ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ସାମିଲ ହେଲା ଓଡ଼ିଶା

ଭୁବନେଶ୍ୱର,୨।୬(ବ୍ୟୁରୋ): ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନରେ ଓଡ଼ିଶା ସାମିଲ ହେଲା। ସିକିମ, ମିଜୋରାମ ସହିତ ଓଡ଼ିଶାକୁ କେନ୍ଦ୍ର ସରକାର ଇଣ୍ଟିଗ୍ରେଟ୍‌ ମ୍ୟାନେଜମେଣ୍ଟ ଅଫ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (ଆଇଏମ୍‌-ପିଡିଏସ୍‌)ସ୍କିମ୍‌ରେ ସାମିଲ କରିଛନ୍ତି। ଏ ନେଇ ସୋମବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶଓ୍ବାନ ଘୋଷଣା କରିଛନ୍ତି। ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ(ଏନ୍‌ଏଫ୍‌ଏସ୍‌ଏ)ରେ ସାମିଲ ଥିବା ହିତାଧିକାରୀ ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ଯୋଜନାରେ ନିଜର ଖାଦ୍ୟ ସାମଗ୍ରୀ ଦେଶର ଯେକୌଣସି ସ୍ଥାନରୁ ନେଇ ପାରିବେ। ହିତାଧିକାରୀଙ୍କର ଆଧାର କାର୍ଡକୁ ଲିଙ୍କ କରିବା ପରେ ଇ-ପିଓଏସ୍‌ ଜରିଆରେ ନିଜର ଖାଦ୍ୟସାମଗ୍ରୀ ନେଇ ପାରିବେ। ଏହି ସୁବିଧା ବର୍ତ୍ତମାନ ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଉପଲବ୍ଧ ହୋଇପାରିବ।
ରାଜ୍ୟ ସରକାର ୨୦୧୯ ସେପ୍ଟେମ୍ବରରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ପରୀକ୍ଷାମୂଳକ ଭାବେ ରାଜ୍ୟ ଭିତରେ ପୋର୍ଟେବିଲିଟି ଆରମ୍ଭ କରିଥିଲେ। ସହରରେ ଥିବା ୨ ଲକ୍ଷ ରାଶନ କାର୍ଡକୁ ଆଧାର ସଂଯୋଗ କରାଯାଇଥିଲା। ବିଏମ୍‌ସି ଅଞ୍ଚଳରେ ଥିବା ୧୧୭ଟି ସାଧାରଣ ବଣ୍ଟନ କେନ୍ଦ୍ର (ପିଡିଏସ୍‌)ଗୁଡିକୁ ଅନ୍‌ଲାଇନ କରାଯାଇ ଖାଦ୍ୟଶସ୍ୟ ବଣ୍ଟନ କରାଯାଇଥିଲା। ଏହା ସଫଳ ହୋଇଛି। ବିଏମ୍‌ସିର ରାଶନକାର୍ଡ ତାଲିକାକୁ ସିକିମ ସହ ଲିଙ୍କ୍‌ କରାଯାଇ ପରୀକ୍ଷା କରାଯାଇଛି। ଏହା ସଫଳ ହୋଇଛି। ବିଏମ୍‌ସି ଏନ୍‌ଏଫ୍‌ଏସ୍‌ଏ ହିତାଧିକାରୀ ଦେଶର ଯେକୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରୁ ରାଶନ ନେଇପାରିବେ। ଆଗାମୀ ଦିନରେ ଆଉ ଦୁଇ ତିନି ଥର ଏଭଳି ପରୀକ୍ଷା କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବିଏମ୍‌ସିରେ ଅନ୍‌ଲାଇନ ଖାଦ୍ୟଶସ୍ୟ ବଣ୍ଟନ ସଫଳ ହେବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୧୩ଟି ସହରାଞ୍ଚଳରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ସହରାଞ୍ଚଳଗୁଡ଼ିକର ଡାଟା ସଂଯୋଗ ହେବା ପରେ ଗ୍ରାମାଞ୍ଚଳକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟିଆ ହେଲ୍ପଲାଇନ୍‌ ନମ୍ବର ୧୦୯୮ ଜାରି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବର୍ତ୍ତମାନ କରୋନାରେ ଅନେକ ପରିବାରରେ ମାତାପିତାଙ୍କ କୋଭିଡ୍‌ରେ ମୃତ୍ୟୁ ହେବା କିମ୍ବା ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ସେମାନଙ୍କ ପିଲାମାନେ ଅନାଥ...

‘ଅରୁଆ’, ‘ଛାତ’ ଯୋଜନାରେ ବଢ଼ିବ ଭୂତଳ ଜଳ

ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ,୨ା୧୧: ରାଜ୍ୟର ୧୮ ଜିଲାର ୫୨ ବ୍ଲକରେ ଭୂତଳ ଜଳ ହ୍ରାସ ପରିମାଣ ସର୍ବାଧିକ । ଏଥିରେ ଖୋର୍ଦ୍ଧା, ଯାଜପୁର ଓ...

କେନ୍ଦୁପତ୍ର ସଂଗ୍ରହ ମୂଲ୍ୟବୃଦ୍ଧି, ଉପକୃତ ହେବେ ୮ ଲକ୍ଷ ତୋଳାଳି

ଭୁବନେଶ୍ୱର,୧୯।୪(ବ୍ୟୁରୋ): କେନ୍ଦୁପତ୍ର ତୋଳାଳିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦୁପତ୍ର ସଂଗ୍ରହ ମୂଲ୍ୟବୃଦ୍ଧି କରିବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ...

ନାବାଳକ ହତ୍ୟା ଘଟଣା: ନ୍ୟାୟ ପାଇଁ ଥାନାରେ ଶୋଇଲେ, ରାସ୍ତାରେ ବସିଲେ

ଭୁବନେଶ୍ୱର,୧୧।୧୧ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ନାବାଳକଙ୍କ ହତ୍ୟା ଘଟଣାକୁ ୫ ମାସରୁ ଅଧିକ ଦିନ ବିତିଲାଣି, ହେଲେ ଏଯାଏ ପୋଲିସ ଚୁପ୍‌ ବସିଛି। ମୃତକଙ୍କ...

ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ୪ ଜଳିଗଲେ, ୪ ଗୁରୁତର

ଖୋର୍ଦ୍ଧା ଅଫିସ,୬ା୩: ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା...

CORONAVIRUS UPDATE: ରାଜ୍ୟରେ ପୁଣି ୧୭୩ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଲା

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି। ତେବେ...

୫ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧ା୭(ବ୍ୟୁରୋ):ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୫ ତାରିଖ ଯାଏ ରାଜ୍ୟର କେତେକ ସ୍ଥାନରେ...

ଆଉ ୩ ଦିନ ଝଡ଼ବର୍ଷା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଝଡ଼ବର୍ଷା ଯୋଗୁ ଗ୍ରୀଷ୍ମ ପ୍ରକୋପ ହ୍ରାସପାଇଛି। ପାରଦ ୩୮ ଡିଗ୍ରୀ ସେଲ୍‌ସିୟସ୍‌ ତଳେ ରହିଛି।...

Advertisement
Archives

Model This Week