କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ: ୭ ଜୁଆଡ଼ି ଗିରଫ: ୯୫ ହଜାର ୪୮୫ ଟଙ୍କା ଜବତ

କଣ୍ଟାବାଞ୍ଜି,୧୦।୬(ଡି.ଏନ୍‌.ଏ.): ବଲାଙ୍ଗୀର ପୋଲିସ ଅଧୀକ୍ଷକ ସନ୍ଦିପ ସମ୍ପଦ ମଡକରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ରାତିରେ କଣ୍ଟାବାଞ୍ଜିର ଏକ ଜୁଆ ଆଡ୍ଡାରେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଏଥିରେ ୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୭ଟି ମୋବାଇଲ ଫୋନ୍‌, ନଗଦ ୯୫,୪୮୫ ଟଙ୍କା, ୨୧୩ଟି ତାସ ଜବତ ହୋଇଛି । ବୁଧବାର ସକାଳେ ସ୍ଥାନୀୟ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀରେ ସ୍ଥାନୀୟ ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଅନିଲ କୁମାର ଅଗ୍ରୱାଲ, ବିଜୟ ଅଗ୍ରୱାଲ, ଶଙ୍କର ଅଗ୍ରୱାଲ, ନବୀନ ଗୋଏଲ, ରାକେଶ ଅଗ୍ରୱାଲ, ମହେଶ ଅଗ୍ରୱାଲ, ଅଶୋକ ବଂଶଲ।
ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ପର୍ଶୁରାମ ଛକ ନିକଟରେ ଏକ ଘରେ ଜୁଆ ଖେଳାଯାଉଥିବା ପୋଲିସ ଏସ୍‌ପିଙ୍କୁ ଖବର ଯାଇଥିଲା । ଏହା ପରେ ଏସ୍‌ପି ମଡକରଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ମହାପାତ୍ର ଆଇଆଇସି ସତ୍ୟଜିତ କାଣ୍ଡେଲକର, ସବ୍‌ ଇନ୍ସପେକ୍ଟର ପ୍ରଦୀପ କୁମାର ଗୁରିଆ ପ୍ରମୁଖ ଅତର୍କିତ ଚଢ଼ାଉ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ପରେ ବୁଧବାର କଣ୍ଟାବାଞ୍ଜି ଥାନାରେ କେସ ନଂ. ୧୩୩/୨୦ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୬ବର୍ଷର ପୁଅକୁ କଚାଡି ମାରିଲେ ବାପା

କପ୍ତିିପଦା,୩।୯(ଡି.ଏନ.ଏ.):ମୟୁରଭଞ୍ଜ ଜିଲା ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଦେଇଛନ୍ତି।...

୨ ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି: ଚାଲିଗଲା ୩ ଜୀବନ

ସମ୍ବଲପୁର,୩।୩(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ରେମେଡି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ଘଟିଛି ।...

ଚିକିତ୍ସା ପରେ ଫେରିବେ ଆଣ୍ଡାମାନର ନାବିକ: ୨୬ ଦିନ ସମୁଦ୍ର ପାଣି ପିଇ ବଞ୍ଚିଥିଲେ

ବ୍ରହ୍ମଗିରି/କୃଷ୍ଣପ୍ରସାଦ, ୨୭ା୧୦(ଡି.ଏନ୍‌.ଏ.): ଅଥଳ ସମୁଦ୍ର ମଧ୍ୟରେ ହେଲା ସାମୁଦ୍ରିକ ଝଡ଼। ବୋଟ୍‌ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦିଗହରା ହୋଇ ପହଞ୍ଚିଲେ ମ୍ୟାନ୍‌ମାର ଉପକୂଳରେ। ସାଙ୍ଗରେ ଥିଲେ...

ମହିଳା ବନପାଳଙ୍କୁ ନିର୍ଯାତନା

ଖୋର୍ଦ୍ଧା ଅଫିସ,୧୪ା୮: ଖୋର୍ଦ୍ଧା ଜିଲା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡର ନୂଆପଡ଼ା ରେଞ୍ଜ୍‌ରେ କାର୍ଯ୍ୟରତ ଜଣେ ମହିଳା ବନପାଳଙ୍କୁ ଉପରିସ୍ଥ ଅଧିକାରୀ ନିର୍ଯାତନା ଦେଉଛନ୍ତି। ଏନେଇ ସେ...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ଭଙ୍ଗା ହେଲା ୨ ଲଜ୍‌, ଘରୋଇ କୋଠା

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଚୌହଦିରେ ଉଚ୍ଛେଦ ଜାରି ରହିଛି। ପ୍ରଥମେ ମଠ ଏହାପରେ ଘରୋଇ କୋଠା ଉଚ୍ଛେଦ ପରେ ବୁଧବାର ୨ଟି ଲଜ୍‌ ଏବଂ ଗୋଟିଏ...

ନନ୍ଦନକାନନକୁ ଚଡ଼କ: ଶେଷ ହେଲା ନୀଳଗିରି ବାନର ବଂଶ

ବାରଙ୍ଗ,୨୪।୯(ଡି.ଏନ.ଏ.): ଗତ କିଛିଦିନ ହେବ ନନ୍ଦନକାନନରେ ଦୁଃଖଦ ଘଟଣା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁ ଦିନକୁ ଦିନ କମିବାରେ ଲାଗିଛନ୍ତି। ରବିବାର ଗୋଟିଏ...

ବିଦ୍ୟୁତ୍‌ ସଂଯୋଗ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜନପ୍ରତିନିଧି

କେନ୍ଦୁଝର,୨୯।୨ (ସ୍ବ.ପ୍ର.)- ଝୁମ୍ପୁରା ବ୍ଲକ୍‌ ଅନ୍ତର୍ଗତ ବସନ୍ତପୁର ଠାରେ ଏକ କମ୍ପାନୀ ବେସରକାରୀ ଜମିରେ ଜୋରଜବରଦସ୍ତ ଖୁଣ୍ଟ ପକାଇଥିବା ଓ ସଂରକ୍ଷିତ ଜଙ୍ଗଲ ଉପରେ ୩୩କେଭି...

ଏସ୍‌ଏସ୍‌ସି ଆସିଷ୍ଟାଣ୍ଟ ଅଡିଟ୍‌ ଅଫିସର ପରୀକ୍ଷା: ସର୍ବଭାରତୀୟ ସ୍ତରରେ ରୋଷନ ଟପ୍ପର

ଖୋର୍ଦ୍ଧା ଅଫିସ,୯।୪: କଠିନ ପରିଶ୍ରମ, ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ସ୍ବପ୍ନ ଏବଂ ଦୃଢ଼ ମନୋବଳ ସଫଳତା ଆଣିଦିଏ। ଏହାର ଉଦାହରଣ ପାଲଟିଛନ୍ତି ଖୋର୍ଦ୍ଧା ଜିଲା ଜଟଣୀର ରୋଷନ...

Advertisement
Archives

Model This Week