କଟକ ଡାକ୍ତରଖାନାରେ ଚିକିତ୍ସା ସୁବିଧା ନ ପାଇ ଆଖି ବୁଜିଲେ ସମୀର

ଚିତ୍ରକୋଣ୍ଡା,୧୩ା୩(ଡି.ଏନ.ଏ.): ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଆରଏସସି-୧୪ ଗ୍ରାମର ସମୀର ଭତ୍ରାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି ଶୀର୍ଷକ ଖବର ଗତ ଫେବୃୟାରୀ ୨୧ରେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଏନେଇ ମୁଖ୍ୟମନ୍ତ୍ରୀ ଟୁଇଟ କରି ମାଲକାନଗିରି ଜିଲାପାଳଙ୍କୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମୀରଙ୍କ ବେକରେ ଏକ ମାଂସ ପିଣ୍ଡୁଳା କ୍ରମଃଶ ବଢୁଥିଲା। ଏହାର ଚିକିତ୍ସା ପାଇଁ ପରିବାର ଲୋକେ ସମର୍ଥ ନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିବା ପରେ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରି ତାଙ୍କୁ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାଧ୍ୟମରେ ଆମ୍ବୁଲାନ୍ସରେ ମାଲକାନଗିରି ଆଣି ଜିଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ସେଠାରେତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ କଟକ ମେଡିକାଲକୁ ପଠାଇଥିଲେ। କଟକରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଏବଂ ପ୍ରଶାସନିକ ସହାୟତା ନ ପାଇବାରୁ ସମୀର ଭଲ ହୋଇ ନ ପାରି ଘରକୁ ଫେରି ଆସିଥିଲେ। ଶୁକ୍ରବାର ନିଜ ଘରେ ତାଙ୍କର ମୃତ୍ୟୁ ଘଟିଛି। ସୁରେନ୍ଦ୍ର ଭତ୍ରାଙ୍କ ୧୧ ବର୍ଷର ପୁଅ ସମୀର ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ। ସୁରେନ୍ଦ୍ର ମଜୁରି ଖଟି ପରିବାର ଚଳାଉଥିଲେ। ହସ ଖୁସିରେ ସଂସାର ଚାଲିଥିବା ବେଳେ ହଠାତ୍‌ ସମୀରଙ୍କ ବେକ ଓ କାନ ପାଖରେ ଏକ ଛୋଟ ବଥ ଆକାର କ୍ଷତ ହୋଇ ଘା’ ବାହାରିଥିଲା। ମାଆବାପା ଏହାର ଚିକିତ୍ସା ପାଇଁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ, ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କୋରାପୁଟ ମେଡିକାଲ କଲେଜ ନେଇ ଚିକିତ୍ସା କରି ଯେତେ ଔଷଧ ଦେଲେ ମଧ୍ୟ ଘା’ ଶୁଖିଲାନାହିଁ। କ୍ରମେ ଏହା ବଢିବାରେ ଲାଗିଲା। ପରେ ତାଙ୍କୁ ନେଇ କଟକରେ ଚିକିତ୍ସା କରିବାରୁ ଡାକ୍ତରମାନେ ଏହା କ୍ୟାନ୍ସର ବୋଲି କହିଥିଲେ। ପରେ ପରୀକ୍ଷା ପାଇଁ ଉକ୍ତ ସ୍ଥାନରୁ ମାଂସ କାଟି ଦିଲୀ ପଠାଇଥିଲେ। ତେବେ ରିପୋର୍ଟରେ କ୍ୟାନ୍ସର ନେଇ କୌଣସି ତଥ୍ୟ ବାହାରି ନ ଥିଲା। ଇତି ମଧ୍ୟରେ ସୁରେନ୍ଦ୍ର ପୁଅ ପିଛା ୮୦ ହଜାର ଟଙ୍କା ଖର୍ଚ୍ଚ କରି ସାରିଥିଲେ। ଅପରେଶନ ପାଇଁ ଅଧିକ ଅର୍ଥ ଦରକାର ପଡିବାରୁ ପରିବାର ଲୋକେ ଚିନ୍ତାରେ ଭାଙ୍ଗି ପଡିଥିଲେ। ୨ଥର କଟକ ମେଡିକାଲକୁ ପୁଅକୁ ନେଇ ମଧ୍ୟ ଅର୍ଥାଭାବରୁ ଅପରେଶନ ହୋଇପାରି ନ ଥିଲା। ଶେଷରେ ନିରାଶ ହୋଇ ପୁଅକୁ ଧରି ଘରକୁ ଚାଲି ଆସିଥିଲେ। ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲା ପ୍ରଶାସନଙ୍କ ତତ୍ପର ହୋଇ ସମୀରଙ୍କୁ ସହାୟତା ପାଇଁ ସହାୟତାର ହାତ ବଢାଇଥିଲେ। ଜିଲା ଚିକିତ୍ସାଳୟରେ ତାଙ୍କର ଆବଶ୍ୟକ ଚିକିତ୍ସା କରି କଟକ ପଠାଇ ଦେଇଥିଲେ। କଟକ ମେଡିକାଲରେ ଆବଶ୍ୟକ ସହାୟତା ଅଭାବରୁ ଚିକିତ୍ସା ପାଇ ନ ପାରି ଘରକୁ ଫେରି ଆସିଥିଲେ। ଘରେ ଶୁକ୍ରବାର ସମୀରଙ୍କ ମୃତ୍ୟୁ ହୋଇଛି। ଜିଲା ପ୍ରଶାସନ ଗରିବ ରୋଗୀଙ୍କୁ ସହାୟତା କରି ଚିକିତ୍ସା ବ୍ୟବସ୍ଥା କରୁଛନ୍ତି। ଆବଶ୍ୟକ ସ୍ଥଳେ ରୋଗୀକୁ କଟକ, ବିଶାଖାପାଟଣା ସ୍ଥାନାନ୍ତର କରୁଛନ୍ତି। ମାତ୍ର ରୋଗୀ ସେଠାରେ ପହଞ୍ଚତ୍ବା ପରେ ପ୍ରଶାସନିକ ସହାୟତା ଅଭାବରୁ ସମସ୍ୟାରେ ପଡୁଛନ୍ତି। ସେଠାରେ ତାଙ୍କ କଥା କେହି ଶୁଣୁନାହାନ୍ତି। କେବଳ ସମୀରଙ୍କ କ୍ଷେତ୍ରରେ ନୁହେଁ ପୂର୍ବରୁ ମଧ୍ୟ ଏପରି ଏକ ଘଟଣା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଆରଏସସି-୮ ନମ୍ବର ଗ୍ରାମର ଜୟ ବଡ଼ନାୟକଙ୍କ କ୍ଷେତ୍ରରେ ଘଟିଛି। ଜୟ ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନ ଥିବା ଖବର ପ୍ରକାଶ ପରେ ପ୍ରଶାସନ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇଥିଲା। ପ୍ରଶାସନିକ ଅସହଯୋଗ ହେତୁ ସେଠାରେ ସେ କିଛି ଦିନ ପଡିରହି ଘରକୁ ଫେରିଥିଲେ। ତାଙ୍କର ଆଉ ଅପରେଶନ ହୋଇପାରି ନ ଥିଲା। ଫଳସ୍ବରୂପ ଏବେ ସେ ଅକର୍ମଣ୍ୟ ହୋଇ ଘରେ ପଡି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇରେ ମାଟ୍ରିକ ଅଫଲାଇନ୍‌ ପରୀକ୍ଷା, ୫ରୁ ଫର୍ମ ଫିଲ୍‌ଅପ୍‌

