କପିଳାସ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା:ପଥଭ୍ରଷ୍ଟ ପୁତ୍ରଙ୍କୁ ଶିକ୍ଷା ଦେବାକୁ ‘ପୁତ୍ରପୂଜା’

ଢେଙ୍କାନାଳ ଅଫିସ,୨୮ା୧୨ ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଆୟୋଜିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ ନାଟକ ମହୋତ୍ସବର ଶୁକ୍ରବାର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ପଞ୍ଚମବେଦ ପକ୍ଷରୁ ଓଡ଼ିଆ ନାଟକ ‘ପୁତ୍ର ପୂଜା’ ମଞ୍ଚସ୍ଥ ହୋଇଥିଲା ା ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଏହାକୁ ରଚନା କରିଥିବା ବେଳେ ହରେନ ସାହୁ ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ। ନାଟକ ‘ପୁତ୍ରପୂଜା’ର କାହାଣୀ ହେଲା, ସମାଜର ସବୁ ମା’ବାପା ନିଜର ଏକମାତ୍ର ସନ୍ତାନକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ସେହିଭଳି ଆଦର୍ଶ ଶିକ୍ଷକ ବ୍ୟୋମକେଶ ବାବୁ ମଧ୍ୟ ନିଜର ଏକମାତ୍ର ସନ୍ତାନ କୁମାରଙ୍କୁ ନେଇ ବହୁ ସ୍ବପ୍ନ ଦେଖିଥିଲେ। କଳ୍ପନାର ରଙ୍ଗରେ ଇଚ୍ଛା ଅନୁଯାୟୀ ସୁନ୍ଦର ଭବିଷ୍ୟତର ଚିତ୍ର ଅଙ୍କନ କରିଥିଲେ। କିନ୍ତୁ ସମୟ ସ୍ରୋତରେ ସବୁକିଛି ପାଣି ଫୋଟକା ଭଳି ମିଳାଇ ଯାଇଥିଲା। କୁମାର ବାଟ ହୁଡିଲେ, କଲମ ବଦଳରେ ଭୁଜାଲି ଧରିଲେ ା ମଦ ପିଇ ମା’ ବାପାଙ୍କ ଉପରକୁ ହାତ ଉଠାଇଲେ ା ଏପରିକି ନିଜେ ପ୍ରଶ୍ନପତ୍ର ଚୋରିକରି ସତ୍‌ ପଥରେ ଚାଲୁଥିବା ବାପାଙ୍କୁ ଚୋର ସଜେଇଦେଲେ। ଅତ୍ୟଧିକ ସ୍ନେହ, ଶ୍ରଦ୍ଧାରେ ବଢିଥିବା ପୁତ୍ର ଶେଷକୁ ମା’ବାପାଙ୍କ ପ୍ରତି ବିପଦ ସୃଷ୍ଟିକଲା, ଯାହା ଭାଗ୍ୟର ଏକ ବିଡମ୍ବନା। ପୁଣ୍ୟଭୂମୀ ଭାରତରେ ବହୁ କାଳରୁ ପିତୃପୂଜାର ପରମ୍ପରା ରହିଛି। କିନ୍ତୁ ସାମ୍ପ୍ରତିକ ସମାଜରେ କୁମାରଙ୍କ ଭଳି ପଥଭ୍ରଷ୍ଟ ପୁତ୍ରମାନଙ୍କୁ ଉଚିତ ଶିକ୍ଷା ଦେବାକୁ ଯାଇ ବ୍ୟୋମକେଶ ବାବୁ ଏକ ଅଭିନବ ପୁତ୍ରପୂଜାର ପରମ୍ପରା ସୃଷ୍ଟି କଲେ। ଏହା ତାଙ୍କର ଭୁଲ କି ଠିକ୍‌ ଥିଲା, ତାହା ଭବିଷ୍ୟତ ହିଁ କହିବ। ଏହାହିଁ ଥିଲା ନାଟକର କଥାବସ୍ତୁ। ବିଭିନ୍ନ ଭୂମିକାରେ ନଟବର ଆଚାର୍ଯ୍ୟ, ପ୍ରକାଶ ମହାରଣା, ମାନସ କୁମାର ପରିଡା, ଅଶୋକ ପଟ୍ଟନାୟକ, କାଞ୍ଚନ ଦାସ, ବାପୁ ରଥ ଓ ଅବକାଶ ମିଶ୍ର ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିନୟ ଦାସ ଓ ମମତା କବି। ସୁରେନ୍ଦ୍ରନାଥ ଗୌଡ ଓ ରାଜକିଶୋର ସାହୁ ଏହାକୁ ପରିଚାଳନା କରିଥିଲେ। ଆଲୋକ ସଜାଇଥିଲେ ରାକେଶ ଶତପଥୀ। ପ୍ରଶାନ୍ତ ସ୍ବାଇଁ ଓ ନୃସିଂହ ଦାସ ମଞ୍ଚ ସାଜସଜ୍ଜା କରିଥିଲେ। ପୋଷାକ ସଜାଇଥିଲେ ବିରଞ୍ଚି ସ୍ବାଇଁ ଓ ଲୋଚନ ବାରିକ। ଅଭିମନ୍ୟୁ ସେଠୀ ଓ ଅବିନାଶ ମିଶ୍ର ସହଯୋଗ କରିଥିଲେ। ପ୍ରାରମ୍ଭରେ ଜିଲାପାଳ ଭୂମେଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଓ ଏସ୍‌ପି ଅନୁପମା ଜେମ୍‌ସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଳାପରିଷଦ ସଭାପତି ଦିଲ୍ଲୀଶ୍ୱର ମହାରଣା ସଭାରେ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସଦସ୍ୟ ମନ୍ମଥ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶନିବାର ନୁଆଦିଲ୍ଲୀର ଡ୍ରାମାଟୋଲୋଜି ଥିଏଟର ଗ୍ରୁପ୍‌ ଦ୍ୱାରା ହିନ୍ଦୀ ନାଟକ ‘କାହାନୀ ଏକ୍‌ କଂସ କୀ’ ମଞ୍ଚସ୍ଥ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ...

