କମର୍ସିଆଲ କୋଲ୍‌ ମାଇନିଂକୁ ଅନୁମତି

ନୂଆଦିଲ୍ଲୀ,୧୭।୫: ବର୍ତ୍ତମାନ ପର୍ଯ୍ୟନ୍ତ କୋଇଲା ଖଣି ଖନନ କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ ରହି ଆସିଥିଲା। ଘରୋଇ କ୍ଷେତ୍ରକୁ ଏହି ବର୍ଗରେ କାମ କରିବା ଲାଗି ଅନୁମତି ମିଳି ନ ଥିଲା। କମର୍ସିଆଲ କୋଲ୍‌ ମାଇନିଂ ସମ୍ପର୍କରେ ସରକାର ଶନିବାର ଘୋଷଣା କରିଛନ୍ତି। ଏହାଦ୍ୱାରା ଘରୋଇ କ୍ଷେତ୍ର ଅଂଶୀଦାରମାନେ କୋଇଲା ଖଣି କ୍ଷେତ୍ରରେ ପ୍ରବେଶ କରିପାରିବେ। ଏହି କ୍ଷେତ୍ରରେ ପ୍ରବେଶ ନିୟମକୁ ସରଳୀକରଣ କରାଯିବ। ଫଳରେ ଏ କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ କମିଥିବା ଜଣାପଡିଛି। ବର୍ତ୍ତମାନ ଏହି କ୍ଷେତ୍ରରେ ଫିକ୍ସଡ ରୁପି, ଟନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ମାତ୍ର କମର୍ସିଆଲ୍‌ ମାଇନିଂ କାର୍ଯ୍ୟକାରୀ ହେଲେ ଏହା ରାଜସ୍ବ ଶେୟାରିଂ ନିୟମ ଭିତ୍ତିରେ ଚାଲିବ। ଆଗାମୀ ଦିନରେ ୫୦ କୋଇଲା ବ୍ଲକ ନିଲାମ ଲାଗି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କୋଇଲା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେବା ଏବଂ ଆମଦାନୀ କମାଇବା ଉପରେ ସରକାର ଫୋକସ ରଖିଛନ୍ତି।
କୋଇଲା ଉତ୍ତୋଳନ ଭିତ୍ତିଭୂମିକୁ ଉନ୍ନତୀକରଣ ଲାଗି ସରକାର ୫୦ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି ଜଣାପଡିଛି। ଏହାବାଦ କୋଇଲା ଗ୍ୟାସିଫିକେଶନ ଏବଂ ଲିକ୍ୟୁଫିକେଶନକୁ ସରକାର ପ୍ରୋତ୍ସାହିତ କରିବେ। ରାଜସ୍ବ ଶେୟାରିଂରେ ରିହାତି ଏବଂ ଛାଡ ସୁବିଧା ମଧ୍ୟ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଦେଶ ମଧ୍ୟରେ କୋଲ ବେଡ୍‌ ମିଥେନ (ସିବିଏମ୍‌) ଉତ୍ପାଦନକୁ ଉତ୍ସାହିତ କରାଯିବ ବୋଲି ଜଣାପଡିଛି। ଏଭଳି ବିଭିନ୍ନ ପଦକ୍ଷେପ ଦ୍ୱାରା ପରିବେଶ ଉପରେ ପଡୁଥିବା ବିଭିନ୍ନ ଖରାପ ପ୍ରଭାବକୁ କମ୍‌ କରିବା ଉପରେ ସରକାର ଯୋଜନା କରୁଛନ୍ତି। ଯୋଜନାଗୁଡିକ କାର୍ଯ୍ୟକାରୀ ହେଲେ ଦେଶକୁ ଗ୍ୟାସ୍‌ଭିତ୍ତିକ ଅର୍ଥନୀତି ଆଡକୁ ଆଗେଇବା ଦିଗରେ ସହାୟକ ହେବ। ୨୦୨୩-୨୪ ସୁଦ୍ଧା ରାଷ୍ଟ୍ରାୟତ୍ତ କୋଲ ଇଣ୍ଡିଆ ଲିମିଟେଡ୍‌(ସିଆଇଏଲ୍‌) ୧ ବିଲିୟନ ଟନ୍‌ କୋଇଲା ଉତ୍ପାଦନ ନେଇ ଯୋଜନା ରଖିଛି। ଏହାବାଦ ଘରୋଇ କ୍ଷେତ୍ର ଖଣି ଗୁଡିକ ମଧ୍ୟ ଉତ୍ପାଦନକୁ ବଢାଇବେ ବୋଲି ଜଣାପଡିଛି।
କୋଇଲା ଖଣିଗୁଡିକରୁ ରେଳ ସାଇଡିଂକୁ କନ୍‌ଭେୟର ବେଲ୍‌ଟ ଯୋଗେ କୋଇଲା ଆଣିବା ଲାଗି ୧୮,୦୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହାଦ୍ୱାରା ପରିବେଶ ଉପରେ ପ୍ରଭାବ କମିବ। ଖଣି ଯୋଜନାକୁ ସରଳୀକରଣ କରାଯିବା ଦ୍ୱାରା ଇଜ ଅଫ୍‌ ଡୁଇଁ ବିଜ୍‌ନେସକୁ ପ୍ରୋତ୍ସାହିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଆସସ୍‌ର ସ୍ବତନ୍ତ୍ର ଷ୍ଟୋର୍‌ ଉଦ୍‌ଘାଟିତ

