କଡ଼ାକଡ଼ି ହେବ ଯାଞ୍ଚ: ପ୍ରଥମ ଦିନରେ ମାସ୍କ ବାଣ୍ଟିଲା, ବୁଝାଇଲା ପୋଲିସ

ଭୁବନେଶ୍ୱର,୯ା୪(ବ୍ୟୁରୋ)- ବାୟୁ ଦ୍ୱାରା ମଧ୍ୟ ଘାତକ ଭୂତାଣୁ କୋଭିଡ୍‌-୧୯ ଅନ୍ୟକୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ଗୁରୁବାରଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏହାକୁ କଡାକଡି ପାଳନ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରଥମ ଦିନରେ ଏହି ନିୟମକୁ କିଛି ମାନିଥିବାବେଳେ ଆଉକିିଛି ଅମାନିଆ ହୋଇଥିଲେ। କିନ୍ତୁ ପୂର୍ବଦିନ ଅପେକ୍ଷା ଅଧିକାଂଶ ମାସ୍କ, ରୁମାଲ କିମ୍ବା କପଡ଼ାରେ ମୁହଁକୁ ଢାଙ୍କି ଯିବାଆସିବା କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ କମିଶନରେଟ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ ଯାଞ୍ଚ କରାଯାଇଥିଲା। ରାଜମହଲ, ଶିଶୁଭବନ, ଏଜି, ଜୟଦେବ ବିହାର, କଳ୍ପନା, ପଟିଆ ଆଦି ପ୍ରମୁଖ ଛକରେ ବହୁଲୋକ ଧରାପଡିଥିଲେ। ଯେଉଁମାନେ ମାସ୍କ ପିନ୍ଧି ନ ଥିଲେ ସେମାନଙ୍କୁ ପୋଲିସ ଅଟକାଇଥିଲା। ଅଧିକାଂଶ ଏ ବିଷୟରେ ଜାଣି ନ ଥିବା କହିବାରୁ ପୋଲିସ ମାସ୍କ ପିନ୍ଧିବାର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ବୁଝାଇ ଛାଡ଼ିଥିଲା। ନିୟମ ଲାଗୁ ହେବାର ପ୍ରଥମ ଦିନ ହୋଇଥିବାରୁ ପୋଲିସ କୌଣସି ଆଖି ଦୁଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଏଣିକି କିନ୍ତୁ ଆଉ ଖସି ପାରିବେନି ଉଲ୍ଲଂଘନକାରୀ। ଶୁକ୍ରବାରଠାରୁ ଯାଞ୍ଚକୁ କଡାକଡି କରାଯିବ। ଯେଉଁମାନେ ମାସ୍କ ପିନ୍ଧି ନ ଥିବେ ଜରିମାନା ଗଣିବେ। ୩ଥର ପର୍ଯ୍ୟନ୍ତ ୨ଶହ ଟଙ୍କା ଓ ଏହାପରଠାରୁ ୫ଶହ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯିବ। ଉଲ୍ଲଂଘନକାରୀଙ୍କ ସମସ୍ତ ତଥ୍ୟ ବିଭାଗୀୟ ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ରେ ଉପଲବ୍ଧ ରହିବ। କିଏ କେତେଥର ନିୟମ ଉଲ୍ଲଂଘନ କରିଛି ତାହା ସଙ୍ଗେ ସଙ୍ଗେ ଜଣାପଡିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠୁ ବଡ଼ କଥା ହେଲା ପ୍ରଥମ ଦିନ ହୋଇଥିବାରୁ ପୋଲିସ ବୁଲି ବୁଲି ପରିବା ବେପାରି ଓ ଅନ୍ୟ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ନିବେଦନ କରିବା ସହ କରୋନା ସମ୍ପର୍କରେ ସଚେତନ କରିଥିଲଶ। ଏପରି କି ବିଭିନ୍ନ ସ୍ଥାନରେ ପୋଲିସ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ପୋଲିସର ଏଭଳି କାର୍ଯ୍ୟକୁ ଅନେକେ ସ୍ବାଗତ ସହ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଲଢେଇ ଜାରି ରହୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬।୮(ବ୍ୟୁରୋ): ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଛି ଭାରତୀୟ ମହିଳା ହକି ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲେଇରେ...

କୋଭିଡ୍‌ କଟକଣା ଉଲ୍ଲଂଘନ: ରାୟଗଡ଼ାରେ ଫିଲ୍ମ ହଲ ସିଲ୍‌

ରାୟଗଡା ଅଫିସ, ୯।୪: ରାୟଗଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଶୁକ୍ରବାର ଜିଲାରୁ ୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାର...

ଅକ୍ଟୋବର ୧୨ରୁ ଓଜେଇଇ

ଭୁବନେଶ୍ୱର, ୧୯। ୯(ବ୍ୟୁରୋ):  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅକ୍ଟୋବର ୧୨ରୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର...

ଜନତାଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କଲା ଡିଡିଏମଏ, ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗିବନି ଜରିମାନା

ନୂଆଦିଲ୍ଲୀ,୨ ।୪: ଏବେ ରାଜଧାନୀ ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ଆଉ ଜରିମାନା ଦେବାକୁ ପଡିବ ନାହିଁ । କରୋନା ସଂକ୍ରମଣ କମ୍ ହେବା ଓ...

ପ୍ରଦୂଷଣ ଯୋଗୁ ହ୍ରାସପାଉଛି କାଜୁବାଦାମ ଉତ୍ପାଦନ

ମହାକାଳପଡ଼ା ,୨୧ା୪ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତିଘର, ରାମନଗର ଆଦି ଅଞ୍ଚଳରେ ପ୍ରଦୂଷଣ ବଢିବାରେ ଲାଗିଛି। ଫଳରେ ଜଙ୍ଗଲରେ କାଜୁବାଦାମ...

ଚଳନ୍ତା ଟ୍ରେନରୁ ଯାତ୍ରୀଙ୍କୁ ଠେଲିଦେଲେ

କୋରାପୁଟ,୩୧।୩(ସ୍ବ.ପ୍ର.): କିରଣ୍ଡଳରୁ ବିଶାଖାପାଟଣା ଯାଉଥିବା ପାସେଞ୍ଜର ଟ୍ରେନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। କେତେକ ଯାତ୍ରୀ ଚଳନ୍ତା ଟ୍ରେନ୍‌ରୁ ଜଣେ ଯାତ୍ରୀଙ୍କୁ ତଳକୁ ଠେଲି ଦେଇଥିବା...

ବେଆଇନ ବାଣ ବିକ୍ରି, ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩।୧୧(ବ୍ୟୁରୋ):ସବୁଜ ବାଣ ବିକ୍ରି ଓ ବ୍ୟବହାର ସମ୍ବନ୍ଧିତ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ଲାଗୁ...

୩ବର୍ଷ ହେଲା ଜୀବନ ସହ ସଂଘର୍ଷ କରୁଛନ୍ତି ଚୈତନ୍ୟ, ମିଳୁନାହିଁ ସହାୟତା

ଗୁଡ଼ଭେଲା,୩୦ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଘୁନା ପଞ୍ଚାୟତ ଅନ୍ତର୍ଗତ ଗୁଡଙ୍ଗାମାଳ ଗ୍ରାମ ପୁଟାପଡାର ଚୈତନ୍ୟ ପୁଟା (୨୪) ତିନିବର୍ଷ ତଳେ ଗଛରୁ ପଡିଯାଇଥିଲେ। ତାଙ୍କର...

Advertisement
Archives

Model This Week