କରୋନାରେ ନୁହେଁ କ୍ୟାନ୍‌ସରରେ ୪୪ ନମ୍ବର ଆକ୍ରାନ୍ତଙ୍କ ମୃତ୍ୟୁ: ବାଗ୍‌ଚୀ

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ତେବେ ସଂପୃକ୍ତ ବ୍ୟକ୍ତିଙ୍କ କରୋନାରେ ନୁହେଁ, କ୍ୟାନ୍ସରରେ ମୃତ୍ୟୁ ଘଟିଥିବା କରୋନା ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ସେ ପଶ୍ଚିମବଙ୍ଗ ମେଦିନିପୁରରୁ ଚିକିତ୍ସା ଲାଗି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଆସିଥିଲେ। ସେଠାରେ ଅନ୍ୟ ରୋଗର ଚିକିତ୍ସା ଚାଲିଥିବା ବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପରେ କୋଭିଡ ହସ୍ପିଟାଲରେ ତାଙ୍କର କରୋନା ଚିକିତ୍ସା ହୋଇଥିଲା। ଲଗାତାର ଦୁଇଥର ତାଙ୍କ ସ୍ବାବ୍‌ ନମୂନା ପରୀକ୍ଷଣ ପରେ ନେଗେଟିଭ୍‌ ଜଣାପଡ଼ିଥିଲା। ତେବେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କରାଯାଇଥିବା ଟୁଇଟ୍‌ ଅନୁଯାୟୀ, ସମ୍ପୃକ୍ତ ରୋଗୀ କରୋନାରୁ ସୁସ୍ଥ ହୋଇଥିଲେ ବି ସେ କ୍ୟାନ୍‌ସରରେ ପୀଡିତ ଥିଲେ। ତେଣୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇ ନ ଥିଲା। ମଲ୍ଟି ଅର୍ଗାନ ଫେଲ ଏବଂ ହାଇପୋପିଟ୍ୟୁରିଜମ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏ ନେଇ ଟୁଇଟ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କୁ ଅଟକ ପ୍ରତିବାଦରେ ବିକ୍ଷୋଭ: ୟୁପି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

କଟକ ଅଫିସ,୨୧।୭: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତର ପ୍ରଦେଶ (ୟୁପି) ପୋଲିସ ଅଟକ ରଖିବା ପ୍ରତିବାଦରେ କଟକ ଜିଲା କଂଗ୍ରେସ କମିଟି...

ମୟୂର, ହରିଣ, ବାର୍‌ହା ପାଇଁ ଟ୍ରାଫିକ ଜାମ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ମୟୂର ଓ ହରିଣ ପାଇଁ ରାଜଧାନୀରେ ସୃଷ୍ଟି ହେଉଛି ଟ୍ରାଫିକ ଜାମ୍‌। ଭରତପୁର-ଡମପଡ଼ା ଅଭୟାରଣ୍ୟକୁ ଲାଗି ରହିଥିବା ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ...

ଗୋଟିଏ ଦେଶ, ଗୋଟିଏ ଭାଷା ସମ୍ଭବ ନୁହେଁ

ଭୁବନେଶ୍ୱର,୨୧ା୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଗତ ୧୪ ତାରିଖ ହିନ୍ଦୀ ଦିବସ ପାଳନ ଅବସରରେ ‘ଗୋଟିଏ ଦେଶ, ଗୋଟିଏ ଭାଷା’ ସପକ୍ଷରେ ମତ ଦେଇଥିଲେ।...

ଆଜି ଭୁବନେଶ୍ୱରରୁ ୬ ଆକ୍ରାନ୍ତ ଚିହ୍ନଟ: ୫ ସୁସ୍ଥ

ଭୁବନେଶ୍ୱର,୬।୩ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ଆଉ ୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୨ ଲୋକାଲ...

ଗ୍ରୀନ୍‌ ଇଣ୍ଡିଆ ଚିଟ୍‌ଫଣ୍ଡ ମାମଲାରେ ଚାର୍ଜସିଟ ଦାଖଲ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ): ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ୍‌ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବୁଧବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଜମାକାରୀଙ୍କୁ ଶସ୍ତାରେ ଫ୍ଲାଟ ଓ...

୪୧,୮୭୫ ନମୁନାରୁ ଜଣେ ଚିହ୍ନଟ

ଢେଙ୍କାନାଳ ଅଫିସ, ୨୬।୪ ଏକଦା ମ୍ୟାଲେରିଆପ୍ରବଣ ଭାବେ ଦୁର୍ନାମ ମୁଣ୍ଡାଇଥିଲା ଶିଳ୍ପ ଜିଲା ଢେଙ୍କାନାଳ। ତେବେ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଅନବରତ ପ୍ରୟାସ...

ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଗିରଫ

ଦାରିଙ୍ଗବାଡି,୫।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଜଣେ ବିବାହିତ...

‘ସ୍ବତନ୍ତ୍ର ଫୋକସ ଷ୍ଟେଟ୍‌’ ମାନ୍ୟତା ଦାବି ଉଠାଇଲା ବିଜେଡି

ଭୁବନେଶ୍ୱର, ୭।୮(ବ୍ୟୁରୋ): ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ନେଇ ପାର୍ଲାମେଣ୍ଟରେ ଶୁକ୍ରବାର ବିଜେଡି ଦାବି ଉଠାଇଛି। ରାଜ୍ୟ ସଭାର ଶୂନ୍ୟକାଳରେ ବିଜେଡି ଏମ୍‌ପି ତଥା...

Advertisement
Archives

Model This Week