ନୂଆଦିଲ୍ଲୀ,୪।୨: ଅନ୍ତଃରାଷ୍ଟ୍ରୀୟ ଇଲେଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ କମ୍ପାନୀ ଆସସ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ଆଉ ଏକ ଫାସିଲିଟ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏପରିକି ସମଗ୍ର ଦେଶରେ...

କଳାଟଙ୍କା ଉପରେ ଲଗାମ ଲାଗିଛି: ମୋଦି

ନୂଆଦିଲ୍ଲୀ: ବିମୁଦ୍ରୀକରଣକୁ ୪ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏଭଳି ପଦକ୍ଷେପ ଯୋଗୁ କଳାଟଙ୍କା ଉପରେ ଲଗାମ ଲାଗିଛି।...

କରୋନା ସଙ୍କଟରେ ୮୦ ହଜାର କର୍ମଚାରୀଙ୍କ ପାଇଁ ପୁରସ୍କାର ଘୋଷଣା କଲା ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୮।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳରେ କେତେକ କାର୍ଯ୍ୟାଳୟ ବନ୍ଦ ରହିଛି। କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଉଛି। କରୋନା...

ଟ୍ରେଣ୍ଡ୍‌ସ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ‘ଖୁସିର ପର୍ବ’

ଭୁବନେଶ୍ୱର,୨୭।୯: ରିଲାଏନ୍ସ ରିଟେଲ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପାଇଁ ଗ୍ରାହକଙ୍କମାନଙ୍କ ଲାଗି ଏକ ସ୍ବତନ୍ତ୍ର ଅଭିଯାନ ‘ଖୁସିର ପର୍ବ’ ସମ୍ପର୍କରେ...

ଟିକ୍‌ଟକରୁ ସିଇଓ କେଭିନ ମେୟରଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୮: ସର୍ଟ ଭିଡିଓ ଆପ୍‌ ଟିକ୍‌ଟକ ଗତ କିଛି ଦିନ ହେବ ବିଭିନ୍ନ ସମସ୍ୟା ସାମ୍ନା କରୁଛି। ଏହି କମ୍ପାନୀ ବର୍ତ୍ତମାନ ସମୟରେ ବିଭିନ୍ନ ବିବାଦୀୟ...

ବୃଦ୍ଧି ପାଉଛି ବୀମା ଶିଳ୍ପର କାରବାର

ନୂଆଦିଲ୍ଲୀ, ୯।୧୧: ଗତ କିଛି ମାସ ହେବ ବିଭିନ୍ନ କାରଣ ଓ ମାନ୍ଦାବସ୍ଥା ଯୋଗୁ ଭାରତୀୟ ବୀମା ଶିଳ୍ପରେ ବ୍ୟାପକ ଅସ୍ଥିରତା ଦେଖାଦେଇଥିଲା। କାରଣ କୋଭିଡ୍‌...

ନୁଭୋକୋ ପ୍ଲାଣ୍ଟକୁ ଗ୍ରୀନ୍‌ ପ୍ରୋ ଇକୋଲେବଲ ସ୍ବୀକୃତି

ନୂଆଦିଲ୍ଲୀ,୧୭।୧୧: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋ ଭିଷ୍ଟାସ୍‌ କର୍ପୋରେଶନ ଲିମିଟେଡ୍‌ (ଏନ୍‌ଭିସିଏଲ୍‌)ର ୬ଟି ରେଡି-ମିକ୍ସ କଂକ୍ରିଟ ପ୍ଲାଣ୍ଟକୁ ସମ୍ମାନଜନକ ଗ୍ରୀନ୍‌ ପ୍ରୋ ପ୍ରମାଣପତ୍ର ମିଳିଛି।...

ଉଡ଼ାଣ ବାତିଲ୍‌ କରିବ ଇଜି ଜେଟ୍‌

ନୂଆଦିଲ୍ଲୀ,୨୯।୫: ବର୍ତ୍ତମାନ ସମୟରେ ଦେଖାଦେଇଥିବା ପ୍ରତିବନ୍ଧକ କାରଣରୁ ସ୍ବଳ୍ପ ମୂଲ୍ୟଯୁକ୍ତ ଇଜିଜେଟ୍‌ ଏୟାରଲାଇନ୍‌ ପକ୍ଷରୁ ଆସନ୍ତା ୧୦ ଦିନ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ବିମାନ ବାତିଲ୍‌...

Advertisement
Archives

Model This Week