Posted inଜାତୀୟ

କଏଦୀ ପିତାଙ୍କ ସହ ଜେଲରେ ରହୁଥିଲେ ଶିଶୁ: ଜିଲାପାଳ ବଦଳାଇଦେଲେ ଜୀବନ

ରାୟପୁର, ୨୦।୬: ଛତିଶଗଡର ବିଳାଶପୁରରେ ଜଣେ ୬ ବର୍ଷର ଝିଅ ଜୀବନ ବଦଳାଇ ଦେଇଛନ୍ତି ଜିଲାପାଳ। ଝିଅଟିର ଜନ୍ମ ପରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ପିତା ଅପରାଧ କରି ଜେଲ ଦଣ୍ଡାଦେଶ ଭୋଗୁଥିବାବେଳେ ଝିଅଟିଏ ଯତ୍ନ ନେବାକୁ କେହି ନ ଥିଲେ। ଫଳରେ ତାଙ୍କୁ ଜେଲ ଅଣାଯାଇଥିଲା। ଏଠାରେ ଜେଲ ପ୍ରଶାସନ ଏବଂ ମହିଳା କଏଦୀମାନେ ଶିଶୁଟିର ଯତ୍ନ ନେଲେ। ଧୀରେ ଧୀରେ ବଡ ହୋଇ ଜେଲ କମ୍ପାଉଣ୍ଡ ଭିତରେ ଥିବା ଏକ ପ୍ଲେ ସ୍କୁଲରେ ପଢିଲେ। ସାଧାରଣ ପିଲାଙ୍କ ଭଳି ଖେଳକୁଦ ଏବଂ ଟିଭି ଦେଖିବାକୁ ସେ ପସନ୍ଦ କରୁଥିଲେ। ଏହାସହ ପାଠପଢା ପ୍ରତି ଥିଲା ତାଙ୍କର ପ୍ରବଳ ଇଚ୍ଛା। ବିଳାଶପୁର ଜିଲାପାଳ ଡା. ସଞ୍ଜୟ ଅଲଙ୍କ ଜେଲ ପରିଦର୍ଶନରେ ଆସିଥିଲେ। ତୁମେ କ’ଣ କରିବାକୁ ଚାହୁଁଛ ବୋଲି ଜିଲାପାଳ ଝିଅଟିକୁ ପଚାରିଥିଲେ। ମୁଁ ଜେଲ୍‌ରୁ ବାହାରି ସ୍କୁଲ ଯିବାକୁ ଚାହୁଁଛି ବୋଲି ଝିଅଟି ଉତ୍ତରରେ କହିଥିଲେ। ଜିଲାପାଳ ତୁରନ୍ତ ଜେଲ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ତାଙ୍କୁ ଜିଲାର ଏକ ଭଲ ସ୍କୁଲରେ ଆଡମିଶନ କରିଦେଇଥିଲେ। ସେବେଠୁ ଝିଅଟିର ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’

କୋଲକତା,୧୨।୭: ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ତେବେ ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା। ‘ରାଜା’...

ହନୁମାନ ଚାଳିଶା ପରେ ଏବେ ଏଏପି ପାଠ କରିବ ‘ସୁନ୍ଦରାକାଣ୍ଡ’

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ...

ଭାରତରେ ଭିଡ଼ହିଂସା, ଆମେରିକାରେ ବିକ୍ଷୋଭ: ସଂଖ୍ୟାଲଘୁଙ୍କୁ ନ୍ୟାୟ ମିଳୁ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧ା୭: ଗୋସୁରକ୍ଷା ନାମରେ ଓ ଜୋର୍‌ଜବରଦସ୍ତ ‘ଜୟ ଶ୍ରୀରାମ’ କୁହାଇବା ଲାଗି ଭାରତରେ ଭିଡ଼ହିଂସା ବଢ଼ିବାରେ ଲାଗିଛି। ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ତଥାକଥିତ...

ଜାମିନ ନ ଦେବାରୁ ମହିଳା ଜଜ୍‌ଙ୍କୁ ଧମକ

ଥିରୁଭାନନ୍ଥପୁରମ୍‌: ଜଣେ ମାଜିଷ୍ଟ୍ରେଟ୍‌ ଏକ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିବାରୁ ଓକିଲ ତାଙ୍କୁ ମାଡ଼ ମାରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି...

ତୃତୀୟ ଲହର ଆତଙ୍କ: ରିପୋର୍ଟ ନେଗେଟିଭ୍‌ ଥିଲେ ବି ଫୁସ୍‌ଫୁସ୍‌ର ୯୦ ପ୍ରତିଶତ ସଂକ୍ରମିତ…

ପାଟନା,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ବିହାରରେ ତୃତୀୟ ଲହର ନେଇ ସ୍ଥିତି ସଙ୍କଟ ଜନକ ହେବାରେ...

ଗଣତନ୍ତ୍ର ଦୁର୍ବଳ ହେଉଛି

ନୂଆଦିଲ୍ଲୀ,୨ା୧୧: ବର୍ତ୍ତମାନ ଯାଏ ଗଣତନ୍ତ୍ର ସୂଚକାଙ୍କରେ ଭାରତର ସ୍ଥାନ ତଳକୁ ଖସୁଥବା ନେଇ ରିପୋର୍ଟ ଆସୁଥିଲା। କିନ୍ତୁ ଏବେ ଭାରତ ଏକ ଗଣତନ୍ତ୍ର ଭାବେ ନିଜ...

ମୋଦି-ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ…

ନୋଏଡା ,୫।୪ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରେ ମାରିବାକୁ ଧମକ ଦେବା ପ୍ରସଙ୍ଗ ସାମ୍ନାକୁ ଆସିଛି।...

‘ପ୍ରଥମ ଦୁଇ ପର୍ଯ୍ୟାୟରେ ଶତକ କରିଛୁ’

ଲକ୍ଷ୍ନୌ,୨୦।୨: “ଆମେ ପ୍ରଥମ ଦୁଇ ପର୍ଯ୍ୟାୟ ମତଦାନରେ ଶତକ ହାସଲ କରିଛୁ। ପରବର୍ତ୍ତୀ ଦୁଇ ପର୍ଯ୍ୟାୟରେ ମଧ୍ୟ ସମାଜବାଦୀ ପାର୍ଟି ନେତୃତ୍ୱାଧୀନ ମେଣ୍ଟ ଅନ୍ୟଠାରୁ ଆଗରେ...

Advertisement
Archives

Model This Week