କରୋନା ଆଣିବ ଭୟଙ୍କର ଖାଦ୍ୟ ସଙ୍କଟ

ପ୍ୟାରିସ୍‌,୨ା୪ : କରୋନା ଭାଇରସ୍‌ ସ୍ଥିତି ବିଗାଡ଼ିବାରେ ଲାଗିଛି। ବିଶ୍ୱର ପ୍ରାୟ ସବୁଲୋକ ଏବେ ଲକ୍‌ଡାଉନ୍‌ରେ ରହିଥିବା ବେଳେ ଖାଦ୍ୟଶସ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ, ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ସବୁକିଛି ଠପ୍‌ ହୋଇପଡ଼ିଛି। ଲୋକମାନେ ମଧ୍ୟ ଭୟଭୀତ ହୋଇ ଅଧିକରୁ ଅଧିକ କ୍ରୟ କରିବାରେ ଲାଗିଛନ୍ତି। ବହୁଦେଶର ସୁପର ମାର୍କେଟରେ ଏବେ ଖାଦ୍ୟ ଅଭାବ ପରିଲକ୍ଷିତ ହେଲାଣି। ଏବେଠାରୁ ସଚେତନ ନ ହେଲେ ଓ ଅଧିକାରୀମାନେ ପଦକ୍ଷେପ ଗ୍ରହଣ ନ କଲେ ପରିସ୍ଥିତି ଆଗକୁ ଭୟଙ୍କର ରୂପ ଧାରଣ କରିବ ବୋଲି ଜାତିସଂଘ(ୟୁଏନ୍‌), ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ) ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଚେତାବନୀ ଦିଆଯାଇଛି। ଉତ୍ପାଦନ ଓ ଯୋଗାଣ ପ୍ରକ୍ରିୟା ବନ୍ଦ ରହିଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଫଳରେ ବିଶ୍ୱ ଭୟଙ୍କର ଖାଦ୍ୟ ସଙ୍କଟ ଆଡ଼କୁ ମୁହାଁଉଛି ବୋଲି ବିଶ୍ୱର ୩ ପ୍ରମୁଖ ସଂସ୍ଥା ପକ୍ଷରୁ କୁହାଯାଇଛି।
ଆମଦାନି, ରପ୍ତାନି ବନ୍ଦ ଯୋଗୁ ବିଶ୍ୱବଜାର ଏକପ୍ରକାର ସ୍ଥାଣୁ ପାଲଟିଥିବା କହିଛନ୍ତି ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ(ଫାଓ)ର ମୁଖ୍ୟ କୁ ଡୋଙ୍ଗୟୁ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ଏବଂ ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ଲ୍ୟୁଟିଓ) ର ନିର୍ଦ୍ଦେଶକ ରୋବେର୍ଟୋ ଆଜେଭେଡୋ। କୋଭିଡ୍‌-୧୯ ଲକ୍‌ଡାଉନ୍‌ ସତ୍ତ୍ୱେ ବିଭିନ୍ନ ଖାଦ୍ୟ ସାମଗ୍ରୀର ବ୍ୟବସ୍ଥା କରାଯିବା ଉଚିତ ବୋଲି ଏମାନେ ଦର୍ଶାଇଛନ୍ତି। ଏଥିସହ ମୁକ୍ତ ବାଣିଜ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଖାଦ୍ୟ ଯୋଗାଣ ପ୍ରକ୍ରିୟା ଯେପରି ବନ୍ଦ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବା ନିହାତି ଆବଶ୍ୟକ। ଲକ୍‌ଡାଉନ୍‌ ବେଳେ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ଦିଆଯାଉ ଥିବାରୁ ଉତ୍ପାଦନ ଲାଗି ଶ୍ରମିକ ମିଳିବା କଷ୍ଟକର। ସୀମା ସିଲ୍‌ ସହ ବଜାର ଅଭାବରୁ ଅଧିକାଂଶ ଦ୍ରବ୍ୟ ନଷ୍ଟ ହେବାରେ ମଧ୍ୟ ଲାଗିଛି। ଖାଦ୍ୟ ଉତ୍ପାଦନ, ଯୋଗାଣ କ୍ଷେତ୍ରରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷା ଉପରେ ଜୋର୍‌ ଦେବାକୁ ସେମାନେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନ୍ତର୍ଜାତୀୟ ସ୍ତରରେ ସହଯୋଗର ବିଶେଷ ଆବଶ୍ୟକତା ରହିଛି। ବିଶ୍ୱରେ ଅନାହାର, ଅପପୃଷ୍ଟିକୁ ରୋକିବା ସମସ୍ତଙ୍କ ଦାୟିତ୍ୱ ଓ ଏଥିଲାଗି ସବୁ ଦେଶ ସହଯୋଗର ହାତ ବଢ଼ାଇବାକୁ ତିନି ବିଶ୍ୱସ୍ତରୀୟ ନେତୃବୃନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଜନଗଣନା ପରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧।୭(ରବିନାରାୟଣ ଜେନା): ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ଏବଂ ଜନଗଣନା ପରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ(କମିଶନର)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri