କରୋନାକୁ ଦୂରେଇବା ଲାଗି ଛତାକୁ ଅସ୍ତ୍ର କରିଛନ୍ତି ଗ୍ରାମବାସୀ

କୋଚି,୨୮।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଛି। ଆମ ଦେଶରେ ମଧ୍ୟ ଗୋଟିଏ ଦିନରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟି ଯାଇଛି। ତେବେ କେରଳର ଉପକୂଳ ଜିଲା ଅଲପୁଝାର ତନିରମୁକମ ଗାଁରେ ଲୋକେ ଏବେ କରୋନାକୁ ଦୂରେଇବାକୁ ଛତାକୁ ଅସ୍ତ୍ର କରିଥିବା ଜଣାପଡିଛି। ଖରା ହେଉ ଅବା ବର୍ଷା ଛତା ଧରିଲେ ଅତିକମ୍‌ରେ ସାମାଜିକ ଦୂରତା ବଜାୟ ରହିବା ସହ କରୋନା ବିରୋଧରେ ଲଢେଇ କରିହେବ ବୋଲି ଏମାନେ ମତ ଦିଅନ୍ତି। ତନିରମୁକମ ପଞ୍ଚାୟତର ଅଧ୍ୟକ୍ଷା ପିଏସ୍‌ ଜ୍ୟୋତି କହିଛନ୍ତି, ପାଗ ଯାହା ବି ହେଉନା କାହିଁକି ଛତା ବ୍ୟବହାର ଜରୁରୀ। ଏହାକୁ ନେଇ ପ୍ରାୟ ଏକମାସ ହେବ ପ୍ରଶାସନ ତରଫରୁ ୬ହଜାର ଛତା ବଣ୍ଟା ସରିଲାଣି। ଏମିତି ଏକ ବୁଦ୍ଧି ଦେଇଥିବା ଅଲପୁଝାର ବିଧାୟକ ତଥା ରାଜ୍ୟର ଅର୍ଥମନ୍ତ୍ରୀ ଡା. ଟିଏମ୍‌ ଥମାସ ଇସାକ କହିଛନ୍ତି, ଛତା ଖୋଲିଲେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଅତିକମ୍‌ରେ ୧ ମିଟର ଦୂରତା ରହିବା ନିଶ୍ଚିତ। ତେଣୁ କରୋନାକୁ ସହଜରେ ମୁକାବିଲା କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ ଦ୍ୱାରା କରୋନା ସଂକ୍ରମଣ ବ୍ୟାପି ନ ଥାଏ

ନୂଆଦିଲ୍ଲୀ, ୧୯।୬- ମହାମାରୀ କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାର ସିଧାସଳଖ ପ୍ରଭାବ ଏବେ ରକ୍ତ ଯୋଗାଣ ଉପରେ ପଡ଼ିଛି।...

ମତଗଣନା ପୂର୍ବରୁ ନୋଏଡା-ବାରାଣସୀରେ ୧୪୪ ଧାରା

ନୂଆଦିଲ୍ଲୀ,୧୦ ।୩: ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡର ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହେବାକୁ ଯାଉଛି । ଗତ ପ୍ରାୟ...

ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ: ୩୩ ହଜାର ପାଉଡ଼ର ବଜାରରୁ ଫେରାଇ ନେଲା କମ୍ପାନୀ

ନୂଆଦିଲ୍ଲୀ,୧୯।୧୦: ଜନ୍‌ସନ୍‌ ବେବି ପାଉଡ଼ରରେ କ୍ୟାନସର ସୃଷ୍ଟିକାରୀ ତତ୍ତ୍ୱ ରହିଛି। ଏଥିରେ ଆଜବେଷ୍ଟସ୍‌ ରହିଥିବା ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍ସ୍‌ ଆଡ଼ମିନିଷ୍ଟ୍ରେଶନ୍‌ ଯାଞ୍ଚ୍‌ ରିପୋର୍ଟରେ ଦର୍ଶାଯାଇଛି।...

ଦିଲ୍ଲୀ, ପଶ୍ଚିମବଙ୍ଗ ପରେ ଏବେ କର୍ନାଟକରେ ବି ବିନା ବାଣରେ ପାଳନ ହେବ ଦୀପାବଳି: ମୁଖ୍ୟମନ୍ତ୍ରୀ ଲଗାଇଲେ ପ୍ରତିବନ୍ଧକ

ବେଙ୍ଗାଲୁରୁ,୬।୧୧: ଦେଶରେ ବଢ଼ୁଥିବା ପ୍ରଦୂଷଣ ଓ କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଚଳିତ ଥର ଦୀପାବଳିରେ ବାଣ ନ ଫୁଟାଇବା ପାଇଁ ବିଭିନ୍ନ ରାଜ୍ୟର...

‘ଆତଙ୍କବାଦ ସବୁଠୁ ବଡ଼ ଆଞ୍ଚଳିକ ଚ୍ୟାଲେଞ୍ଜ’

ନୂଆଦିଲ୍ଲୀ, ୧।୧୨(ପି.ଟି.): ଆତଙ୍କବାଦ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଚ୍ୟାଲେଞ୍ଜ ବୋଲି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ରେ ଭାରତ କହିଛି। ଏହି ଭର୍ଚୁଆଲ ବୈଠକରେ ଭାଗନେଇ ଉପରାଷ୍ଟ୍ରପତି...

ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ସରକାର ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ ଗ୍ରାମାଞ୍ଚଳରେ ସଂଗରୋଧର ବ୍ୟବସ୍ଥା କରିଥିଲେ। ହେଲେ ସହରାଞ୍ଚଳରେ ସେଭଳି ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏହାଛଡ଼ା...

ଅତିକ-ଅଶରଫ ହତ୍ୟା ମାମଲାରେ ପୋଲିସକୁ ପଚରା ଉଚରା ସହ କ୍ରାଇମ ସିନ କରାଯିବ ରିକ୍ରିଏଟ

ନୂଆଦିଲ୍ଲୀ,୨୦।୪: ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କ ହତ୍ୟା ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲାରେ ପ୍ରତିଦିନ କିଛି ନା...

ଆତଙ୍କବାଦୀଙ୍କୁ ଧରିବା ଲାଗି ମୁସଲମାନ ସଂଗଠନର ସହଯୋଗ ଲୋଡିଲେ ଡିଜିପି…

ଗୁଆହାଟୀ, ୪।୯ : ଆସାମରେ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିସ୍ଥଳେ ଆସାମ ପୋଲିସର ମହାନିର୍ଦ୍ଦେଶକ(ଡିଜିପି) ଭାସ୍କର ଜ୍ୟୋତି ମହନ୍ତ...

Advertisement
Archives

Model This Week