କପ୍ତିପଦା ବ୍ଲକ୍‌ ଆଗରେ ବିକ୍ଷୋଭ

କପ୍ତିପଦା,୨୪ା୧୨(ଡ଼ି.ଏନ୍‌.ଏ.)- ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଯୁବ ସଂଗଠନ, ଅଲ୍‌ ଇଣ୍ଡିଆ ଛାତ୍ର ସଂଗଠନ ଏବଂ ମହିଳା ସଂଗଠନର ମିଳିତ ଆନୁକୂଲ୍ୟରେ ଛାତ୍ର, ଯୁବକ, ମହିଳାମାନଙ୍କର ସମସ୍ୟା ନେଇ କପ୍ତିପଦା ବ୍ଲକ୍‌ ସମ୍ମୁଖରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। କପ୍ତିପଦା ପୁରୁଣା ଥାନା ଛକରୁ ବିକ୍ଷୋଭକାରୀମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲେ। ଏହି ଅବସରରେ କମ୍ରେଡ ସମା ସମରାଏଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କମ୍ରେଡ ଯମୁନା ସାମାଡ଼, କମ୍ରେଡ ସାଧୁଚରଣ ଖୁଣ୍ଟିଆ, ଗୋବିନ୍ଦ ହାଇବୁ୍ର, ନାରଣ ଜଙ୍କ, ଜାନକୀ ଚାକିଆ, ଡିୱାଇଓର ଜିଲା ସଭାପତି କମ୍ବ୍ରେଡ ପୀତାମ୍ବର ନାଏକ, ଡ଼ିଏସ୍‌ଓର ଅନ୍ୟତମ ବକ୍ତା ପ୍ରଶାନ୍ତ ଦାସ, ଅଲ୍‌ ଇଣ୍ଡିଆ ଡିଏସ୍‌ଓ ମହିଳା ସାଂସ୍କୃତିକ ସଂଗଠନର ସମ୍ପାଦକ ମିଞ୍ଜାରୀ ଦେଓଗାମ୍‌, ଅଲ୍‌ ଇଣ୍ଡିଆ ଛାତ୍ର ସଂଗଠନର ସମ୍ପାଦକ ଭାଗବତ ସାଉଁୟା, ଡେମୋକ୍ରାଟିକ୍‌ ଯୁବ ସଂଗଠନର ଅନ୍ୟତମ ଯୁବ ସଂଗଠକ ଜୟ ମୁର୍ମୁ ପ୍ରମୁଖ ଯୋଗଦେଇ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବେକାରୀ ଯୁବତୀଯୁବକ କର୍ମନିଯୁକ୍ତି ନ ପାଇବା ଫଳରେ ରାଜ୍ୟରୁ ଅନ୍ୟ ରାଜ୍ୟକୁ କିପରି କାମ ଅନ୍ବେଷଣରେ ଯାଉଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ଏକ ପ୍ରତିନିଧି ଦଳ କପ୍ତିପଦା ବିଡିଓଙ୍କୁ ସାକ୍ଷାତ କରି ୪ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ କଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ

ପାଇକମାଳ,୫ା୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ତେବେ ଅନ୍ୟମାନଙ୍କ ପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ...

ସମାଜ ସଂସ୍କାର ପାଇଁ ବରିଷ୍ଠ ନାଗରିକମାନେ ମଙ୍ଗୁଆଳ: ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

ନୂଆପଡା ଅଫିସ,୨।୧୦ – ଅଭିଜ୍ଞତା ମଣିଷକୁ ସିଦ୍ଧହସ୍ତ କରିଥାଏ । ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ବିଭିନ୍ନ ଜିନିଷ ଉପରେ ନିଖୁଣ ପାରଙ୍ଗମତା ରହିଛି। ସେମାନଙ୍କ ଉଚିତ...

ରମ୍ଭା-ହୁମା ରେଳ ଲାଇନରୁ ସିଗନାଲ କେବୁଲ ଚୋରି: ଭୁବନେଶ୍ୱରର ୭ ଗଲେ ଜେଲ

ଛତ୍ରପୁର,୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା -ହୁମା ରେଳ ଲାଇନରୁ ସିଗନାଲ କେବୁଲ ଚୋରି କରୁଥିବାବେଳେ ଭୁବନେଶ୍ୱରର ୭ ଜଣଙ୍କୁ ବ୍ରହ୍ମପୁର ଆରପିଏଫ୍‌ ଟିମ ଗିରଫ କରିଛନ୍ତି।...

ଫଳ କିଣାକୁ ନେଇ ୨ ଗ୍ରାହକଙ୍କୁ ହାଣିଲେ ଦୋକାନୀ

ଯାଜପୁର ଟାଉନ,୭ା୫(ଡି.ଏନ.ଏ.): ଯାଜପୁର ଥାନା ଅନ୍ତର୍ଗତ ଖଣ୍ଡରା ଛକରେ ଶନିବାର ଜଣେ ଫଳ ଦୋକାନୀଙ୍କ ଆକ୍ରମଣରେ ପୌରାଞ୍ଚଳ ଅନ୍ତର୍ଗତ ବୈଦ୍ୟରାଜପୁରର କେବୁଲ ବ୍ୟବସାୟୀ ସଞ୍ଜିତ୍‌ କୁମାର...

ତେଲେଙ୍ଗାନାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ: ମୃତଦେହ ଆଣିବାକୁ ଅନୁମତି ଦେଲାନି ପ୍ରଶାସନ

ମାଲକାନଗିରି,୧୬ା୫(ଡି.ଏନ୍‌.ଏ.): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ସେରପାଲ୍ଲୀ ପଞ୍ଚାୟତର ପଦରାଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି କାମ କରିବା ପାଇଁ ତେଲେଙ୍ଗାନା ଯାଇଥିବା ବେଳେ କରୋନା ଯୋଗୁ...

ବିଦ୍ୟୁତ୍‌ ନାହିଁ, କ୍ରୀଡ଼ା ଛାତ୍ରାବାସ ଛାଡ଼ିଲେ ୨୫ ଛାତ୍ର

ମାଲକାନଗିରି,୧୦ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଷ୍ଟାଡିୟମ ପରିସରରେ ଥିବା କ୍ରୀଡ଼ା ଛାତ୍ରାବାସରେ ବିଦ୍ୟୁତ୍‌ ସମସ୍ୟା ଯୋଗୁ ୨୫ ଜଣ ଅନ୍ତେବାସୀ ବୁଧବାର ଛାତ୍ରାବାସ ଛାଡିଛନ୍ତି।...

ଟ୍ରେନ୍‌ ଧକ୍କାରେ ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ବର୍ତ୍ତିଗଲେ ୪

ଗୋପାଳପୁର,୩୦ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧିନସ୍ଥ ହଳଦିଆପଦର ଗ୍ରାମ ରେଳ ଫାଟକଠାରେ ରବିବାର ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଟ୍ରେନ ଧକ୍କାରେ...

ଦୁର୍ବୃତ୍ତଙ୍କ କେମିକାଲ ମାଡ଼ରେ ମହିଳା ଗୁରୁତର

ଭବାନୀପାଟଣା,୭।୮(ସ୍ବ.ପ୍ର.): କେତେକ ଦୁର୍ବୃତ୍ତଙ୍କ କେମିକାଲ ମାଡ଼ରେ ଜଣେ ମହିଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା...

Advertisement
Archives

Model This Week