତ ଉଚ୍ଚ ନ୍ୟାୟାଳୟର ବହୁତଳ ବିଶିଷ୍ଟ କୋଠା ନିର୍ମାଣ ହେବାଠାରୁ ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିମାନଙ୍କ ଶପଥପାଠ କାର୍ଯ୍ୟକ୍ରମ କଟକରେ ହିଁ ଅନୁଷ୍ଠିତ ହୋଇଆସୁଛି। ଏଥର କିନ୍ତୁ କଟକରେ ନା ରାଜଭବନ ପରିସରରେ ଏପରି ଏକ କାର୍ଯ୍ୟକ୍ରମ କରାଗଲା। କରୋନା ଆଳରେ ଲୋକସେବା ଭବନରେ ନବ ନିର୍ମିତ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜନ ଏକ ବ୍ୟତିକ୍ରମ ସୃଷ୍ଟି କରିଛି। କରୋନା ଜନିତ କଟକଣା ମଧ୍ୟରେ ଏହି କାର୍ଯ୍ୟକ୍ରମ ରାଜଭବନର ଅଭିଷେକ ହଲ୍‌ରେ କରାଯାଇପାରିଥାନ୍ତା। ଏହି ପରମ୍ପରାକୁ ରକ୍ଷା କରାଯିବାରେ କୌଣସି ଅସୁବିଧା ନ ଥିଲା। ତେଣୁ ଏପରି ବ୍ୟତିକ୍ରମ ପ୍ରତି ସମସ୍ତେ ଯତ୍ନଶୀଳ ହେବା ଉଚିତ ବୋଲି ଅନେକ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଙ୍କୁ ନେଇ ଚିନ୍ତାରେ ପୁରୁଣା

ଅନୁଗୋଳ ଅଫିସ, ୧୯।୫ ସ୍ବାବ୍‌ ସଂଗ୍ରହରେ ବିଳମ୍ବକୁ ନେଇ ଅନୁଗୋଳ ଜିଲାର କେତେକ ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ଉକ୍ତ କେନ୍ଦ୍ରଗୁଡ଼ିକରେ ଥିବା କେତେଜଣ...

ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ଦୋଳନ:ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ବନ୍ତଳା, ୧୪।୧(ଡି.ଏନ.ଏ.) ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ତରାସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ତାଲା ପକାଇ ଆନ୍ଦୋଳନ କରାଯାଇଛି।...

ଅବହେଳିତ ଅବସ୍ଥାରେ ଦଧିବାମନ

ଖୋର୍ଦ୍ଧା ଅଫିସ,୫।୧୨: ଖୋର୍ଦ୍ଧା ସନ୍ନିକଟ ମୁସଲମାନ ଅଧ୍ୟୁଷିତ କେରଙ୍ଗ ପଞ୍ଚାୟତର ଦିବ୍ୟସିଂହଦେବପୁର ଗ୍ରାମରେ ରହିଛି ଦଧିବାମନ ମନ୍ଦିର। ତତ୍କାଳୀନ ଖୋର୍ଦ୍ଧା ରାଜା ଦିବ୍ୟସିଂହ ଦେବଙ୍କ ନାମରେ...

ସପ୍ତମ ଅର୍ଥନୈତିକ ଗଣନା ଆରମ୍ଭ:ଅଣକୃଷି ଅର୍ଥନୈତିକ କାର୍ଯ୍ୟକଳାପ ଜାଣିବାକୁ ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ସପ୍ତମ ଅର୍ଥନୈତିକ ଗଣନା ସୋମବାରଠାରୁ ଆରମ୍ଭ କରାଯାଇଛି। ଲୋକସେବା ଭବନଠାରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଏହି ଗଣନାର ଶୁଭାରମ୍ଭ କରିଛନ୍ତି। ଏହାସହ...

୭ ଦିନରେ ଆମରଣ ଅନଶନ: ଅସୁସ୍ଥ ହେବାରେ ଲାଗିଛନ୍ତି କର୍ମଚାରୀ

କାଳିଆପାଣି,୧୦ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଟାଟା ଖଣି ମୁଖ୍ୟ ଫାଟକ ସମ୍ମୁଖରେ କାର୍ଯ୍ୟରତ କର୍ମଚାରୀ ଏବଂ ଛଟେଇ ଶ୍ରମିକଙ୍କ ଅନଶନ ବୁଧବାର ୭ମ ଦିନରେ ପହଞ୍ଚତ୍ଛି। ଗାନ୍ଧୀ ଜୟନ୍ତୀଠାରୁ...

କରୋନା ନେଇ ପିଲାଙ୍କଠାରେ ଦେଖାଯାଉଛି ଏଭଳି ଲକ୍ଷଣ…

ବେଙ୍ଗାଲୁରୁ,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଯୋଗୁ ପିଲାଙ୍କ ମଧ୍ୟରେ ବହୁ ଅସ୍ବାଭାବିକ...

ସୁଷମାଙ୍କ ହ୍ୟାଟ୍ରିକ, ସଂଘର୍ଷରେ ମାନସ ବିଜୟୀ

ଖଇରା, ୨।୩(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକର ୬ନଂ. ଗର୍ସଙ୍ଗ ଜୋନ ଓ ୫ନଂ. ତୁଡିଗଡିଆ ଜିଲାପରିଷଦ ଜୋନ ବିଜେଡି ସପକ୍ଷରେ ଯାଇଛି ା ୬ନଂ....

ଭାରତକୁ କରୋନା ମୁକ୍ତ କରିବା ପାଇଁ ୩୬ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୨୬ା୫: ଖୁବ୍‌ କମ୍‌ ଜଣାଶୁଣା ଆମେରିକାର ଏକ କମ୍ପାନୀ ଲାଣ୍ଡୋମସ୍‌ ରିୟଲ୍‌ଟି ଭେଞ୍ଚର୍ସ ଭାରତରେ ୫ ଶହ ବିଲିୟନ ଡଲାର (୩୬ ଲକ୍ଷ କୋଟିରୁ...

Advertisement
Archives

Model This Week