କଚି ମିର୍ଚି କା ମୁର୍ଗ

ପୁରୀକୁ ପ୍ରତିଦିନ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। ତେବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ହୋଟେଲ ସର୍ବଦା ସେମାନଙ୍କ ଡିସ୍‌ ପରିବର୍ତ୍ତନ କରିଥାନ୍ତି। ସିଟି ରୋଡରେ ଥିବା ପ୍ରମୋଦ କନ୍‌ଭେନସନ ଆଣ୍ଡ୍‌ ବିଚ୍‌ ରିସର୍ଟରେ ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଗ୍ରାହକଙ୍କୁ ପରଷା ଯାଇଥାଏ। ଏହାର ଅନ୍ୟତମ ଚାହିଦାଯୁକ୍ତ ଡିସ୍‌ କଚି ମିର୍ଚି କା ମୁର୍ଗର ପ୍ଲେଟ୍‌ ଦାମ୍‌ ୩୨୦ ଟଙ୍କା। କଚି ମିର୍ଚି କା ମୁର୍ଗର ପ୍ରସ୍ତୁତି ସମ୍ପର୍କରେ ପ୍ରମୋଦ କନ୍‌ଭେନସନ ବିଚ୍‌ ରିସର୍ଟର ମୁଖ୍ୟ ଶେଫ୍‌ ହିକ୍‌ମତ୍‌ ଖାନ୍‌ କହନ୍ତି…

ଆବଶ୍ୟକ ସାମଗ୍ରୀ

ଚିକେନ: ୩୦୦ଗ୍ରାମ୍‌
କଟା ପିଆଜ: ୩୦ଗ୍ରାମ୍‌
କଟା ଟମାଟୋ: ୩୦ଗ୍ରାମ୍‌
କାଜୁ ପେଷ୍ଟ: ୫୦ଗ୍ରାମ୍‌
ଅଦା ପେଷ୍ଟ: ୨୦ଗ୍ରାମ୍‌
ରସୁଣ ପେଷ୍ଟ: ୨୦ଗ୍ରାମ୍‌
ରିଫାଇନ ତେଲ: ୬୦ଗ୍ରାମ୍‌
ଦେଶୀଘିଅ: ୨୦ଗ୍ରାମ୍‌
ଅମୁଲ କ୍ରିମ୍‌: ୨୦ଗ୍ରାମ୍‌
ହଳଦୀ ପାଉଡ଼ର: ୧୦ଗ୍ରାମ୍‌
ଲଙ୍କା ପାଉଡ଼ର: ୧୦ଗ୍ରାମ୍‌
ଧନିଆପତ୍ର: ୧୫ ଗ୍ରାମ୍‌
ପୋଦିନା ପତ୍ର: ୧୫ଗ୍ରାମ୍‌
କଞ୍ଚାଲଙ୍କା: ୧୦ଟା
ଗରମ ମସଲା: ୫ଗ୍ରାମ୍‌
ସ୍ବାଦ ଅନୁଯାୟୀ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ନିଅଁାରେ କଡାଇ ବସାଇ ରିଫାଇନ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ରଙ୍ଗ ବ୍ରାଉନ ହୋଇଗଲେ ସେଥିରେ ଅଦା, ରସୁଣ ପେଷ୍ଟ ପକାଇ ୧୦ ମିନିଟ୍‌ କଷିବା ପରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଓ କଟା ଟମାଟୋ ପକାନ୍ତୁ। ମସଲାରୁ ତେଲ ଛାଡିଗଲା ପରେ କାଜୁପେଷ୍ଟ ପକାଇ ଏହାର ୧୦ ମିନିଟ୍‌ ପରେ ଚିକେନ ପକାନ୍ତୁ ଓ ଭଲ ଭବେ କଷି ଘୋଡାଇ ଦିଅନ୍ତୁ।୧୫ ରୁ ୨୦ ମିନିଟ୍‌ ପରେ ଘୋଡଣୀ ଖୋଲି ସେଥିରେ ପୂର୍ବରୁ ଛେଚା ହୋଇଥିବା ଧନିଆପତ୍ର, ପୋଦିନାପତ୍ର ଓ କଞ୍ଚାଲଙ୍କା ପକାଇ ଗୋଳାନ୍ତୁ। ଏହାପରେ ସ୍ବାଦ ଅନୁଯାୟୀ ଲୁଣ ଏବଂ ଗରମ ମସଲା ପକାନ୍ତୁ। ଶେଷରେ ଏହା ଉପରେ ଅମୁଲ କ୍ରିମ୍‌ ଓ ଦେଶୀ ଘିଅ ପକାଇ ତଳକୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଚି ମିର୍ଚି କା ମୁର୍ଗ।


Enter your email to get our daily news in your inbox.

