କଟକ ଆକାଶେ ପବ୍‌ଜି, ପୋକେମନ୍‌

କଟକ ଅଫିସ,୧୪ା୧:ବୁଧବାର ମକରସଂକ୍ରାନ୍ତି। ଏହା ହେଉଛି ଗୁଡ଼ି ଉଡାର ପ୍ରମୁଖ ପର୍ବ। ପୂର୍ବଦିନ ଅପେକ୍ଷା ମକରସଂକ୍ରାନ୍ତିରେ କଟକ ସହରର ଆକାଶରେ ବେଶି ମାତ୍ରାରେ ଗୁଡି ଉଡିବା ଦେଖିବାକୁ ମିଳିଥାଏ। ହେଲେ ଚଳିତବର୍ଷ ଗୁଡ଼ି ଉଡାଇବା ପାଇଁ ବ୍ୟବହୃତ ମାଞ୍ଜାସୂତା ଉପରେ ପ୍ରଶାସନ କଟକଣା ଲଗାଇଛନ୍ତି। ଅନ୍ୟପକ୍ଷରେ ଗୁଡ଼ି ଉଡାକୁ ପରମ୍ପରା ଭାବେ ମାନି ଆସୁଥିବା କଟକବାସୀ ଆସନ୍ତା ବୁଧବାର ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି।
ମକରସଂକ୍ରାନ୍ତି ଆସିବ, ଆଉ କଟକ ଆକାଶରେ ଗୁଡ଼ି ନ ଉଡିବ, ଏଭଳି କେବେ ହୋଇନାହିଁ। ମକର ସଂକ୍ରାନ୍ତିର କିଛିଦିନ ଆଗରୁ କଟକବାସୀ ଗୁଡ଼ି ଉଡାଇବା ପାଇଁ ପ୍ରସ୍ତୁତ ହୋଇଯାନ୍ତି। ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସହରରେ କିଛିଦିନ ହେବ ଗୁଡ଼ି ଉଡା ଚାଲିଛି। ଗୁଡ଼ି ଓ ସୂତା ବିକ୍ରି ପାଇଁ ସହରର ଚୌଧୁରୀବଜାର, ନନ୍ଦିସାହି, ଝୋଲାସାହି, ପିଠାପୁର ଆଦି ସ୍ଥାନରେ ଦୋକାନ ଖୋଲିଛି। ୩ ଟଙ୍କାରୁ ଆରମ୍ଭ କରି ୧୨୦ଟଙ୍କା ପର୍ଯ୍ୟନ୍ତ କାଗଜ ଓ ଜରିଗୁଡିର ଦାମ୍‌ ରହିଛି। ବିଶେଷକରି ଜରିଗୁଡିରେ ବିଭିନ୍ନ କାର୍ଟୁନ ଚିତ୍ର ରହିଥିବାରୁ ଏହା ପିଲାମାନଙ୍କୁ ଅଧିକମାତ୍ରାରେ ଆକୃଷ୍ଟ କରୁଛି। ପବ୍‌ଜି, ପୋକେମନ୍‌, ଆପନା ଟାଇମ ଆଏଗା ଭଳି କୋଟେସନ୍‌ ମଧ୍ୟ ଗୁଡ଼ିରେ ଲେଖାଯାଇଥିବା ଦେଖିବାକୁ ମିଳୁଛି। ସେହିଭଳି କାଠ, ପ୍ଲାଷ୍ଟିକ ଓ ପ୍ଲାଏର ନଟେଇ ବଜାରରେ ବିକ୍ରି ହେଉଛି। ନଟେଇର ମୂଲ୍ୟ ୨୦୦ରୁ ଆରମ୍ଭ କରି ୬୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ପ୍ଲାଏ ନଟେଇ ସର୍ବାଧିକ ବିକ୍ରି ହେଉଥିବା ବ୍ୟବସାୟୀମାନେ କହିଛନ୍ତି। ପୂର୍ବରୁ ଗୁଡ଼ି ଓ ନଟେଇ ଦିଲ୍ଲୀ, କଲିକତାରୁ ଅଣାଯାଉଥିଲା। ଏବେ କଟକରେ ଏହିସବୁ ତିଆରି ହେଉଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
କାଠଯୋଡ଼ି ପଠାରେ ପ୍ରତିଯୋଗିତା
କାଠଯୋଡ଼ି ନଦୀ ପଠାରେ ଗୁଡି ଉଡାଇବା ପାଇଁ ହୁଏ ଏକ ବିଶାଳ ପ୍ରତିଯୋଗିତା। ସ୍ଥାନୀୟ ଯୁବକମାନେ ଏହି ପ୍ରତିଯୋଗିତା ଆୟୋଜନ କରିଥାନ୍ତି। ସହରର ସମସ୍ତ ସାହିର ଯୁବକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି। ଭୋରରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲେ।
କଟକଣା ଏବେ ବାଟବଣା
ପ୍ରଶାସନ ପକ୍ଷରୁ ମାଞ୍ଜାସୂତା ଉପରେ କଟକଣା ଲାଗିଛି ସତ, ହେଲେ ଏହା ପାଳନ ହେଉ ନ ଥିବା ଅନେକ ଉଦାହରଣ ଦେଖାଯାଏ। ଏପରି କି ବଜାରରେ ମଧ୍ୟ ଅଧିକ ପରିମାଣର ମାଞ୍ଜାସୂତା ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। କଟକଣା ଲାଗୁ ହୋଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ ଠିକ୍‌ ଭାବେ ପାଳନ କରାଯାଉନାହିଁ। ଫଳରେ କଟକଣା ଏବେ ବାଟବଣା ବୋଲି ସାଧାରଣରେ ଅଭିଯୋଗ ହୋଇଛି।
ବିଭିନ୍ନ ଗୁଡ଼ିର ନଁା ଢାବା, ମମଥୋର, ଚିଲ୍‌, ଚେଙ୍ଗ, ଜରି, କାର୍ଟୁନ, ରେଡିୟମ, ଆଲଗାଇ, ତୋହି।

