କଏଦୀଙ୍କୁ କରୋନା ଭୟ: ମୁକୁଳିଲେ ୩୫ଶହ

କଟକ ଅଫିସ୍‌,୧୮ା୪: ରାଜ୍ୟରେ ଥିବା ଜେଲ୍‌ଗୁଡ଼ିକରେ ଅନ୍ତେବାସୀମାନେ କରୋନା ଭୂତାଣୁରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏଣୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ଜେଲ୍‌ଗୁଡ଼ିକର ସ୍ଥିତି ସମୀକ୍ଷାପରେ କଏଦୀଙ୍କୁ ମୁକୁଳାଇବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ମାର୍ଚ୍ଚ ୨୦ରୁ ଏପ୍ରିଲ୍‌ ୧୫ତାରିଖ ମଧ୍ୟରେ ବିଭିନ୍ନ ଜେଲ୍‌ରୁ ପ୍ରାୟ ୩୫ଶହ କଏଦୀ ମୁକୁଳିଛନ୍ତି। ସେମାନଙ୍କ ମଧ୍ୟରୁ ୩୧୯୦ଜଣ ଜାମିନ୍‌ ପାଇଥିବାବେଳେ ୧୦ଜଣ ପାରୋଲ୍‌ ଏବଂ ୨୮୧ଜଣଙ୍କୁ ସାମୟିକ ଛୁଟି ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଏମିତି ଅନ୍ତେବାସୀ ରହିଛନ୍ତି, ଯେଉଁମାନେ ୭ବର୍ଷରୁ କମ୍‌ ଦଣ୍ଡ ପାଇଛନ୍ତି। ଏପରି କି ଯେଉଁ ମାମଲାରେ ଦଣ୍ଡ ବ୍ୟବସ୍ଥା ୭ବର୍ଷରୁ କମ୍‌ ଥିବ । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନ୍‌ ସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ)ର କାର୍ଯ୍ୟକାରୀ ଅଧ୍ୟକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକରେ ଡିଜି(ଜେଲ୍‌) ସନ୍ତୋଷ ଉପାଧ୍ୟାୟ ଏହି ତଥ୍ୟ ରଖିଛନ୍ତି । ବୈଠକରେ ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ। ସେହିଭଳି ବୈଠକରେ ସମସ୍ତ ୩୦ଟି ଜିଲାର ବିଚାରାଧୀନ କଏଦୀ ସମୀକ୍ଷା କମିଟିର ତଥ୍ୟ ହସ୍ତଗତ ହୋଇଛି। ରାଜ୍ୟରେ ମୋଟ ୨୨୩୯ଜଣ କଏଦୀ ଅସୁସ୍ଥ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୧୬୮୨ଜଣଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କରୋନା ଭୂତାଣୁରେ ଆକ୍ରାନ୍ତ କୌଣସି କଏଦୀଙ୍କୁ ମୁକୁଳିବା ପାଇଁ ଅନୁମତି ଦିଆଯିବ ନାହିଁ। ଯେଉଁ କଏଦୀମାନେ ଜେଲ୍‌ରୁ ମୁକୁଳିଛନ୍ତି ଏବଂ ପରବର୍ତ୍ତି ସମୟରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି, ତେବେ ତାଙ୍କ ଚିକିତ୍ସା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଏଥିସହ କଏଦୀଙ୍କୁ ମୁକୁଳାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ସମସ୍ତ ଅଦେଶକୁ ପାଳନ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର, ୪ ସ୍ଥାନରେ ଏକକାଳୀନ ଚଢାଉ

ସୁନ୍ଦରଗଡ,୧୧।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମନହୀରା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର...

୭ ବର୍ଷର ନାତି ସହ ଅପ୍ରାକୃତିକ ଯୌନ ସମ୍ପର୍କ, ଅଜା ଗିରଫ

ଉଦଳା,୨୦ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳର ୭ ବର୍ଷର ନାତିକୁ ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ପୋଲିସ ସମ୍ପର୍କୀୟ...

କରୋନା ମାମଲା ହ୍ରାସ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୩।୩: ଦେଶରେ ଗତ ୨ବର୍ଷ ହେଲା କରୋନା ତାଣ୍ଡବ ରଚୁଛି। କରୋନାକୁ ହରାଇବା ପାଇଁ କେନ୍ଦ୍ର ସରକାରକ ବିଭିନ୍ନ ପ୍ରତିବନ୍ଧ ଲାଗୁ କରିଛନ୍ତି। ସମୟକ୍ରମେ କେତେକ...

କ୍ୟାବିନେଟ ନିଷ୍ପତ୍ତି:ସୁପ୍ରିମକୋର୍ଟ ନିର୍ଦ୍ଦେଶ ପାଳନ ହେବ

ଭୁବନେଶ୍ୱର,୧୯ା୬(ବ୍ୟୁରୋ):ଚଳିତବର୍ଷ ପୁରୀରେ ଶ୍ରୀଜୀଉଙ୍କ ରଥଯାତ୍ରା ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଇନ ବିଭାଗ ପକ୍ଷରୁ...

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୯ା୫- ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବତାଗଡ ଗ୍ରାମର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ରାଧା ଗୌଡ଼ (୨୪)।...

ଆହୁରି ୪ ଦିନ ବର୍ଷିବ

ଭୁବନେଶ୍ବର,୨୦।୬: ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ...

ଅବହେଳାରୁ ବାଘ ମୃତ୍ୟୁ

ଢେଙ୍କାନାଳ ଅଫିସ୍‌, ୨୨।୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ କୋଇ ସଂରକ୍ଷିତ ଜଙ୍ଗଲରୁ ଗତ ଶୁକ୍ରବାର ଏକ କଲରାପତରିଆ ବାଘର ଗଳିତ ମୃତଦେହ ଠାବ କରାଯିବା ପରେ...

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୪୪ କୁ ବୃଦ୍ଧି ପାଇଛି। ୨ ମୃତକ...

Advertisement
Archives

Model This Week