କରୋନାକୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌: ବାଗ୍‌ଚୀ

ଭୁବନେଶ୍ୱର,୨୧।୩(ବ୍ୟୁରୋ): କରୋନା ସହ ଦୀର୍ଘ ୬ ମାସର ଯୁଦ୍ଧ। ଆହୁରି ୧୭୨ ଦିନ ବାକି। କରୋନା ଭାଇରସ୍‌କୁ ନକ୍‌ ଡାଉନ୍‌ ପାଇଁ ଲକ୍‌ ଡାଉନ୍‌ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ୪୦% ଜନସଂଖ୍ୟା ପ୍ରଭାବିତ ହେବେ। ହେଲେ ସରକାରଙ୍କୁ ସହଯୋଗ କଲେ ସାରା ଓଡ଼ିଶାବାସୀ ବଞ୍ଚିବେ। ନିକଟରେ ବିଦେଶରୁ ଆସିଥିବା ୩ହଜାର ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ

୫ଟି ଜିଲା ଏବଂ ୮ ସହରାଞ୍ଚଳରେ ରହିଛନ୍ତି। ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ଅନୁଗୋଳ ଆଦି ଜିଲା ସହ ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଯାଜପୁର ରୋଡ୍‌, ଯାଜପୁର ଟାଉନ୍‌, ରାଉଲକେଲା, ପୁରୀ, ଝାରସୁଗୁଡ଼ା ସହରାଞ୍ଚଳର ଅଧିକାଂଶ ଲୋକେ ବିଦେଶଫେରନ୍ତା। ଏଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୨ ସକାଳ ୭ଟାରୁ ୨୯ ରାତି ୯ଟା ଯାଏ ଜିଲାଗୁଡ଼ିକ ଲକ୍‌ଡାଉନ୍‌ ରହିବ। ଏହି ଜିଲାର ଜନସାଧାରଣଙ୍କୁ ଘରେ ରହିବାକୁ କୁହାଯାଉଛି। ଅତ୍ୟନ୍ତ ଜରୁରୀ ଅବସ୍ଥା ନ ଥିଲେ କେହି ବି ବାହାରକୁ ବାହାରିବେ ନାହିଁ। ଏହାକୁ ଲକ୍‌ ଡାଉନ୍‌ ଅଥବା ତାଲା ବନ୍ଦ ପରିସ୍ଥିତି ବୋଲି କହିପାରିବେ। ହେଲେ ଆତଙ୍କିତ ହେବାର କାରଣ ନାହିଁ। ଏହି ସମୟରେ ସମସ୍ତ ଜରୁରିକାଳୀନ ବ୍ୟବସ୍ଥା ଜାରି ରହିବ। ଯେଉଁ ବ୍ୟକ୍ତି ନିଜକୁ ତଥା ଅନ୍ୟକୁ ବିପଦକୁ ଠେଲିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଅଦ୍ଭୁତପୂର୍ବ ପଦକ୍ଷେପ ସୁଚିନ୍ତିତ ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପୀ, ବୁଣାକାରଙ୍କ ଉପରେ ଚଡ଼କ: ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଓଡିଶା ଶିଳ୍ପୀ ମହାସଂଘର ନିବେଦନ

ଭୁବନେଶ୍ୱର,୩।୪(ବ୍ୟୁରୋ): କରୋନା ଲାଗି ବହୁ ଲୋକ ରୋଜଗାର ହରାଇଥିବାବେଳେ ଅନେକ ବେଉସା ବୁଡିଯାଇଛି। ୨୧ଦିନିଆ ଲକ୍‌ଡାଉନ ରାଜ୍ୟ ଶିଳ୍ପୀ ଓ ବୁଣାକାରଙ୍କ ନିଦ ହଜାଇ ଦେଇଛି।...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦୧୯ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୯।୧୧(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୧୦୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୪୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୦୨, ଖୋର୍ଦ୍ଧାରୁ ୯୫,...

୨୭ରୁ ବ୍ରହ୍ମପୁର ୪ଦିନିଆ ଶଟ୍‌ଡାଉନ୍‌

ଛତ୍ରପୁର,୨୬ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୭ରୁ ୩୦ ତାରିଖ (୪ଦିନ) ପର୍ଯ୍ୟନ୍ତ ବ୍ରହ୍ମପୁର...

ଜୋର୍‌ରେ ହସିଲେ ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଏବେ ସମସ୍ତେ ସତର୍କ। ସେଥିପାଇଁ ଏବେ ସମସ୍ତେ ସାନିଟାଇଜ୍‌ ସହ ସାମାଜିକ ଦୂରତା ଉପରେ ଜୋର ଦେଉଛନ୍ତି। କିନ୍ତୁ...

ଭଙ୍ଗାଗଲା ମଣିପୁର ଭବନ

ପୁରୀ ଅଫିସ, ୮ା୨: ଶ୍ରୀମନ୍ଦିର ଚୌହଦିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏପ୍ରିଲ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନକ୍ସା ଚୂଡ଼ାନ୍ତ ହେବାକୁ ରହିଛି। ତେଣୁ...

କାଠ ଜବତ ପାଇଁ କୁନ୍ଥକୁନ୍ଥ

ପରଜଙ୍ଗ, ୬।୮(ଡି.ଏନ.ଏ.) ଜଙ୍ଗଲରେ କଟାଯାଇ ପଡ଼ିଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ। ସୂଚନା ପାଇ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ବନ ଅଧିକାରୀ। ହେଲେ କାଠ ଜବତ...

ଚାଲିଲା ୧୮ ଏକ୍ସପ୍ରେସ୍‌ ଟ୍ରେନ୍‌ : ପୁରୀରୁ ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ସେବା ଆରମ୍ଭ

ଭୁବନେଶ୍ୱର,୧୩।୫(ବ୍ୟୁରୋ)-ବାତ୍ୟା ପାଇଁ ବାତିଲ ହୋଇଥିବା ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ପୁଣିଥରେ ଚଳାଚଳ ଆରମ୍ଭ କରିଛି। ରବିବାରଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ମୋଟ ୧୮ ଏକ୍ସପ୍ରେସ୍‌ ଟ୍ରେନ୍‌...

କରୋନା ଆଗରୁ ମାରିବ କ୍ଷୁଧା

ଭୁବନେଶ୍ୱର,୨୪।୩(ବ୍ୟୁରୋ): କଲବଲ କରୁଛି କରୋନା। କରୋନା ଯୋଗୁ ନା ଗଣ୍ଡେ ଖାଇବାକୁ ମିଳୁଛି ନା ପିଇବାକୁ ମିଳୁଛି। ଗଛ ତଳେ, ବ୍ରିଜ୍‌ ତଳେ ନ ଖାଇ...

Play 250+ Trending Games
Archives

Model This Week

Why Dharitri