ମୋଗଲ ଅମଳରୁ ଗୁଡ଼ି ଉଡା ପରମ୍ପରା
ଭାରତ ଭୂଖଣ୍ଡରେ ମୋଗଲମାନଙ୍କ ଶାସନ ଥିବାବେଳେ ଗୁଡ଼ି ଉଡା ପରମ୍ପରା ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଏହି ପରମ୍ପରା ସମୟକ୍ରମେ କଟକ ସହର ସହିତ ଯୋଡ଼ି ହୋଇଥିଲା। ମୋଗଲ ଶାସକମାନେ ଏକ ସଉକ ଭାବେ ଗୁଡ଼ି ଉଡାଉଥିଲେ ବୋଲି ଲୋକକଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆଖେଳ, ଅତର୍କିତ ଚଢ଼ାଉ କରି ୨୨ ଜୁଆଡ଼ିଙ୍କୁ ମାଡ଼ି ବସିଲା ପୋଲିସ

ନୂଆପଡ଼ା,୩ା୬(ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସଙ୍କୁ ପୁଣି ଏକ ବଡ଼ ସଫଳତା ମିଳିଛି। ମଙ୍ଗଳବାର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଆନ୍ତଃରାଜ୍ୟ ଜୁଆଡ଼ି ସମେତ ୨୨…

ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା, ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୩।୬: ସରକାରୀ କାର୍ଯ୍ୟର ନିରବଚ୍ଛିନ୍ନ ତଥା ସୂଚାରୁ ପରିଚାଳନା ପାଇଁ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ଗାଡ଼ିଗୁଡ଼ିକର ତେଲ…

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜିଲା ପରିଷଦ ବୈଠକରେ ଏକ ଅଭବାନୀୟ ଘଟଣା ଦେଖିବାକୁ ମିଳିଛି। ଜନପ୍ରତିନିଧିଙ୍କୁ ବୋଲଗଡ ବିଡିଓଙ୍କ ଅଣଦେଖା, ଦୁର୍ବ୍ୟବହାର ଏବଂ ଅସହଯୋଗ ମନୋଭାବ ପ୍ରତିବାଦରେ ୨୭…

ଯୁବତୀଙ୍କୁ ଲଜ୍‌ରେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ ଯୁବକ, ଶାରୀରିକ ସମ୍ପର୍କ ରଖିବା ପରେ…

ରିଷିଡ଼ା,୩ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ…

କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା: ଭବିଷ୍ୟତରେ ନିଷ୍ଠାର ସହ ଆଗକୁ ବଢ଼ିବାକୁ ପରାମର୍ଶ

କୋରାପୁଟ,୩ା୬(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ପକ୍ଷରୁ ବୁଧବାର କୃତୀ ଛାତ୍ରୀଛାତ୍ରଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ନାରାୟଣପାଟଣା ବ୍ଲକ…

ଚତୁର୍ଥୀ ରାତିରେ ଝୁଲିପଡ଼ିଲେ ସନ୍ତୋଷୀ: ଶାଶୁଘର ଲୋକେ…

କୁଜଙ୍ଗ,୩ା୬(ମନୋଜ ପ୍ରଧାନ):ବାହାଘରର ଚତୁର୍ଥୀ ରାତିରେ ଶୋଇବା ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳେଇପୁର ଗ୍ରାମରେ ସୋମବାର ଏହି ଘଟଣା…

ଏଲ୍‌ନିନୋକୁ ନେଇ IMD ଡିଜିଙ୍କ ବଡ଼ ସୂଚନା: ଚଳିତବର୍ଷ ମୌସୁମୀରେ ହେବ…

ଭୁବନେଶ୍ୱର,୩ା୬: ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ ବୋଲି କହିଛନ୍ତି ଆଇଏମ୍‌ଡି…

ବସଷ୍ଟାଣ୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା ବାଇକ, ଆଜି ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଯୁଧିଷ୍ଠିରଙ୍କ ଜୀବନ

ଦିଗପହଣ୍ଡି,୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ବ୍ୟକ୍ତି ଏଚ.ଯୁଧିଷ୍ଠିର ରେଡ୍ଡୀ(୫୪) ଗତ ମେ ୨୪ ତାରିଖ ସନ୍ଧ୍ୟାରେ ବାଇକ ଧକ୍କାରେ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri