Posted inଖେଳ

‘ଓସିଏଲ୍‌’ ପାଇଁ ପ୍ରସ୍ତୁତ ହେଉଛି ଓସିଏ

କଟକ ଅଫିସ,୨୯ା୧୧- ପେସାଦାର କ୍ରିକେଟ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫର୍ମାଟକୁ ଓହ୍ଲାଇବ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)। ପୂର୍ବରୁ ଏଭଳି ଏକ ପଦକ୍ଷେପ ନିଆଯାଇଥିଲା। ୨୦୧୧ ମସିହାରେ ଓସିଏ ପକ୍ଷରୁ ଓଡ଼ିଶା ପ୍ରିମିୟର ଲିଗ(ଓପିଏଲ) ଆରମ୍ଭ ହୋଇଥିବା ବେଳେ ମାତ୍ର ଗୋଟିଏ ସଂସ୍କରଣରେ ହିଁ ଏହି ଟୁର୍ନାମେଣ୍ଟର ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହାଛଡ଼ା ଟୁର୍ନାମେଣ୍ଟକୁ ନେଇ ଅନେକ ବାଦବିବାଦ ମଧ୍ୟ ଦେଖାଦେଇଥିଲା। ପୁଣି ଥରେ ଏଭଳି ଏକ ଟୁର୍ନାମେଣ୍ଟ ଆରମ୍ଭ କରିବାକୁ ଚେଷ୍ଟା କରୁଛି ଓସିଏ। ଏହାର ନାଁ ଓଡ଼ିଶା କ୍ରିକେଟ ଲିଗ୍‌(ଓସିଏଲ) ରଖାଯିବାକୁ ସ୍ଥିର କରାଯାଇଛି। ଓସିଏର ବରିଷ୍ଠ ପଦାଧିକାରୀମାନେ ଏ ନେଇ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଟୁର୍ନାମେଣ୍ଟ ଆୟୋଜନ ଓ ପରିଚାଳନା ନେଇ ନିଷ୍ପତ୍ତି ମଧ୍ୟ ଆଗେଇଲାଣି। ଆସନ୍ତା ଜାନୁୟାରୀରୁ ଓସିଏଲ ପାଇଁ ପ୍ରସ୍ତୁତି ଜୋରