Posted inଖେଳ

କପିଳଙ୍କ ନୂଆ ଲୁକ୍‌ରେ ଧୋନୀ, ରିଚାଡର୍‌ସଙ୍କ ଛାପ

ନୂଆଦିଲ୍ଲୀ, ୨୬।୪ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କୁ ଏବେ ନୂଆ ଲୁକ୍‌ରେ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ରୂପେ ଲଣ୍ଡା ହେବା ସହ କିଛି ଦାଢି ରଖିଛନ୍ତି। ଏହି ଲୁକ୍‌ରେ ମହେନ୍ଦ୍ର ସିଂ ଧୋନୀ ଓ ପୂର୍ବତନ ଓ୍ବେଷ୍ଟଇଣ୍ଡିଜ୍‌ କିମ୍ବଦନ୍ତୀ କ୍ରିକେଟର ଭିଭିଆନ ରିଚାଡର୍‌ସଙ୍କ ଛାପ ରହିଛି। ସେ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ରିଚାଡର୍‌ସ ଓ ଧୋନୀଙ୍କଠାରୁ ପ୍ରେରିତ ହୋଇ ଏହି ଲୁକ୍‌ ଅପଣାଇଛି ବୋଲି ସେ କହିଛନ୍ତି। ରିଚାଡର୍‌ସ ହେଉଛନ୍ତି ମୋର ହିରୋ। ତେଣୁ ତାଙ୍କୁ ଅନୁସରଣ କରିବାରେ କିଛି ଅସୁବିଧା ନାହିଁ। ଧୋନୀ ମଧ୍ୟ ମୋର ହିରୋ। ୨୦୧୧ ବଶ୍ୱକପ୍‌ ବିଜୟ ପରେ ଧୋନୀ ସମ୍ପୂର୍ଣ୍ଣ ରୂପେ ଲଣ୍ଡା ହୋଇଥିଲେ। ତେଣୁ ଏହି ଖେଳାଳିଙ୍କୁ ଲକ୍ଷ୍ୟ କରି ଚୁଟି କାଟିଛି ବୋଲି କପିଲ କହିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଏ ନେଇ ଏକ ଭିଡିଓ ଟୁଇଟ୍‌ କରିଛି।
ଏହି ଟୁଇଟ୍‌ ଦେଖି ରିଚାଡର୍‌ସ ମଧ୍ୟ କପିଳଙ୍କୁ ସମର୍ଥନ କରିଛନ୍ତି। ଅବସର ନେବା ପରେ ରିଚାଡର୍‌ସ ମଧ୍ୟ ଲଣ୍ଡା ହେବା ସହ ସାମାନ୍ୟ ଦାଢି ରଖୁଥିଲେ ଓ ଠିକ୍‌ ଏହି ଲୁକ୍‌ ଆପଣାଇଥିଲେ। କପିଳ ଓ ରିଚାଡର୍‌ସ କ୍ରିକେଟ ପଡିଆରେ ଏକାଧିକ ବାର ମୁହଁାମୁହିଁ ହୋଇଛନ୍ତି। ୧୯୮୩ ବିଶ୍ୱକପ୍‌ରେ କପିଳଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ସେତେବେଳର ଶକ୍ତିଶାଳୀ ଦଳ ଓ୍ବେଷ୍ଟଇଣ୍ଡିଜକୁ ହରାଇ ପ୍ରଥମଥର ପାଇଁ ଟାଇଟଲ ଜିତି ଇତିହାସ ସୃଷ୍ଟି କରିଥିଲା। ଏହା ଥିଲା ବିଶ୍ୱକପର ତୃତୀୟ ସଂସ୍କରଣ। ପ୍ରଥମ ଦୁଇଟି ସଂସ୍କରଣରେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇ କ୍ରମାଗତ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହୋଇଥିଲା। ତେବେ ଫାଇନାଲରେ ଭାରତଠାରୁ ହାରିବା ପରେ ଓ୍ବେଷ୍ଟଇଣ୍ଡିଜର ହ୍ୟାଟ୍ରିକ ଟାଇଟଲ ଆଶା ଧୂଳିସାତ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରୀଡ଼ା: ଦକ୍ଷତା ପ୍ରଦର୍ଶନର ଅନ୍ୟତମ ମାର୍ଗ

ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ଲାଗି ବିଭିନ୍ନ ଦେଶ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବା...

କୋରିଆକୁ ୭-୨ରେ ହରାଇଲା ଜର୍ମାନୀ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୧।୧: ହକି ବିଶ୍ୱକପର ଶେଷ ଗ୍ରୁପ୍‌ ମ୍ୟାଚରେ ଶୁକ୍ରବାର ଦକ୍ଷିଣ କୋରିଆକୁ ୭-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ମାତ୍ର...

ଓ୍ବିମ୍ବେଲଡନରୁ ଓହରିଲେ, ଅଲିମ୍ପିକ୍ସରେ ଭାଗନେବେ ଓସାକା

ଲଣ୍ଡନ,୧୯ା୬(ଏପି)-ଚାରିଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନାଓମି ଓସାକା ଓ୍ବିମ୍ବେଲଡନରୁ ଓହରିଯିବେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ମହିଳା ଟେନିସ ଖେଳାଳିଙ୍କ ଏଜେଣ୍ଟ ଷ୍ଟୁଆର୍ଟ ଡଗୁଇଡ୍‌ ଏହି...

ସୁମିତ, ଯୋଗେଶଙ୍କ ବିଶ୍ୱରେକର୍ଡ

ବେଙ୍ଗାଲୁରୁ, ୨୦।୮ (ପି.ଟି.): ଏଠାରେ ଚାଲିଥିବା ୪ର୍ଥ ଇଣ୍ଡିଆନ ଓପନ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଟୋକିଓ ପାରାଲିମ୍ପିକ୍ସ ଚାମ୍ପିୟନ ଜାଭେଲିନ ଥ୍ରୋୟର ସୁମିତ ଆଣ୍ଟିଲ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌: ବ୍ରୋଞ୍ଜ ସହ ଭାରତର ଅଭିଯାନ ଆରମ୍ଭ

କାଇରୋ,୧୩ା୧୦: ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ସହ ଭାରତ ଅଭିଯାନ ଆରମ୍ଭ କରିଛି। ମହିଳା ୨୫ ମିଟର ପିସ୍ତଲ ଜୁନିୟର ଟିମ୍‌ ଇଭେଣ୍ଟରେ ଏହି ପଦକ...

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୮।୩: ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନୀରଜ...

ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍‌: ସମ୍ବଲପୁର ଗ୍ରୁପ୍‌ ଚାମ୍ପିୟନ

ଭୁବନେଶ୍ୱର, ୩ା୬ (ସ୍ପୋଟର୍‌ସ ବ୍ୟୁରୋ)-ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ରାଜ୍ୟ ସନ୍ତରଣ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚାଲିଥିବା ୬୦ତମ ରାଜ୍ୟ...

ଓଡ଼ିଆ ସମାଜସେବୀଙ୍କୁ ପ୍ରଶଂସାରେ ପୋତି ପକାଇଲେ କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରାୟତଃ ସେ ନିଃସ୍ବାର୍ଥପର ଭାବେ ଲୋକଙ୍କ ସେବା କରୁଥିବା...

Advertisement
Archives

Model This Week