କରୋନାରେ ସଂକ୍ରମିତ ହେଲେ ଆଇସିଏମ୍‌ଆର୍‌ର ବରିଷ୍ଠ ବୈଜ୍ଞାନିକ

ନୂଆଦିଲ୍ଲୀ,୧।୬: ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସେ ଗତ ୨ ସପ୍ତାହ ପୂର୍ବେ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ। ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଫର୍‌ ରିସର୍ଚ୍ଚ ଇନ୍‌ ରିପ୍ରଡକଟିଭ ହେଲ୍‌ଥ, ମୁମ୍ବାଇରେ ସେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟକରନ୍ତି। ଦିଲ୍ଲୀ ମୁଖ୍ୟାଳୟରେ ଏକ ବୈଠକରେ ଯୋଗ ଦେବାକୁ ସେ ଆସିଥିଲେ। ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୯୦ ହଜାର ଅତିକ୍ରମ କରି ସାରିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ସର୍ବାଧିକ ରହିଛି। ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ୧୯ ହଜାର ଅତିକ୍ରମ କଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗୋଟିଏ ପଟେ କରୋନା ମହାମାରୀକୁ ନେଇ ଆଇସିଏମ୍‌ଆର୍‌ ଗବେଷଣା ଜାରି ରଖିଥିବା ବେଳେ ଅନ୍ୟପଟେ ଜଣେ ଏହାର ବରିଷ୍ଠ ବୈଜ୍ଞାନିକ କରୋନାରେ ସଂକ୍ରମିତ ହେବା ସମସ୍ତଙ୍କୁ ଯେମିତି ଚିନ୍ତାରେ ପକାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାହୁଁଚାହୁଁ ବୁଡ଼ି ଗଲା କାର…

ନୂଆଦିଲ୍ଲୀ, ୨୦।୮: ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି। ରାସ୍ତା ଉପରେ ୩ ଫୁଟର ଅଧିକ ବର୍ଷାଜଳ ପ୍ରବାହିତ ହେଉଛି। ଦିଲ୍ଲୀ-ଗୁରୁଗ୍ରାମ ରାସ୍ତାରେ ପ୍ରବଳ ବନ୍ୟା...

ନିଟ୍‌ ପରୀକ୍ଷା ସ୍ଥଗିତ ରଖିବା ଆବେଦନ ଖାରଜ: ୧୩ ସେପ୍ଟେମ୍ବରରେ ହେବ ପରୀକ୍ଷା

ନୂଆଦିଲ୍ଲୀ, ୯।୯: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଟ୍‌ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ହୋଇଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ବୁଧବାର ଖାରଜ କରି...

ମରିନି ଆଶା, ରହିଛି ନୂଆ ସମ୍ଭାବନା: ୧୪ ଦିନ ପର୍ଯ୍ୟନ୍ତ ନିଖୋଜ ବିକ୍ରମକୁ ଖୋଜିବ ଇସ୍ରୋ

ଶ୍ରୀହରିକୋଟା,୮।୯: ଭାରତର ବହୁ ପ୍ରତୀକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ଏବେ ବି ମରିନି ଆଶା,...

ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ, ୧୪।୬: ରଜପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ରଜ ପର୍ବ ସମାଜରେ ଆନନ୍ଦ...

ବିଭିନ୍ନ ଦେଶରେ ଭିନ୍ନ ନିୟମ

କରୋନା ସମଗ୍ର ବିଶ୍ୱରେ କାୟା ମେଲାଇଛି। ଏହାକୁ ରୋକିବାର ଏକମାତ୍ର ଉପାୟ ହେଲା ସାମାଜିକ ଦୂରତା। ତେଣୁ ଅଧିକାଂଶ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।...

ଦେଶରେ ୩୦ ଲକ୍ଷ ଛୁଇଁବାକୁ ଯାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୨।୮: ଦେଶରେ ବେଳକୁ ବେଳ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୬୯,୮୭୮ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଦେଶରେ...

କରୋନା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ,କହିଲେ କେଜରିଓ୍ବାଲ-ଅମରିନ୍ଦର

ନୂଆଦିଲ୍ଲୀ,୧୬।୧: ଭାରତରେ ଶନିବାରଠାରୁ ସର୍ବବୃହତ୍‌ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ସାର୍ବଜନୀକ ଟିକାକରଣକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ...

କରୋନା ମୁକାବିଲାରେ ମୋଦି ସରକାର ସଫଳ

ନୂଆଦିଲ୍ଲୀ,୨୪ା୪: ପ୍ରାଣଘାତୀ କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏଥିରୁ ଭାରତ ବାଦ୍‌ ଯାଇନି। ଦେଶରେ ଏବେ କରୋନା ମୃତ୍ୟୁ ୬୯୧ରେ ପହଞ୍ଚି ଥିବାବେଳେ...

Advertisement


Archives

Model This Week