କଟକ ଅଫିସ,୨୯।୬: ମାଟ୍ରିକ ପରୀକ୍ଷାଫଳକୁ ନେଇ ଏବେ ସାରା ରାଜ୍ୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ଅଫ୍‌ଲାଇନ୍‌...

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ୩୫୦ ସିସିଟିଭି

ଅନୁଗୋଳ ଅଫିସ, ୧୨।୨ – ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ...

ଆଜି ବିଶ୍ୱ ନୃତ୍ୟ ଦିବସ: ମଞ୍ଚ ନୁହେଁ, ଏଥର ଡିଜିଟାଲ ପ୍ଲାଟ୍‌ଫର୍ମ

ଭୁବନେଶ୍ୱର,୨୯ା୪(ବ୍ୟୁରୋ): ମଞ୍ଚରେ ନୁହେଁ, ଏଥର ଡିଜିଟାଲ ପ୍ଲାଟ୍‌ଫର୍ମରେ ପାଳନ ହେବ ବିଶ୍ୱ ନୃତ୍ୟ ଦିବସ। ସୋସିଆଲ ମିଡ଼ିଆରେ ଏକାଠି ହେବେ ବିଶ୍ୱର କୋଣ ଅନୁକୋଣର ନୃତ୍ୟଶିଳ୍ପୀ।...

ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ପୂର୍ଣ୍ଣାଙ୍ଗ ସ୍ବାସ୍ଥ୍ୟସେବା ଦାବି: ଅନଶନରେ କଂଗ୍ରେସ ନେତା

ବରଗଡ଼ ଅଫିସ,୧।୨: ବରଗଡ଼ର ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସମ୍ପୂର୍ଣ୍ଣ ସୁବିଧା ସହ ସିଟି ହସ୍ପିଟାଲ ଘୋଷଣା ଦାବିରେ ଶନିବାର ପୂର୍ବାହ୍ନ ୧୦ଟାରୁ କଂଗ୍ରେସ ୨୪ ଘଣ୍ଟିଆ...

ଦଣ୍ଡନାଚ ପରିବେଷଣ ଅଭିଯୋଗ: ପୂର୍ବତନ ସରପଞ୍ଚଙ୍କ ସମେତ ୮ ଜଣଙ୍କ ନଁାରେ ମାମଲା

ଦିଗପହଣ୍ଡି,୨ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗଁାରେ ଗୁରୁବାର ଦଣ୍ଡଯାତ୍ରା ପରିବେଷଣକୁ କେନ୍ଦ୍ରକରି ୨ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ଦଣ୍ଡଯାତ୍ରା ପରିବେଷଣରେ ସମ୍ପୃକ୍ତ...

ଢେଙ୍କାନାଳରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା: ପୁଣି ୧୦ ନୂଆ ପଜିଟିଭ୍‌ ଚିହ୍ନଟ

ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ ଜିଲାରେ ଗୁରୁବାର ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧ ହୋଇଛି। ନୂଆ ଆକ୍ରାନ୍ତଙ୍କ...

ରାଜ୍ୟରୁ ଆଉ ୬୭ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୩୦ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ସର୍ବାଧିକ ୬୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

ନୀଳଗିରିକୁ ଚାଲିବ ପାସେଞ୍ଜର ଟ୍ରେନ୍‌, ରେଳ ଅଧିକାରୀଙ୍କ ସର୍ଭେ ଆରମ୍ଭ

ସଜନାଗଡ଼, ୬।୯(ଡି.ଏନ.ଏ.)-ନୀଳଗିରିକୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଲାଗି ବାରମ୍ବାର ଦାବି ହୋଇଆସୁଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ...

Advertisement


Archives

Model This Week