କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ମାଇକେଲ ଜ୍ୟାକସନ!

ଲସ୍‌ ଆଞ୍ଜେଲସ୍‌,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ ମାଇକେଲ ଜ୍ୟାକସନଙ୍କ ପୂର୍ବତନ ବଡି ଗାର୍ଡ ମେଟ୍‌ ଫିଡସ୍‌ କହିଛନ୍ତି ମାଇକେଲ୍‌ ଜ୍ୟାକସନ୍‌ ପୂର୍ବରୁ କରୋନା ଭାଇରସକୁ ନେଇ ଭବିଷ୍ୟବାଣୀ କରିଥିଲେ। ପ୍ରାୟ ୧୦ ବର୍ଷ ଧରି ମାଇକେଲଙ୍କ ବଡି ଗାର୍ଡ ଥିବା ମେଟ୍‌ ଏକ ସାକ୍ଷାତ୍‌କାରରେ ଏହା କହିଛନ୍ତି। ସେ କହିଛନ୍ତି ମାଇକେଲ କହୁଥିଲେ ଦିନେ ଏକ ମହାମାରୀ ସାରା ବିଶ୍ୱକୁ ନଷ୍ଟ କରିଦେବ ଆଉ ଏହା ଏକ ଭୂତାଣୁ ଦ୍ୱାରା ବ୍ୟାପିବ। ସେଥିପାଇଁ ସେ ସବୁବେଳେ ମାସ୍କ ପିନ୍ଧୁଥିବା କହିଛନ୍ତି ବଡିଗାର୍ଡ ମେଟ୍‌। ଦିନେ ମେଟ୍‌ ଜ୍ୟାକସନଙ୍କୁ ମାସ୍କ ଖୋଲି ଦେବାକୁ କହିଥିଲେ। ମାଇକେଲ କହିଥିଲେ, ମୁଁ ରୋଗୀ ହେବାକୁ ଚାହୁଁନାହିଁ, ମୋ ପ୍ରଶଂସକଙ୍କୁ ମୁଁ ନିରାଶ ହେବାକୁ ଦେବିନାହିଁ। ସୂଚନାଯୋଗ୍ୟ, ମାଇକେଲଙ୍କର ୨୦୦୯ରେ ମୃତ୍ୟୁ ହୋଇଥିଲା। ହେଲେ ମେଟ୍‌ କହିଛନ୍ତି ଯଦି ଆଜି ସେ ବଞ୍ଚି ଥାଆନ୍ତେ ତେବେ ନିଶ୍ଚୟ କହିଥାଆନ୍ତେ ମୋ କଥା ହେକି ଶୁଣିବାକୁ ପ୍ରସ୍ତୁତ ନୁହେଁ। କାରଣ ଯେତେବେଳେ ମାଇକେଲ କିଛି କୁହନ୍ତି କେହି ତାକୁ ଗମ୍ଭିରତାର ସହ ନିଅନ୍ତି ନାହିଁ ବୋଲି ସେ ଅଭିଯୋଗ ବି କରନ୍ତି। ତେବେ ମାଇକେଲ ଜ୍ୟାକସନ୍‌ ଜଣେ ବୁଦ୍ଧିମାନ ବ୍ୟକ୍ତି ଥିଲେ ବୋଲି ମେଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଉପରେ କରୋନା ପ୍ରକୋପ: ସିଙ୍ଗାପୁର ବିମାନ ଉଡାଣ ବନ୍ଦ କରିବାକୁ ନିବେଦନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟ ଲୋକଙ୍କ ମନରୁ ଦୂର ହୋଇ ନ ଥିବା ବେଳେ ତୃତୀୟ ଲହର ଆସିବା ନେଇ ଆହୁରି ଭୟଭୀତ...

ରୁଷିଆ ସହ ଲଢ଼ି ଶକ୍ତିର ପ୍ରମାଣ ଦେଇଛୁ: ଜେଲେନ୍‌ସ୍କି

କ୍ୱିଭ୍‌, ୧ା୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ସୋମବାର ଉଭୟ ପକ୍ଷ ମଧ୍ୟରେ ବେଲାରୁଷ ସୀମାରେ ପ୍ରଥମ ଥର ପାଇଁ ଶାନ୍ତି ଆଲୋଚନା...

ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି ଭାରତୀ, ହେଲେ ଏଥିପାଇଁ ମନଦୁଃଖ

ବମ୍ବେ: ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି କମେଡିକୁଇନ୍‌ ଭାରତୀ ସିଂହ। ହେଲେ ପରିସ୍ଥିତି ଏଭଳି ଯେ ତାଙ୍କୁ ବର୍ଷେ କିମ୍ବା ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ।...

ଅଧାରୁ ‘ଝଲକ୍‌ ଦିଖ୍‌ଲା ଜା’ ଛାଡ଼ିଲେ ଏହି ଅଭିନେତା; ହଠାତ ନିଷ୍ପତ୍ତି ନେଇ ଚମକାଇଲେ

ବମ୍ବେ: ‘ଝଲକ୍‌ ଦିଖ୍‌ଲା ଜା’ ଛାଡ଼ିବେ ଟେଲି ଅଭିନେତା ଧୀରଜ ଧୁପର। ତିନି ସପ୍ତାହ ପୂର୍ବେ ଶୋ’ ଟେଲିକାଷ୍ଟ ହୋଇଥିଲା। ଏଥିରେ ଜଣେ ପ୍ରମୁଖ ଦାବିଦାର...

୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀଦଣ୍ଡ, ମ୍ୟାନମାର୍‌ ମିଲିଟାରୀ ଶାସକଙ୍କୁ ବିରୋଧ…

ନାପିଦ୍ୱ, ୨୬।୭ : ମ୍ୟାନ୍‌ମାରର ମିଲିଟାରୀ ଶାସକ ୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ...

ଗାୟତ୍ରୀ ମନ୍ତ୍ର ଜପିଲେ କୁନି ଇନାୟା, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ସୋହା ଅଲୀ ଖାନ୍‌ ଓ କୃଣାଲ ଖେମୁଙ୍କ ଝିଅ ଇନାୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇ ତୈମୁରଙ୍କ ଭଳି...

ହୋଷ୍ଟ କଲେ ୩ ମହିଳା

ଲସ୍‌ ଏଞ୍ଜେଲ୍ସ: ଚଳିତ ବର୍ଷ ଓସ୍କାର ସମାରୋହକୁ ପ୍ରଥମ ଥର ପାଇଁ ୩ ମହିଳା ହୋଷ୍ଟ କରିଛନ୍ତି। ରେଜିନା ହଲ, ଏମି ଶ୍ଚୁମର ଏବଂ ଓ୍ବାଣ୍ଡା...

ରୁଷିଆ ବୋମା ମାଡ଼ କଲେ ଷ୍ଟ୍ରିପ୍‌ କ୍ଲବ୍‌ରେ ଆଶ୍ରୟ ନେବେ ୟୁକ୍ରେନ୍‌ ଜନସାଧାରଣ…

କାଇଭ୍‌, ୩।୨ : ପୂର୍ବ ୟୁରୋପରେ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ୟୁକ୍ରେନ ଉପରେ ରୁଷିଆ ଆକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ଯେ...

Advertisement
Archives

Model This Week