All Right Reserved By Dharitri.Com

ବାତରକ୍ତ ସମସ୍ୟା ଦୂର କରିବ ଅମୃତଭଣ୍ଡା ଚା’

ଶରୀରରେ ୟୁରିକ୍‌ ଏସିଡ୍‌ର ମାତ୍ରା ଅଧିକ ହେଲେ ବାତରକ୍ତ ସମସ୍ୟା ଉପୁଜିଥାଏ। ଏହି ରୋଗ ଯୋଗୁ ଜଏଣ୍ଟ୍‌ ପେନ୍‌ ଯନ୍ତ୍ରଣା ପୀଡ଼ିତକୁ ଦରମରା କରିପକାଏ। ଯନ୍ତ୍ରଣା...

ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ନଷ୍ଟ ହୁଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ...

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ଲାଭ ହୋଇଥାଏ

ଦିନସାରା ବ୍ୟସ୍ତଜୀବନରୁ ଆରାମ ପାଇବା ପାଇଁ ରାତିରେ ସୁଖନିଦ୍ରା ଇଚ୍ଛା କରିଥାନ୍ତି। କିନ୍ତୁ ଏହା ସମ୍ଭବ ହୋଇ ନ ଥାଏ। ଫଳରେ ମାନସିକ ଅବସାଦ, ମେଦବହୁଳତା,...

କେଉଁଠି ଓ କେମିତି ରଖିବେ ପୂଜା ସାମଗ୍ରୀ

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜା ସାମଗ୍ରୀକୁ ଯଦି ଠିକ୍‌ ସ୍ଥାନରେ ନ ରଖାଯାଏ; ତାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି। ଯେମିତିକି…...

ଗର୍ଭାବସ୍ଥାରେ ମହିଳାମାନେ କେମିତି ଶୋଇବା ଉଚିତ୍‌ ଜାଣନ୍ତୁ

ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନଙ୍କର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଗର୍ଭବତୀ ମହିଳା ନିଜକୁ ସାମାନ୍ୟ ଅଣଦେଖା କଲେ ଏହାର କୁପ୍ରଭାବ ଉଭୟ ମାଆ ଓ ଗର୍ଭସ୍ଥ...

ଘରେ ସବୁବେଳେ କଳହ ଲାଗି ରହୁଛି କି.. ଏପରି ବାସ୍ତୁଦୋଷ କାରଣ ହୋଇପାରେ; ଜାଣନ୍ତୁ ଦୂର କରିବାର ଉପାୟ..

ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତିଂ), ଘରେ ରହୁଥିବା ଲୋକ...

ଏହି ୪ ରାଶିର ଯୁବକଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବତୀ; ଦେଖିଲେ ଆପଣ…

ଜ୍ୟୋତିଷ ଶାସ୍ତ୍ରରେ ରାଶିମାନଙ୍କ ମହତ୍ୱ ଅଧିକ। କାରଣ ରାଶି ଆଧାରରେ ବ୍ୟକ୍ତିର ସ୍ବଭାବ, ଗୁଣ-ଦୋଷ ଏବଂ ତାର ଜୀବନରେ ହେବାକୁ ଥିବା ଘଟଣା ବିଷୟରେ ଜଣାପଡ଼ିଥାଏ।...

ଋତୁ ପରିବର୍ତ୍ତନରେ ଚନ୍ଦ୍ରର ଭୂମିକା

ମେଘମୁକ୍ତ ପୂର୍ଣ୍ଣମୀର ଜ୍ୟୋତ୍ସ୍ନା ଯାମିନୀର ଅପରୂପ ଶୋଭା ସକାଶେ ଚନ୍ଦ୍ର ଦାୟୀ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ବୈଚିତ୍ରଭରା ଋତୁଚକ୍ର ଚନ୍ଦ୍ରର ଏକ ଅବଦାନ ବୋଲି...

Advertisement
Archives

Model This Week