କଟାପାଲିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଲା

ବରଗଡ଼ ଅଫିସ, ୨୩।୬: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ଜଣେ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକଙ୍କ ବରଗଡ଼ ବ୍ଳକ କଟାପାଲି ଗ୍ରାମର ହୋଇଥିବା ବେଳେ ସେ ୬୨ ବର୍ଷୀୟ ବୃଦ୍ଧ। ଏ ନେଇ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣକ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଉଲ୍ଲେଖଯୋଗ୍ୟ, କଟାପାଲି ଗ୍ରାମରେ ଗତ ୧୬ ତାରିଖରେ ୭୬ ବର୍ଷୀୟ ବୃଦ୍ଧ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ପରେ ଜଣେ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡୁଛି। ଏହିଭଳି ବର୍ତ୍ତମାନପର୍ଯ୍ୟନ୍ତ କଟାପାଲି ଗ୍ରାମର କେବଳ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

କନିଅର ମଞ୍ଜି ଖାଇ ଆତ୍ମହତ୍ୟା

ବଡବିଲ, ୨୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ମାଗାଜିନ ହଟିଂରେ ଅର୍ଜୁନ ହାଇବୁରୁ ନାମକ ଜଣେ ବ୍ୟକ୍ତି କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିଛନ୍ତି।...

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ମୃତ୍ୟୁ

ଜଗତ୍‌ସିଂହପୁର ଅଫିସ,୨୯।୯: ଜଗତ୍‌ସିଂହପୁର ମ୍ୟୁନିସିପାଲିଟି ଅଧୀନ ସୁଜଙ୍ଗ ଗ୍ରାମରେ ରବିବାର ଅପରାହ୍ନରେ ଦୁଇଜଣ ଶ୍ରମିକ ପାଇଖାନା ଭିତରୁ ସେଣ୍ଟ୍ରିଙ୍ଗ ଖୋଲୁଥିବା ସମୟରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ...

ଆଶାକର୍ମୀଙ୍କ ବେଆଇନ ନିଯୁକ୍ତିକୁ ନେଇ ଦାବିପତ୍ର

ମୁରିବାହାଲ, ୧ା୯(ଡି.ଏନ୍‌.ଏ.) ବଲାଙ୍ଗୀର ଜିଲା ଜିଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ଶାଖା ଓ ଯୁବ କନ୍ଧ ସମାଜ ପକ୍ଷରୁ ବେଆଇନ ଆଶାକର୍ମୀ ନିଯୁକ୍ତି ପ୍ରସଙ୍ଗରେ...

ଗରାଏ ପାଣିକୁ ୧୦ଟଙ୍କା

ରାୟଗଡା ଅଫିସ୍‌, ୧୭।୫: ରାୟଗଡା ସହରର ରୟତ କଲୋନୀରେ ୧୩ଟି ଲେନ ରହିଛି। ୧୩ଟି ଲେନ ମଧ୍ୟରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଲେନରେ...

ସାମାଜିକକର୍ମୀ ବାଣ୍ଟିଲେ ରାଶନ ସାମଗ୍ରୀ

ଜି.ଉଦୟଗିରି,୩|୪(ଡି.ଏନ.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ବନ୍ଦ ରହିଥିବା ବେଳେ ଗରିବ, ଦିନ ମଜୁରିଆ ଦିନକୁ ଦିନ ଖାଦ୍ୟ ପାଇବା କଷ୍ଟକର ହୋଇଛି। ଏହିଭଳି...

ଧାନ ବିଲ ଭ୍ରମ ସୃଷ୍ଟି କରୁଛି ସ୍ବାସ୍ଥ୍ୟକେନ୍ଦ୍ର ଛାତ

ଖଣ୍ଡପଡା,୧୦ା୮(ସ୍ବ.ପ୍ର.): ସରକାରୀ ବାସଭବନଗୁଡ଼ିକର ମରାମତି ବାବଦରେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଏଠାରେ ରହୁଥିବା କର୍ମଚାରୀଙ୍କ ଦାୟିତ୍ୱ ହୀନତା ଯୋଗୁ ଏହି ବାସଭବନଗୁଡ଼ିକର...

ଫୁଟବଲ ଟୁର୍ନାମେଣ୍ଟ, ତଣ୍ଡ୍ରିଗାଁ ଚାମ୍ପିୟନ

ଫିରିଙ୍ଗିଆ,୪ା୧୦- ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତ ବରେବାଟା ଗ୍ରାମରେ ଚକାଡୋଳା କ୍ଲବ ଆନୁକୂଲ୍ୟରେ ଚାଲିଥିବା ବନ୍ଦନା କହଁର ସ୍ମାରକୀ ଫୁଟବଲ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ...

ସରିଲା ଖନ୍ତାପଡା ମହୋତ୍ସବ

ବାହାନଗା,୭ା୧୧(ଡି.ଏନ.ଏ.)- ଗତ ବୁଧବାର ଉଦଘାଟିତ ହୋଇଥିବା ୬ଷ୍ଠ ଖନ୍ତାପଡା ମହୋତ୍ସବ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଛି। ମହୋତ୍ସବ ଦ୍ୱାରା ମାନବ ସମାଜ ମଧ୍ୟରେ ଭାଇଚାରା ସୃଷ୍ଟି...

Coronavirus Update


Archives

Model This Week

Why Dharitri