କମ୍‌ ବର୍ଷା ଯୋଗୁ ତଳି ରୁଆ କାର୍ଯ୍ୟରେ ବାଧା: ଆଶା ଓ ଆଶଙ୍କାରେ ଚାଷୀ, ଜଳସେଚନ ବ୍ୟବସ୍ଥା ଦାବି

ବୋଲଗଡ଼,୨୭ା୭(ଡି.ଏନ.ଏ.): ଚଳିତ ବର୍ଷ ଏପର୍ଯ୍ୟନ୍ତ କମ୍‌ ପରିମାଣରେ ବର୍ଷା ଧାନଚାଷରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଜଳାଭାବରୁ ରୁଆ ପୋତା ପାଇଁ ମଧ୍ୟ ଜମି ପ୍ରସ୍ତୁତି ହୋଇପାରୁନାହଁ। ତଳି ପକାଯାଇଥିବା ଜମିରେ ଯଥେଷ୍ଟ ପରିମାଣର ଜଳ ନ ଥିବାରୁ ଚାଷୀମାନେ ପମ୍ପ୍‌ ଦ୍ୱାରା ତଳିଜମିକୁ ପାଣି ବୁହାଉଥିବା ଜଣାପଡ଼ିଛି । ଗତ ୨ ଦିନ ମଧ୍ୟରେ ଅଳ୍ପ ପରିମାଣର ବର୍ଷା ହୋଇଥିବାବେଳେ ଏହା ଚାଷୀଙ୍କ ପ୍ରତି ସେତେଟା ଭରସା ଯୋଗାଇ ପାରୁନାହିଁ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଖରିଫ ଧାନଫସଲ ନିମନ୍ତେ ସର୍ବଦା ମୌସୁମୀ ବର୍ଷାକୁ ହିଁ ଭରସା କରିଥାନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ମୌସୁମୀ ବର୍ଷାକୁ ଅପେକ୍ଷା କରି ଜୁଲାଇ ଶେଷହେବାକୁ ଗଲାଣି। ତେବେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଯଦି ଆଗାମୀ ଦିନେ ୨ ଦିନ ମଧ୍ୟରେ ଭଲ ବର୍ଷା ହୁଏ, ଧାନ ଫସଲର ପୂର୍ବ ପ୍ରସ୍ତୁତି ନିମନ୍ତେ ଚାଷୀମାନେ ଆଗଭର ହେବେ। ନଚେତ ଆଶା ଓ ଆଶଙ୍କା ମଧ୍ୟରେ ରହି ଭବିଷ୍ୟତକୁ ଅପେକ୍ଷା କରିବେ ଚାଷୀ ଭାଇମାନେ। ଶ୍ରାବଣ ମାସରେ ଗୋଟିଏ ଦିନ ମଧ୍ୟ ବର୍ଷା ନ ହେଲେ ଧାନ ଫସଲରେ କ୍ଷତି ହେବାର ଆଶଙ୍କା ରହିଥାଏ ବୋଲି ଲୋକମତରେ ପ୍ରକାଶ।
ଜୁନ ମାସରେ ଭଲ ବର୍ଷା ହୋଇ ନ ଥିଲା । ଏବେ ଭଲ ବର୍ଷା ହେଲେ ଚାଷ କାର୍ଯ୍ୟ ଆଗେଇନେବା ସହ ପୂର୍ବ ପ୍ରତିକୂଳ ପାଗକୁ କୃଷକ ଭୁଲିିଯିବ। ସୂଚନାଯୋଗ୍ୟ, ଗତ ୨ବର୍ଷ ଧରି ଏହି ବ୍ଲକ ଅଞ୍ଚଳରେ ଜୁନ୍‌ ମାସରେ ବର୍ଷା ନ ହେବାରୁ ଚାଷକାର୍ଯ୍ୟ ବିଳମ୍ବ ହୋଇଥିଲା । ପରେ ମରୁଡି ଏବଂ ରୋଗପୋକ ଆକ୍ରମଣରେ ଫସଲ କ୍ଷତିଗ୍ରସ୍ତ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଠିକ୍‌ ସମୟରେ ଜଳାଭାବ ଦେଖାଦେଇଛି। ତେଣୁ ଆଗାମୀ ୨ ଦିନ ମଧ୍ୟରେ ଯଦି ପାଣିପାଗ ବିଭାଗର ସୂଚନା ଅନୁସାରେ ଭଲ ବର୍ଷା ନ ହୁଏ ଚାଷ ବାଧାପ୍ରାପ୍ତ ହେବା ସହ ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଚାଷୀଭାଇ ଦିନ ବିତାଇବେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ବ୍ଲକ ଅଞ୍ଚଳରେ ୧୪ ହଜାର ୪ଶହ ୭୭ ହେକ୍ଟର ଜମିରେ ଧାନଚାଷ କରାଯିବାକୁ କୃଷି କାର୍ଯ୍ୟାଳୟ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ରହିଛି। କେବଳ ମୌସୁମୀ ଉପରେ ନିର୍ଭରଶୀଳ ହୋଇପଡ଼ିବାରୁ ଭଲ ଫସଲ ଉତ୍ପାଦନ ନେଇ ଚାଷୀ ଭରସା କରିପାରୁନାହାନ୍ତି।
ଧାନଚାଷ ସମ୍ପର୍କରେ ବୋଲଗଡ଼ କୃଷି ଅଧିକାରୀ ଗୌରୀ ଶଙ୍କର ମିଶ୍ର କହିଛନ୍ତି, ଚଳିତ ଜୁଲାଇ ମାସରେ ବୋଲଗଡ ବ୍ଲକ ଅଞ୍ଚଳରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଛି । ଆଗକୁ ଭଲ ବର୍ଷା ହେବାର ଆଶା ରହିଛି । ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁସାରେ ନିଅଣ୍ଟିଆ ବର୍ଷା କାରଣରୁ ବ୍ଲକ ଅଞ୍ଚଳର ପ୍ରାୟ ୬ ହଜାର ହେକ୍ଟର ଧାନବୁଣା ଜମିରେ ବେଉଷଣ କାର୍ଯ୍ୟ ଆଗେଇ ପାରିନାହଁ। ସେହିପରି ଧାନ ରୁଆ ପାଇଁ ଲକ୍ଷ୍ୟ ରଖାଯାଇଥିବା ମୋଟ ୩ ହଜାର ୨ଶହ ହେକ୍ଟର ଜମି ମଧ୍ୟରୁ ବର୍ଷା ଅଭାବ ଯୋଗୁ ମାତ୍ର ୩୦ହେକ୍ଟର ଜମିରେ ରୁଆ କାର୍ଯ୍ୟ ହୋଇପାରିଛି। କୃଷି କର୍ମଚାରୀମାନେ ସବୁବେଳେ ଚାଷଜମି ପରିଦର୍ଶନ କରିବା ସହିତ ଚାଷୀମାନଙ୍କୁ ବୈଷୟିକ ପରାମର୍ଶ ଦେଉଛନ୍ତି ବୋଲି ମିଶ୍ର ସୂଚନା ଦେଇଥିଲେ। ତେବେ ଅନିଶ୍ଚିତ ମୌସୁମିକୁ ସମ୍ପୂର୍ଣ୍ଣ ଭରସା ନ କରି ଚାଷ କାର୍ଯ୍ୟ ନିମନ୍ତେ ବ୍ଲକ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱ ଦେବାକୁ ଚାଷୀମାନେ ଦାବି କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri