କଟକ ଆକାଶେ ପବ୍‌ଜି, ପୋକେମନ୍‌

କଟକ ଅଫିସ,୧୪ା୧:ବୁଧବାର ମକରସଂକ୍ରାନ୍ତି। ଏହା ହେଉଛି ଗୁଡ଼ି ଉଡାର ପ୍ରମୁଖ ପର୍ବ। ପୂର୍ବଦିନ ଅପେକ୍ଷା ମକରସଂକ୍ରାନ୍ତିରେ କଟକ ସହରର ଆକାଶରେ ବେଶି ମାତ୍ରାରେ ଗୁଡି ଉଡିବା ଦେଖିବାକୁ ମିଳିଥାଏ। ହେଲେ ଚଳିତବର୍ଷ ଗୁଡ଼ି ଉଡାଇବା ପାଇଁ ବ୍ୟବହୃତ ମାଞ୍ଜାସୂତା ଉପରେ ପ୍ରଶାସନ କଟକଣା ଲଗାଇଛନ୍ତି। ଅନ୍ୟପକ୍ଷରେ ଗୁଡ଼ି ଉଡାକୁ ପରମ୍ପରା ଭାବେ ମାନି ଆସୁଥିବା କଟକବାସୀ ଆସନ୍ତା ବୁଧବାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି।
ମକରସଂକ୍ରାନ୍ତି ଆସିବ, ଆଉ କଟକ ଆକାଶରେ ଗୁଡ଼ି ନ ଉଡିବ, ଏଭଳି କେବେ ହୋଇନାହିଁ। ମକର ସଂକ୍ରାନ୍ତିର କିଛିଦିନ ଆଗରୁ କଟକବାସୀ ଗୁଡ଼ି ଉଡାଇବା ପାଇଁ ପ୍ରସ୍ତୁତ ହୋଇଯାନ୍ତି। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସହରରେ କିଛିଦିନ ହେବ ଗୁଡ଼ି ଉଡା ଚାଲିଛି। ଗୁଡ଼ି ଓ ସୂତା ବିକ୍ରି ପାଇଁ ସହରର ଚୌଧୁରୀବଜାର, ନନ୍ଦିସାହି, ଝୋଲାସାହି, ପିଠାପୁର ଆଦି ସ୍ଥାନରେ ଦୋକାନ ଖୋଲିଛି। ୩ ଟଙ୍କାରୁ ଆରମ୍ଭ କରି ୧୨୦ଟଙ୍କା ପର୍ଯ୍ୟନ୍ତ କାଗଜ ଓ ଜରିଗୁଡିର ଦାମ୍‌ ରହିଛି। ବିଶେଷକରି ଜରିଗୁଡିରେ ବିଭିନ୍ନ କାର୍ଟୁନ ଚିତ୍ର ରହିଥିବାରୁ ଏହା ପିଲାମାନଙ୍କୁ ଅଧିକମାତ୍ରାରେ ଆକୃଷ୍ଟ କରୁଛି। ପବ୍‌ଜି, ପୋକେମନ୍‌, ଆପନା ଟାଇମ ଆଏଗା ଭଳି କୋଟେସନ୍‌ ମଧ୍ୟ ଗୁଡ଼ିରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ସେହିଭଳି କାଠ, ପ୍ଲାଷ୍ଟିକ ଓ ପ୍ଲାଏର ନଟେଇ ବଜାରରେ ବିକ୍ରି ହେଉଛି। ନଟେଇର ମୂଲ୍ୟ ୨୦୦ରୁ ଆରମ୍ଭ କରି ୬୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ଲାଏ ନଟେଇ ସର୍ବାଧିକ ବିକ୍ରି ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ପୂର୍ବରୁ ଗୁଡ଼ି ଓ ନଟେଇ ଦିଲ୍ଲୀ, କଲିକତାରୁ ଅଣାଯାଉଥିଲା। ଏବେ କଟକରେ ଏହିସବୁ ତିଆରି ହେଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
କାଠଯୋଡ଼ି ପଠାରେ ପ୍ରତିଯୋଗିତା
କାଠଯୋଡ଼ି ନଦୀ ପଠାରେ ଗୁଡି ଉଡାଇବା ପାଇଁ ହୁଏ ଏକ ବିଶାଳ ପ୍ରତିଯୋଗିତା। ସ୍ଥାନୀୟ ଯୁବକମାନେ ଏହି ପ୍ରତିଯୋଗିତା ଆୟୋଜନ କରିଥାନ୍ତି। ସହରର ସମସ୍ତ ସାହିର ଯୁବକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି। ଭୋରରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲେ।
କଟକଣା ଏବେ ବାଟବଣା
ପ୍ରଶାସନ ପକ୍ଷରୁ ମାଞ୍ଜାସୂତା ଉପରେ କଟକଣା ଲାଗିଛି ସତ, ହେଲେ ଏହା ପାଳନ ହେଉ ନ ଥିବା ଅନେକ ଉଦାହରଣ ଦେଖାଯାଏ। ଏପରି କି ବଜାରରେ ମଧ୍ୟ ଅଧିକ ପରିମାଣର ମାଞ୍ଜାସୂତା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କଟକଣା ଲାଗୁ ହୋଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ ଠିକ୍‌ ଭାବେ ପାଳନ କରାଯାଉନାହିଁ। ଫଳରେ କଟକଣା ଏବେ ବାଟବଣା ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ବିଭିନ୍ନ ଗୁଡ଼ିର ନଁା ଢାବା, ମମଥୋର, ଚିଲ୍‌, ଚେଙ୍ଗ, ଜରି, କାର୍ଟୁନ, ରେଡିୟମ, ଆଲଗାଇ, ତୋହି।

ମୋଗଲ ଅମଳରୁ ଗୁଡ଼ି ଉଡା ପରମ୍ପରା
ଭାରତ ଭୂଖଣ୍ଡରେ ମୋଗଲମାନଙ୍କ ଶାସନ ଥିବାବେଳେ ଗୁଡ଼ି ଉଡା ପରମ୍ପରା ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଏହି ପରମ୍ପରା ସମୟକ୍ରମେ କଟକ ସହର ସହିତ ଯୋଡ଼ି ହୋଇଥିଲା। ମୋଗଲ ଶାସକମାନେ ଏକ ସଉକ ଭାବେ ଗୁଡ଼ି ଉଡାଉଥିଲେ ବୋଲି ଲୋକକଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ଭାଜପା

ଭୁବନେଶ୍ବର,୨୭ା୯(ବ୍ୟୁରୋ):ପୁରୀ ଜିଲା ଗୋପ ବ୍ଲକ ୧୧ନମ୍ବର ଜିଲା ପରିଷଦ ଜୋନ୍‌ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟ...

ଜଗନମୋହନଙ୍କ ନିଷ୍ପତ୍ତିକୁ ଶ୍ରୀକାନ୍ତଙ୍କ ସମର୍ଥନ: କହିଲେ ଏହା ‘ଐତିହାସିକ’; ଓଡ଼ିଶାରେ ଅତିକମ୍‌ରେ ୩ ଜଣଙ୍କୁ କରାଯାଉ

ଭୁବନେଶ୍ୱର,୭।୬(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ମନ୍ତ୍ରୀମଣ୍ଡଳରେ ୫ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ। ଏ ନେଇ ସେ ଶୁକ୍ରବାର ଘୋଷଣା କରିବା ପରେ ଦେଶ ତଥା...

ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିପାରେ ହସ୍ପିଟାଲ ସଂକ୍ରମଣ

ଭୁବନେଶ୍ୱର,୧୫।୧(ବ୍ୟୁରୋ): କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସଂକ୍ରମଣବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିଲା। ବିଶେଷକରି ହସ୍ପିଟାଲରେ ସଂକ୍ରମଣ ବ୍ୟାପିବା ପରେ ଏଭଳି ସଂକଟ...

ଆଜିଠୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ

ଭୁବନେଶ୍ୱର,୩୦ା୧୧: ‘ମେକ୍‌ ଇନ୍‌ ଓଡ଼ିଶା’(ଏମ୍‌ଆଇଓ) କନ୍‌କ୍ଲେଭ-୨୦୨୨ ବୁଧବାରଠାରୁ ଆରମ୍ଭ ହେବ। ୫ଦିନ ବ୍ୟାପି ହେବାକୁ ଥିବା ଏହି କନ୍‌କ୍ଲେଭକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନ ସାଢ଼େ...

କ୍ୟାସ୍‌ଭ୍ୟାନ୍‌ରୁ ଟଙ୍କା ଲୁଟ୍‌ ଘଟଣା: ଆଉ ୩ ଗିରଫ

ଆଠଗଡ଼, ୨୧।୧୦(ସ୍ବ.ପ୍ର.) : କଟକ ଜିଲା ଆଠଗଡ଼ ଥାନା ଅଞ୍ଚଳରେ ଗତ ୧୦ ତାରିଖରେ କ୍ୟାସଭ୍ୟାନରେ ଟଙ୍କା ଏଟିଏମ୍‌ରେ ଭର୍ତ୍ତି ପାଇଁ ଯାଉଥିଲା। ଭ୍ୟାନରୁ ଟଙ୍କା...

୧୦୪ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ: ଅନୁଧ୍ୟାନ କଲେ ଓସଡମା ସିଜିଏମ

ଛତ୍ରପୁର,୧୯।୬(ଡି.ଏନ୍‌.ଏ.)- ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ପାଇଁ ବୁଧବାର ଗଞ୍ଜାମ ଜିଲାର ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବାତ୍ୟା...

ନିୟନ୍ତ୍ରିତ ବଜାର କମିଟି ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନବରଙ୍ଗପୁର,୧୪।୧୦(ବି.ପ୍ର.): ନିୟନ୍ତ୍ରିତ ବଜାର ବରିଷ୍ଠ କିରାଣି ଅଶୋକ ନନ୍ଦଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ନବରଙ୍ଗପୁର ଭିଜିଲାନ୍ସ ଚଢ଼ାଉ କରିଛି । ଏକ କାଳୀନ ୩...

ସିଇଓଙ୍କୁ ଭାଜପାର ଫେରାଦ: ଡେରାବିଶ ବ୍ଲକରେ ହେଉଛି ମଦ କାରବାର; ଏବେ ବି ପାଟକୁରାରେ ବୁଲୁଛନ୍ତି ବିଜେଡି ବିଧାୟକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଶନିବାର ପାଟକୁରାରେ ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବିଜେଡିର ବିଧାୟକ ତଥା ନେତାମାନେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା...

Advertisement
Archives

Model This Week