କଅଁଳ କାନ୍ଧରେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର

କଟକ ଅଫିସ,୫ା୬: ତେର ବର୍ଷର ବାଳକ ରାଜରୋଶନ ଠାକୁର। ପଢ଼ାବହି ବଦଳରେ ତାଙ୍କ କାନ୍ଧରେ ଏବେ ୪ ପ୍ରାଣୀଙ୍କ ଗୁଜୁରାଣ ଭାର। ୨ବର୍ଷ ହେବ ନିଜ ପରିବାର ପାଇଁ ସେ ହିଁ ସାହାରା ପାଲଟିଛନ୍ତି। ବାପା ରମେଶ ଠାକୁର ଦୁଇବର୍ଷ ହେବ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି। ଅସୁସ୍ଥ ଥିବା ମା’ ସଞ୍ଜୁ ଦେବୀ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ନେଫ୍ରୋଲୋଜି ବିଭାଗରେ ୧୮ଦିନ ହେବ ଚିକିତ୍ସିତ ହେଉଛନ୍ତି। ମା’ ଓ ବାପାଙ୍କ ଚିକିତ୍ସା ସମେତ ଦୁଇ ଯାଆଁଳା ଭଉଣୀ ପାୟଲ ଓ ପରୀଙ୍କ ଦାୟିତ୍ୱ ଭାର ମଧ୍ୟ ରାଜରୋଶନଙ୍କ କାନ୍ଧରେ ରହିଛି।
ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ରାଜରୋଶନଙ୍କ ଘର। ବାପା ରମେଶ ଗୁପଚୁପ ବିକି ପରିବାର ଚଳାଉଥିଲେ। ୨ବର୍ଷ ତଳେ ହଠାତ୍‌ ସେ ଅସୁସ୍ଥ ହୋଇପଡ଼ିଲେ। ଅନେକ ଦିନ ଧରି ମେଡ଼ିକାଲରେ ଚିକିତ୍ସା ସତ୍ତ୍ୱେ ସେ ପକ୍ଷାଘାତରେ ଶଯ୍ୟାଶାୟୀ ପାଲଟିଗଲେ। ଏହାପରେ ରାଜରୋଶନ ଓ ମା’ ସଞ୍ଜୁଙ୍କ ଉପରେ ପରିବାର ଦାୟିତ୍ୱ ପଡ଼ିଥିଲା। ରାଜରୋଶନ ଭିକ୍ଷାବୃତ୍ତି କରି ପରିବାର ଚଳାଉଥିଲେ। ସେହି ଅର୍ଥରେ ବାପାଙ୍କ ପଥି, ଦୁଇ ଭଉଣୀଙ୍କ ପଢ଼ାଖର୍ଚ୍ଚ ଉଠୁଥିଲା। ଏହି ପରିବାରର ଦୁଃଖ ଲୋକଲୋଚନକୁ ଆସିବା ପରେ ଯାଜପୁର ଜିଲାପାଳ ସେମାନଙ୍କ ପାଇଁ ମାସିକ ୨ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ। କିନ୍ତୁ ରାଶନ କାର୍ଡ଼ କିମ୍ବା ଅନ୍ୟ କୌଣସି ସରକାରୀ ସୁବିଧା ସେମାନଙ୍କୁ ମିଳୁନାହିଁ। ବହୁ କଷ୍ଟରେ ଥିବାବେଳେ ଏବେ ମା’ ସଞ୍ଜୁ ଦେବୀ ଅସୁସ୍ଥ ହୋଇ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଘରେ ଦୁଇ ଭଉଣୀ ବାପାଙ୍କ ସେବାରେ ଲାଗିଥିବା ବେଳେ କଟକରେ ମା’ଙ୍କ ପାଖରେ ଅଛନ୍ତି ରାଜରୋଶନ। ସରକାରୀ ସହାୟତା ପାଇଁ ଏବେ ରାଜରୋଶନ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି କଳାହାଣ୍ଡି : ୪୪.୫ ଡିଗ୍ରୀ ତାପମାତ୍ରା, ଜନଜୀବନ ଅସ୍ତବ୍ୟସ୍ତ

ଭବାନୀପାଟଣା,୨୭ା୫(ଡି.ଏନ୍‌.ଏ.): ସାରା ରାଜ୍ୟ ପ୍ରବଳ ଗ୍ରୀଷ୍ମତାପରେ ଜଳୁଥିବାବେଳେ ଭବାନୀପାଟଣାରେ ତାପମାତ୍ରା ୪୪.୫ ଡିଗ୍ରୀ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା...

୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା

ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ...

ଆଜି ବିଶ୍ୱ ଐତିହ୍ୟ ଦିବସ: ଐତିହ୍ୟର ସଂରକ୍ଷଣ ସୃଷ୍ଟିକରିଛି ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ଐତିହ୍ୟର ଗନ୍ତାଘର ଓଡ଼ିଶା। କୋଣାର୍କର ସୂର୍ଯ୍ୟମନ୍ଦିର ହେଉ କି ରାଜ୍ୟରେ ରହିଥିବା ବହୁ ପୁରାତନ ରାଜପ୍ରାସାଦ, ସବୁଠି ଦେଖିବାକୁ ମିଳିଥାଏ ଉତ୍କଳୀୟ ଐତିହ୍ୟ...

ଡିଆରଡିଏ କାର୍ଯ୍ୟାଳୟ ଘେରାଉ କଲେ ଗାଁ ସାଥୀ

କେନ୍ଦୁଝର,୭।୧(ସ୍ବ.ପ୍ର.): ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ସମ୍ପାଦନ ପାଇଁ ନିୟୋଜିତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର ଗାଁ ସାଥୀ...

ହୋମ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

କଟକ ଅଫିସ, ୨୩।୩: ବିଦେଶରୁ ଫେରିବା ପରେ ଯେଉଁମାନେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି, ସେମାନେ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ...

କ୍ୱାରାଣ୍ଟାଇନ୍‌ ଥିବା ହୋଟେଲ କର୍ମଚାରୀଙ୍କୁ ଘର ମାଲିକ ହଇରାଣ କଲେ ପଦକ୍ଷେପ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ୩ ହୋଟେଲକୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପରିଣତ...

ମାଟିରେ ମିଶିବାକୁ ଯାଉଛି ବ୍ରିଟିଶ ଅମଳର ଐତିହାସିକ ପାରାଗୁଡି!

ଗଞ୍ଜାମ,୧୫।୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଅନେକ ଐତିହାସିକ ସ୍ଥାନ ମଧ୍ୟରୁ ପାରାଗୁଡ଼ି ଅନ୍ୟତମ l ଏହା ଜୟଶ୍ରୀ ଛକଠାରୁ ଅନୀତି ଦୂର ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରେ...

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୧୩।୮(ନି.ପ୍ର.)-ଗଡଜାତ ପରମ୍ପରା ଅନୁସାରେ ନୂଆଁଖାଇ ଲଗ୍ନ ବୁଧବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି । ଆସନ୍ତା ୨୩ ତାରିଖ ଋଷି...

Advertisement
Archives

Model This Week