![](https://www.dharitri.com/wp-content/uploads/2020/03/d7bfee28-296d-4bd9-a7b4-40526f3abb17.jpg)
ସାକ୍ଷୀଗୋପାଳ, ୩୧।୩(ଡି.ଏନ୍.ଏ): କରୋନା କଟକଣା ମାନୁ ନାହାନ୍ତି ଶ୍ରଦ୍ଧାଳୁ। ସକାଳୁ ସକାଳୁ ମଙ୍ଗଳ ଆଳତୀ ଦର୍ଶନ ପାଇଁ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ବାର ସମ୍ମୁଖରେ ସ୍ଥାନୀୟ ଶ୍ରଦ୍ଧାଳୁ ନିୟମିତ ଭିଡ଼ ଲଗାଉଛନ୍ତି। ପାଳିଆ ସେବକଙ୍କ ଛଡ଼ା ଅନ୍ୟ କୌଣସି ବ୍ୟକ୍ତିଙ୍କ ମନ୍ଦିର ପ୍ରବେଶ ଉପରେ ପ୍ରଶାସନ ରୋକ ଲଗାଇଥିବା ବେଳେ ସିଂହଦାର ନିକଟରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।