କଣ୍ଟାକ୍ଟ ଟ୍ରେସିଂ ପରେ ସିଲ୍‌ ହୋଇପାରେ ଝାରପଡ଼ା, ମଧୁସୂଦନ ନଗର

ଭୁବନେଶ୍ୱର, ୮ା୪(ବ୍ୟୁରୋ): ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ରାଜ୍ୟରେ ମୋଟ ୪୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କେବଳ ଭୁବନେଶ୍ୱରରେ ୩୫ଜଣ ରହିଛନ୍ତି। ତେଣୁ ସଂକ୍ରମଣ ରୋକିବାକୁ ଆକ୍ରାନ୍ତ ରହୁଥିବା ଅଞ୍ଚଳ ଓ ସଂସ୍ପର୍ଶରେ ଆସିଥିବା ଅଞ୍ଚଳକୁ ସିଲ୍‌ କରାଯାଉଛି। ଇତିମଧ୍ୟରେ ଭୁବନେଶ୍ୱରର ୫ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଥିବାବେଳେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଝାରପଡ଼ା ଓ ମଧୁସୂଦନ ନଗରକୁ ସିଲ୍‌ କରାଯିବାକୁ ଯୋଜନା ଚାଲିଛି। ସୋମବାର ଝାଡପଡା ଅଞ୍ଚଳର ଜଣେ ୭୨ ବର୍ଷୀୟା ବୃଦ୍ଧଙ୍କର ମୃତ୍ୟୁ ଘଟିଥିବାବେଳେ ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ହୋଇଥିବାରୁ ପ୍ରଶାସନିକ ତତ୍ପରତା ବଢ଼ିଯାଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି। ଏଥିସହ ଏହି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ସେପରି କିଛି ଘଟଣା ନଜରକୁ ଆସିଲେ ଝାରପଡ଼ା ଅଞ୍ଚଳକୁ ସିଲ୍‌ କରାଯିବ ବୋଲି ଦକ୍ଷିଣ ପୂର୍ବ ଜୋନାଲ କମିଶନର ଅଂଶୁମାନ ରଥ କହିଛନ୍ତି।
ସେହିପରି ୟୁନିଟ୍‌-୪ ମଧୁସୂଦନନଗର ମଧ୍ୟ ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନ ଅଧିନରେ ହିଁ ଯାଉଛି। ସେଠାରେ ବି ଜୋନାଲ ଡାକ୍ତରୀ ଟିମ୍‌ ଓ ଜୋନାଲ ସ୍କ୍ବାଡ୍‌ ନିଜ ନିଜର କାମ ଜାରି ରଖିଛନ୍ତି। ଯଦି ମଧୂସୁଦନ ନଗରରୁ ଚିହ୍ନଟ ପଜେଟିଭ୍‌ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେହି ଆସିଥିବା ଜଣାପଡିବ ତେବେ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇ ସିଲ୍‌ ହେବ। ଏଥିସହ ଅନ୍ୟ ଆବଦ୍ଧ ଅଞ୍ଚଳ ପରି ଝାରପଡ଼ା ଓ ମଧୁସୂଦନ ନଗରବାସୀଙ୍କୁ ବିଏମ୍‌ସି ଅତ୍ୟାବଶ୍ୟକ ସେବା ଯୋଗାଇଦେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ସ୍ବତନ୍ତ୍ର ବିମାନ ଯୋଗେ...

ବଦନାମ ହେଉଛି ବର୍ଦ୍ଦି

ଢେଙ୍କାନାଳ ଅଫିସ, ୧୭।୧:  ଜନତାଙ୍କ ବିଶ୍ୱାସଭାଜନ ହେବାକୁ ଆରମ୍ଭ ହୋଇଛି ‘ଆମ ପୋଲିସ’। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ଧୈର୍ଯ୍ୟର ସହ ଅଭିଯୋଗ...

ଶୁକ୍ରବାରରୁ ୪ ଜିଲା, ୧ ମହାନଗର ନିଗମ ଲକ୍‌ଡାଉନ

ଭୁବନେଶ୍ୱର,୧୬।୭(ବ୍ୟୁରୋ)-ଶୁକ୍ରବାରଠାରୁ ୪ ଜିଲା ଓ ରାଉରକେଲା ମହାନଗର ନିଗମରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ଜାରି ହୋଇଛି। ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ଯାଜପୁର ଜିଲାରେ...

ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର, ଅବସରପ୍ରାପ୍ତ ଆର୍‌ଆଇ

ସୋନପୁର,୧୯।୨: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ସୁପରଭାଇଜର ନବେନ୍ଦ୍ର ମହାକୁର ଓ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ବାବାଜୀ ଚରଣ ସାହୁ ସମ୍ବଲପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି...

ହାତୀ-ମଣିଷ ଲଢେଇ

କେନ୍ଦୁଝର, ୨୯ା୬(ଡି.ଏନ.ଏ.): କେନ୍ଦୁଝର ଜିଲାରେ ହାତୀ ଆତଙ୍କ କମିବାର ନାଁ ଧରୁନାହିଁ ା ଗତ ଦୁଇ ବର୍ଷରେ ହାତୀ ଆକ୍ରମଣରେ ୧୫ ଜଣ ବ୍ୟକ୍ତିଙ୍କ ଜୀବନ...

ଓଡ଼ିଶାରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର,୨୪।୫: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରେ ୮ ଲକ୍ଷ ୧୭ ହଜାର ୫୧୩ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ମିଳିବ।...

ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ: ଯୁବକଙ୍କୁ ହତ୍ୟା ପରେ ଗଛରେ ଝୁଲାଇ ଦେଲେ ମୃତଦେହ

ଖୁଣ୍ଟୁଣୀ,୨୧ା୬(ଡି.ଏନ୍‌.ଏ.)-ଗୁରୁଡ଼ିଝାଟିଆ ଥାନା ଜେମାଦେଇପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ରବିବାର ଅଭିଯୋଗ ହୋଇଛି। ମୃତକ ହେଲେ ଗଙ୍ଗାଧର...

ଫେରିଲା କଟକଣା: କଳାହାଣ୍ଡି-ଫୁଲବାଣୀର ୩ ସ୍ଥାନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭବାନୀପାଟଣା(ଡି.ଏନ୍‌.ଏ.)/ଫୁଲବାଣୀ ଅଫିସ,୩।୪: ରାଜ୍ୟରେ ଚିନ୍ତା ବଢ଼ାଇଲାଣି କରୋନାର ଲେଉଟାଣି ସଂକ୍ରମଣ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା ଜରୁରୀ ହୋଇପଡ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଶନିବାର...

Advertisement
Archives

Model This Week