Posted inଜାତୀୟ

କଂଗ୍ରେସର ନୂଆ ମୁଖ୍ୟ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ, ୧୦ା୮: କଂଗ୍ରେସର ନୂଆ ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ଶନିବାର ବସିବାକୁ ଥିବା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ନିଷ୍ପତ୍ତି ନିଆଯିବ। ଗତ ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ମେ ମାସରେ ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେଇଥିଲେ। ଗାନ୍ଧୀ ପରିବାରକୁ ଛାଡ଼ି ଏଥର କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତି କରାଯିବ ବୋଲି ୟୁପିଏ ଅଧ୍ୟକ୍ଷା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଥିବାବେଳେ ଦଳରେ ଉତ୍ସାହ ବଢିବାରେ ଲାଗିଛି। କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ର ସର୍ବାଗ୍ରେ ପୂର୍ବତନ ମନ୍ତ୍ରୀ ମୁକୁଲ ଓ୍ବାସ୍‌ନିକ ରହିଥିବା କୁହାଯାଉଛି। ଅତି କମ୍‌ରେ ସାଙ୍ଗଠନିକ ନିର୍ବାଚନ ହେବା ପର୍ଯ୍ୟନ୍ତ ତାଙ୍କୁ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇପାରେ ବୋଲି କୁହାଯାଉଛି। ଅନ୍ୟ ପକ୍ଷରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସଚିନ୍‌ ପାଇଲଟଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ସିଡବ୍ଲ୍ୟୁସି ବୈଠକ ବସିବା ପୂର୍ବରୁ ଶୁକ୍ରବାର ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ ନେତା ଏ.କେ. ଆଣ୍ଟୋନୀ, ଅହମ୍ମଦ ପଟେଲ, କେ.ଭି. ବେଣୁଗୋପଳ ପ୍ରମୁଖ ଏନେଇ ବିସ୍ତୃତ ଆଲୋଚନା କରିଥିଲେ। ତେବେ କାହାକୁ ଦଳର ମଙ୍ଗ ଧରିବା ଲାଗି ବଛାଯିବ ତାହା ଶନିବାର ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତିଳକ ଲଗାଇ ସ୍କୁଲ ଆସିିବାରୁ ଛାତ୍ରୀଙ୍କୁ ନିର୍ଧୂମ ପିଟିଲେ ଶିକ୍ଷକ

ଶ୍ରୀନଗର,୬।୪: ଜମ୍ମୁ-କଶ୍ମୀରର ରାଜୌରିରେ ଏକ ଅଭାବନୀୟ ଘଟଣା ଘଟିଛି। ନବରାତ୍ର ସମୟରେ ମୁଣ୍ଡରେ ତିଳକ ଲଗାଇ ସ୍କୁଲ ଯାଇଥିବା ଜଣେ ଛାତ୍ରୀଙ୍କୁ ଶିକ୍ଷକ ପିଟିଥିବା ଅଭିଯୋଗ...

ବିବାହ ପାଇଁ ମନ୍ଦିରରେ ରଖାଯାଏ ଏଭଳି ସର୍ତ୍ତ…

ଉତ୍ତରାଖଣ୍ଡ ଆଲମୋରାରେ ରହିଛି ଗେଲୁ ଦେବତାଙ୍କ ମନ୍ଦିର। ମନ୍ଦିରରେ ପ୍ରତିଦିନ ବିବାହ ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଏଠାରେ ୪ଶହରୁ ଅଧିକ ବିବାହ ହୋଇଥାଏ। ତେବେ ଏବେ...

ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ...

୨୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୧୫ ହଜାର...

ତେଜସ୍‌ ହେବ ଦେଶର ପ୍ରଥମ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୯ା୭: ଦେଶରେ ଦୌଡ଼ିବ ପ୍ରଥମ ପ୍ରାଇଭେଟ ଟ୍ରେନ। ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ତେଜସ୍‌ ଏକ୍ସପ୍ରେସକୁ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବ।...

ସୁଶାନ୍ତ ମାମଲାରେ ଡ୍ରଗ୍ସ କନେକ୍ସନ: ଆଜି ଦାଖଲ ହେବ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍‌

ମୁମ୍ବାଇ,୫।୩: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ ମାମଲାରେ ଶୁକ୍ରବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏନଡିପିଏସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିବ। ଏହି...

ଚନ୍ଦ୍ରୟାନ-୨ ମିଶନ ବିଫଳ: ମୋଦିଙ୍କୁ ଧରି କାନ୍ଦିଲେ ସିବନ୍‌

ଶ୍ରୀହରିକୋଟା,୭।୯: ଭାରତର ବହୁ ପ୍ରତିକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠର ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି। ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ...

ଗୁଜରାଟ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କରରେ ବିସ୍ଫୋରଣ

ଗାନ୍ଧୀନଗର, ୩୦।୧୨: ଗୁଜରାଟରେ ଏକ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କର ଗୋଦାମରେ ସୋମବାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ କାଣ୍ଡଲା ବନ୍ଦର ଓ ଇଣ୍ଡିଆନ ଅଏଲ୍‌ ରିଫାଇନେରି...

Advertisement
Archives

Model This Week