କଟକଣା କୋହଳ ପରେ ଟ୍ରାଫିକ ଜାମ୍‌

ବାଙ୍ଗାଲୋର,୨୫ା୪: କର୍ନାଟକ ସରକାର ରାଜ୍ୟରୁ କୋଭିଡ-୧୯ ମୁକାବିଲା ପାଇଁ ଜାରି କରିଥିବା କଟକଣାକୁ କେତେକ ସ୍ଥାନରେ ଗୁରୁବାରଠାରୁ ଆଂଶିକ ଭାବେ କୋହଳ କରିବା ପରେ ଶୁକ୍ରବାର ସକାଳେ ବହୁ ସଂଖ୍ୟାରେ ଗାଡ଼ି ରାସ୍ତାରେ ଦେଖିବାକୁ ମିଳିଥିଲା। ଏଥିଯୋଗୁ କିଛି ସ୍ଥାନରେ ଟ୍ରାଫିକ ଜାମ୍‌ ହୋଇଥିବା ମଧ୍ୟ ଜଣାଯାଇଥିଲା। ଏହାକୁ ନେଇ କର୍ନାଟକ କଂଗ୍ରେସ ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି। ସରକାରଙ୍କ ଅବ୍ୟବସ୍ଥା ଯୋଗୁ ଏପରି ହୋଇଥିବା ରାଜ୍ୟ କଂଗ୍ରେସ ଟୁଇଟ୍‌ କରି ଅଭିଯୋଗ କରିଛି।
ଆଇଟି ଏବଂ ଆଇଟି ସମ୍ପର୍କିତ ସେବାକୁ ଅତ୍ୟାବଶ୍ୟକ ତଥା ସର୍ବନିମ୍ନ କର୍ମଚାରୀଙ୍କ ଦ୍ୱାରା ଚାଲୁକରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ସେହିପରି କେତେକ ନିର୍ମାଣ କାର୍ଯ୍ୟ, ପ୍ୟାକେଜିଂ ସାମଗ୍ରୀ ଉତ୍ପାଦନ, କୋରିୟର ସର୍ଭିସ ଆଦି ପାଇଁ ମଧ୍ୟ କର୍ନାଟକ ସରକାର ଅନୁମତି ଦେଇଛନ୍ତି। ଜନସାଧାରଣଙ୍କ ଅସୁବିଧାକୁ ହ୍ରାସ କରିବାକୁ କେତେକ ଅତିରିକ୍ତ ସେବା ତଥା କାର୍ଯ୍ୟକୁ ଅନୁମତି ଦିଆଯିବା ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଟିଏମ୍‌ ବିଜୟ ଭାସ୍କର ଏକ ନିର୍ଦ୍ଦେଶନାମା ମାଧ୍ୟମରେ ସୂଚନା ଦେଇଥିଲେ। ଏହି ସେବାଗୁଡିକ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନିୟମାବଳୀ ଆଧାରରେ ଆବଦ୍ଧାଞ୍ଚଳ ମୁକ୍ତ ଭାବେ ଘୋଷିତ ସ୍ଥାନଗୁଡିକରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଏଥିସହ ସାମାଜିକ ଦୂରତା ରକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହି କଟକଣାକୁ ସାମାନ୍ୟ କୋହଳ ନେଇ ଘୋଷଣା ହେବା ପରେ ସେଠାରେ ପୂର୍ବଭଳି ବହୁମାତ୍ରାରେ ଯାନବାହନ ଚଳାଚଳ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର, ଡେଲ୍ଟା-ଆଲ୍ଫା ଭାରିଆଣ୍ଟ୍‌ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...

ଡବ୍ଲୁଏଚ୍‌ଓର ଚେତାବନୀ ପୁଣିଥରେ ଫେରିପାରେ କରୋନା

ଜେନେଭା,୨୬।୫: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ସୋମବାର କରୋନା ମହାମାରୀକୁ ନେଇ ଆଉ ଏକ ଚେତାବନୀ ଦେଇଛି। ଡବ୍ଲୁଏଚ୍‌ଓ କହିଛି ଯେଉଁ ଦେଶରେ କରୋନା ସଂକ୍ରମଣ କମ୍‌...

ମସ୍କଙ୍କୁ ପୁନାଓ୍ବାଲାଙ୍କ ପରାମର୍ଶ, ଟୁଇଟର ନ କିଣି ଭାରତରେ ନିବେଶ କରିବା ଲାଭଦାୟକ…

ନୂଆଦିଲ୍ଲୀ, ୮।୫ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟୁଇଟରର ନୂତନ ମାଲିକ ଏଲୋନ ମସ୍କଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ...

ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା: ମୃତଦେହକୁ ଜଳାଇଲେ ଘରେ !

ଆଗ୍ରା, ୩୧।୮: ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରି ଘରେ ଜଳାଇ ଦିଆଯାଇଛି। ସୋମବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧାଜଳା ମୃତଦେହଗୁଡ଼ିକ...

ଛଅ ବର୍ଷରେ ୧୫ ଏମ୍ସକୁ ମିଳିଛି ମଞ୍ଜୁରୀ, ୨୦୧୪ ପର୍ଯ୍ୟନ୍ତ ଥିଲା ମାତ୍ର ଛଅ: ମୋଦି

ନୂଆଦିଲ୍ଲୀ,୨୬ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନସିଂ ଜରିଆରେ ତାମିଲନାଡୁର ଡା. ଏମ୍‌ଜିଆର୍ ମେଡିକାଲ ୟୁନିଭର୍ସିଟିର ୩୩ ତମ ଦିକ୍ଷାନ୍ତ ସମାରୋହକୁ ସାମ୍ବୋଧିତ...

ପର୍ଯ୍ୟଟନ ଚିନ୍ତା

ଦିନେ ନୁହେଁ କିମାସେ ନୁହେଁ,ବର୍ଷବର୍ଷ ଧରି ଏମାନେ ଜାରିରଖିଛନ୍ତି ତାଙ୍କ ସାଧନା। କିଏ ପାହାଡ଼ କାଟି ତ କିଏ ମନ୍ଦିର ନିର୍ମାଣ କରି ପୁଣି ଆଉ...

ସୋନିଆଙ୍କୁ ୧୦୦ କଂଗ୍ରେସ ନେତାଙ୍କ ପତ୍ର

ନୂଆଦିଲ୍ଲୀ, ୧୮।୮: ନେତୃତ୍ୱ ପରିବର୍ତ୍ତନ ପାଇଁ ପ୍ରାୟ ୧୦୦ ଜଣ କଂଗ୍ରେସ ନେତା ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ନିଲମ୍ବିତ...

କାର୍ଯ୍ୟକାରୀ ସିଭିସି ଭାବେ ପ୍ରବୀଣ ଶ୍ରୀବାସ୍ତବ ନିଯୁକ୍ତ

ନୂଆଦିଲ୍ଲୀ,୨୮ା୧୨: ଭିଜିଲାନ୍ସ କମିଶନର ପ୍ରବୀଣ କୁମାର ଶ୍ରୀବାସ୍ତବଙ୍କୁ ବୁଧବାର କାର୍ଯ୍ୟକାରୀ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ନିଯୁକ୍ତ କରାଯାଇଛି। ଦୁର୍ନୀତି ନିରୋଧୀ ଜଗୁଆଳି ସଂସ୍ଥାର...

Advertisement
Archives

Model This Week