ଧର୍ମେନ୍ଦ୍ରଙ୍କ ଲଢ଼ିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ଢେଙ୍କାନାଳ,୧ା୧୨ (ରତନ ନାୟାର):ଆସନ୍ତା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ଆସନରୁ ଭାଜପାର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଚର୍ଚ୍ଚା...

ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି...

ବ୍ରାହ୍ମଣୀ ଆଁରେ ୫ଶହ ହେକ୍ଟର ଜମି

ଢେଙ୍କାନାଳ,୨୨।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ଗେଙ୍ଗୁଟିଆ, ଗୁରୁଜାଙ୍ଗଠାରୁ ଆରମ୍ଭ କରି ସାଙ୍କୁଲେଇ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୫୦୦ ହେକ୍ଟର ଚାଷଜମି ବ୍ରାହ୍ମଣୀ ନଦୀର...

୧୦ ମାସରେ ୩୩୭ ଦୁର୍ଘଟଣା, ୧୫୦ ଜୀବନହାନି

ଢେଙ୍କାନାଳ,୧୭ା୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ(ରାଜସ୍ବ) ଲଳିତ ମୋହନ...

ଜେଲ୍‌ ଫାର୍ମାସିଷ୍ଟ ଗିରଫ

କାମାକ୍ଷାନଗର,୧୫।୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କନ୍ତିଓପୁଟସାହି...

ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

କାମାକ୍ଷାନଗର,୧୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥକୁ ରବିବାର ଅବରୋଧ କରାଯାଇଛି। ଶନିବାର ସଡ଼କ ଦୁର୍ଘଟଣାରେ ରେଳ ସଫେଇ କର୍ମଚାରୀ...

ଢେଙ୍କାନାଳରୁ ମେଲାଣି ନେଲେ ମା’

ଢେଙ୍କାନାଳ,୯ା୧୧(ରତନ ନାୟାର)ଢେଙ୍କାନାଳରୁ ବୁଧବାର ମେଲାଣି ନେଇଛନ୍ତି ମା’ ଲକ୍ଷ୍ମୀ। ସକାଳୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ବିଦାୟ ପର୍ବ ବିଳମ୍ବିତ ରାତି ଯାଏ ଚାଲିଥିଲା। ପ୍ରସିଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri