କନ୍ଧମାଳରେ ଆଉ ଜଣେ କରୋନା ପଜିଟିଭ

ଫୁଲବାଣୀ ଅଫିସ, ୨୧ା୫- କନ୍ଧମାଳ ଜିଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବ କରୋନା ଆକ୍ରାନ୍ତଦ୍ୱୟଙ୍କ ପରି ତୃତୀୟ ଜଣକ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ଥିଲେ ା ଟିକାବାଲି ବ୍ଲକ ଅଞ୍ଚଳର ଏହି ବ୍ୟକ୍ତି ଜଣକ କେରଳରୁ କିଛିଦିନ ପୂର୍ବେ ଘରକୁ ଆସିଥିଲେ ା ତାଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖା ଯାଇଥିଲା ା ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି ା ଅନ୍ୟପକ୍ଷରେ ମଙ୍ଗଳବାର ସୁଦ୍ଧା ଦେଶର ୧୭ ରାଜ୍ୟରୁ ମୋଟ ୧୬୧୪ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କୁ ଜିଲାର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ୪୨ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନକୁ ବାଧ୍ୟତାମୂଳକ କରାଯାଇଛି। ପ୍ରବାସୀ ଓଡ଼ିଆ ରହୁଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ବଳବତ୍ତର ରହିଛି। ଏଥିସହିତ ଜିଲାର ସମସ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସଂଧ୍ୟା ୭ରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଏହାର ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କୌଣସି ପ୍ରକାର ଗୁଜବକୁ ଆଧାର କରି ବିଚଳିତ କିମ୍ବା ଆତଙ୍କିତ ନ ହେବା ଏବଂ କୋଭିଡ୍‌ -୧୯ ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରିବାକୁ ଜିଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ନନ୍ଦପୁର ସିଡିପିଓ: ଲାଞ୍ଚନେଇ ପଡ଼ିଲେ ଧରା

ଜୟପୁର,୨୭।୧୦(ନି. ପ୍ର.): କୋରାପୁଟ ଜିଲା ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଅଙ୍ଗନଓ୍ବାଡି କେନ୍ଦ୍ରର...

ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୧୮।୧: ବର୍ଷ ଆରମ୍ଭରୁ ପୁଣି ଚିତ୍ରକୋଣ୍ଡା ପୋଲିସକୁ ଆଉ ଏକ ସଫଳତା ମିଳିଛି। ରବିବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ପୋଲିସ ରାଜ୍ୟ ବାହାରକୁ ଚୋରା ଚାଲାଣ...

ଧାନ ରୋଇଲେ ଜିଲାପାଳ

ଛତ୍ରପୁର,୩୦ା୭(ଡି.ଏନ.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ପୂର୍ବାହ୍ନରେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଅଧିନ ଭରସା ଗଁାରେ ଥିବା ଜମିରେ ଧାନ ଗଛ...

ନୟାଗଡ଼ ପାଇଁ ଗର୍ବ ଆଣିଲେ ଚିତ୍ତରଞ୍ଜନ

ନୟାଗଡ଼ ଅଫିସ,୨୯ା୯: ନୟାଗଡ଼ ଜିଲା ପାଇଁ ଗର୍ବ ଆଣିଛନ୍ତି ରାଜ ସୁନାଖଳା ପଞ୍ଚାୟତର ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ। ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ...

‘ଅଙ୍ଗଦାନ ପାଇଁ ରାଜ୍ୟରେ ବ୍ୟାପକ ସମ୍ଭାବନା ଅଛି’

କଟକ ଅଫିସ,୨୮ା୧୧: ଗତ ଫେବୃୟାରୀ ୪ତାରିଖରେ ଓଡ଼ିିଶାରେ କାଡାଭରିକ (ମୃତ୍ୟୁବେଳେ ଅଙ୍ଗଦାନ) ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେବଳ ୩ଜଣ ଅଙ୍ଗଦାନ କରିଛନ୍ତି।...

ପରୀକ୍ଷା ଚାଲିଥିବା ସମୟରେ ଖସିଲା ଫ୍ୟାନ୍‌, ଛାତ୍ରୀ ଆହତ

ନିରାକାରପୁର,୨୫ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ହାଇସ୍କୁଲରେ ଫ୍ୟାନ୍‌ ଖସିପଡ଼ିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। କ୍ଷେତ୍ରବାସୀ ହାଇସ୍କୁଲର ଛାତ୍ରୀଛାତ୍ର ରାମେଶ୍ୱର ହାଇସ୍କୁଲରେ ଶୁକ୍ରବାର ଗଣିତ ସମ୍ମେଟିଭ୍‌...

ବିପଦରେ ଭିତରକନିକାର ବନ୍ୟଜନ୍ତୁ

କେନ୍ଦ୍ରାପଡ଼ା ଅଫିସ, ୧୩ା୨:କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ଅଧୀନ ଜାତୀୟ ଭିତରକନିକା ଅଞ୍ଚଳରୁ ମାସକ ମଧ୍ୟରେ ହରିଣ, ବାର୍‌ହା ଆଦି ଶିକାର କରୁଥିବା ଅଭିଯୋଗରେ ୪...

ପିପିଏଲ୍‌ ପରିସରରେ ଆମୋନିଆ ସମ୍ପର୍କିତ ମକ୍‌ ଡ୍ରିଲ୍‌

ପାରାଦୀପ,୨୦ା୪(ସ୍ବ.ପ୍ର.): ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ଼ (ପିପିଏଲ) କାରଖାନା ପରିସରରେ ବୁଧବାର ଆମୋନିଆ ଗ୍ୟାସ ନିର୍ଗମନ ଓ ତା’ର ପ୍ରତିକାର ସମ୍ପର୍କିତ ମକ୍‌ ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week