କରନ-ସଲମାନ-ୟଶରାଜ ଫିଲ୍ମକୁ ବହିଷ୍କାର ପାଇଁ ଅନ୍‌ଲାଇନ୍‌ ପିଟିଶନ୍‌: ୮ ଲକ୍ଷ ୫୦ ହଜାରରୁ ଅଧିକ ୟୁଜର କଲେ ସାଇନ୍‌

ମୁମ୍ବାଇ, ୧୭।୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ବଂଶବାଦ ସୃଷ୍ଟି କରିଥିବା ଅଭିନେତା ଏବଂ ଫିଲ୍ମ ନିର୍ମାତାଙ୍କୁ ବହିଷ୍କାର କରିବା ଲାଗି ଏକ ଅନ୍‌ଲାଇନ୍‌ ପିଟିଶନ୍‌ ଆରମ୍ଭ ହୋଇଛି। ଏହାକୁ ଜୟଶ୍ରୀ ଶର୍ମା ଶ୍ରୀକାନ୍ତ ନାମକ ଜଣେ ଫେସବୁକ୍‌ ୟୁଜର ଆରମ୍ଭ କରିଛନ୍ତି। ଇତିମଧ୍ୟରେ  ଏଥିରେ ୮ ଲକ୍ଷ ୫୦ ହଜାରରୁ ଅଧିକ ୟୁଜର ସାଇନ୍‌ କରିସାରିଛନ୍ତି। କରନ ଜୋହର,ସଲମାନ ଖାଁ ଏବଂ ୟଶରାଜ ଫିଲ୍ମ‌କୁ ବହିଷ୍କାର କରିବା ଲାଗି ଏହି ଅନ୍‌ଲାଇନ୍‌ ପିଟିଶନ ଅଭିଯାନ ଆରମ୍ଭ ହୋଇଛି। ଜୟଶ୍ରୀ ଶର୍ମା ଶ୍ରୀକାନ୍ତ ଏହାକୁ ଜୁନ୍‌ ୧୬ ସନ୍ଧ୍ୟା ୬ଟା ୪୭ରେ ପୋଷ୍ଟ କରିଥିଲେ। ୟୁଜରଙ୍କକୁ ସାଇନ୍‌ କରିବା ଲାଗି ଏଥିରେ ପରାମର୍ଶ ଦିଆଯାଇଥିଲା। ୧୦ ଲକ୍ଷ ସାଇନ୍‌ ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଆର୍‌ପିରେ ଇତିହାସ ରଚିଲା ରାମାୟଣ

ନୂଆଦିଲ୍ଲୀ,୨।୫: କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ। ଏହି ସମୟରେ ଘରେ ବସି ରହିଥିବା ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ପ୍ରସାରିତ...

ସୁଶାନ୍ତଙ୍କ ପାଇଁ ପ୍ରେମିକାଙ୍କ ଭାବପ୍ରବଣ ପୋଷ୍ଟ: ତୁମକୁ ହରାଇବାର ୩୦ ଦିନ ହେଲା, ସାରା ଜୀବନ ଭଲ ପାଇବି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏକ ମାସ ବିତିଗଲାଣି। ମାସେ ପରେ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ତାଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି।...

ଭିଟାମିନ୍‌ ଡି ଥେରାପି ନେଉଛନ୍ତି ମଲାଇକା

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍‌ର ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ ରହିଛି। ଆଉ ଏହି...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ

ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ...

ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ରାକ୍ଷୀ ବହୁତ ଖୁସି: ଭିଡିଓ ଶେୟାର କରି କହିଲେ ‘ତାଙ୍କ ଡିଏନ୍‌ଏରେ ରାଜନୀତି’

ବମ୍ବେ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଗତ କିଛି ଦିନ ଧରି ଟଣାଓଟରା ଲାଗିରହିଥିଲା। ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି।...

ଆଶିକି ଗର୍ଲଙ୍କୁ ୫୧ ପୂରିଲା: ୨୯ ଦିନ କୋମାରେ ରହିବା ପରେ ପାଇଥିଲେ ନୂଆ ଜୀବନ;ଏବେ ଦେଖିଲେ ଚିହ୍ନି ବି ହେବନି !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ଶନିବାର ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ...

‘ଥ୍ରୀଲର’ରେ ଓଡ଼ିଆ ଯୁବକ ରକ୍‌

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମ ‘ଥ୍ରୀଲର୍‌’ରେ ଓଡ଼ିଶା ଜନ୍ମିତ ଅପ୍‌ସରା ରାଣୀ ନାୟିକା ସାଜିଥିବାବେଳେ...

ଚର୍ଚ୍ଚାରେ କିଆରାଙ୍କ ପର୍ସ: ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ମୁମ୍ବାଇ:ଚଳିତ ବର୍ଷ ଫିଲ୍ମ କବିର ସିଂହରୁ ରାତାରାତି ନିଜର ପରିଚୟ ତିଆରି କରିଥିବା କିଆରା ଆଡଭାନୀ ଏବେ ବି-ଟାଉନର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ନିକଟରେ କିୟାରା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *