କରୋନାକୁ ହରାଇବା ପାଇଁ ‘ମେଗାପ୍ଲାନ୍‌’ ଉପରେ ଚର୍ଚ୍ଚା: ପ୍ରତିରକ୍ଷାମନ୍ତ୍ରୀଙ୍କ ଘରେ ବସିଲା ବୈଠକ

ନୂଆଦିଲ୍ଲୀ,୩।୪: ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। ଶୁକ୍ରବାର ମୋଦିଙ୍କ ଭିଡିଓ ବାର୍ତ୍ତା ପରେ ଏହା ବିରୋଧରେ ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ଏକ ମୋଗାପ୍ଲାନ ଉପରେ ଆଲୋଚନା ହୋଇଛି। ଏଥିସହ ଦେଶରେ ଲକ୍‌ଡାଉନ୍‌ ଜାରି ହେବା ପରେ ଶ୍ରମିକଙ୍କ ପଳାୟନ ସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର, ସ୍ମୃତି ଇରାନୀ, ରାମ ବିଳାସ ପାଶଓ୍ବାନ, ହରଦୀପ ପୁରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ହୋଇଥିଲେ। ତେବେ ରାଜନାଥଙ୍କ ଘରେ କରୋନାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀଙ୍କ ଏହା ଦ୍ୱିତୀୟ ବୈଠକ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚଭୂତରେ ଲୀନ ହେଲେ ଅରୁଣ

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ନେତା ଅରୁଣ ଜେଟଲୀଙ୍କ ପ୍ରାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ସମ୍ମାନ ସହ ରବିବାର ନିଗମବୋଧ ଘାଟରେ...

କରୋନା ଆକ୍ରାନ୍ତଙ୍କ ଆଶା ଟିଇଜି

କଲରାଡୋ: ଥ୍ରୋମ୍ବୋଇଲାଷ୍ଟୋଗ୍ରାଫି (ଟିଇଜି) ପରୀକ୍ଷା ଗୁରୁତର କରୋନା ଆକ୍ରାନ୍ତ ରୋଗୀଙ୍କୁ ସୁରକ୍ଷା ଦେବ। ଏହା ହୃଦ୍‌ଘାତ ଏବଂ କିଡ୍‌ନୀ ଫେଲ୍‌ ଭଳି ଜଟିଳ ବ୍ୟାଧି ଆଶଙ୍କାକୁ...

୨୩ରୁ ଜୋର୍‌ଦାର ହେବ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ, ୨୨।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବ। ଏଥିପାଇଁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଏକାଧିକ...

ସଚିନ ତେନ୍ଦୁଲକରଙ୍କୁ ଅପମାନିତ କଲେ କଂଗ୍ରେସ କର୍ମୀ

କୋଚି,  ୬ା୨- ଦେଶରେ ନୂଆ ଚାଷୀ ଆଇନକୁ ପ୍ରବଳ ବିରୋଧ କରାଯାଉଥିବାବେଳେ ଏହି ଆଇନ ସପକ୍ଷରେ ବାହାରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଏଥିନେଇ ଦେଶର...

ଖୋଲିଲା ବଦ୍ରିନାଥ ମନ୍ଦିର, ଭକ୍ତଙ୍କୁ ମିଳିଲାନି ଅନୁମତି

ଚାମୋଲି,୧୫।୫: ଦୀର୍ଘଦିନ ପରେ ଶୁକ୍ରବାର ଭୋର ପ୍ରାୟ ୪ଟା ୩୦ରେ ଖୋଲିଛି ବଦ୍ରିନାଥ ମନ୍ଦିର। ପ୍ରଥମେ ଶୀତଦିନିଆ ତୁଷାରପାତ ଓ ଏହାପରେ କରୋନା ସଂକ୍ରମଣ ଯୋଗୁ...

ବଟର ଫେଷ୍ଟିଭାଲ: ୧୩ହଜାର ଫୁଟ ଉଚ୍ଚରେ ଖେଳାଯାଏ କ୍ଷୀର-ଦହିରେ ହୋଲି

ଡେରାଡୁନ,୧୮।୮: ଉତ୍ତରାଖଣ୍ଡ ଏମିତି ଏକ ରାଜ୍ୟ ଯେଉଁଠି ଅନେକ ଉତ୍ସବକୁ ପ୍ରକୃତି ଓ ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥାଏ। ଆହୁରି ମଧ୍ୟ ଏଠାରେ ଋତୁ ଅନୁଯାୟୀ...

ସ୍ବାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ଜୟପୁର,୨୩।୧୧: ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଟୁଇଟ୍‌ କରି ଏସମ୍ପର୍କରେ...

ହସ୍ପିଟାଲରେ ଭର୍ତ୍ତି ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଶିମ୍‌ଲା,୧୪।୧୧-ନିଃଶ୍ବାସ ନେବାରେ ଅସୁବିଧା ହେବାରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଶନିବାର ଶିମ୍‌ଲାସ୍ଥିତ ଆଇଜିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖଟ୍ଟର ବର୍ତ୍ତମାନ ହିମାଚଳ ପ୍ରଦେଶ...

Play 250+ Trending Games
Archives

Model This Week

Why Dharitri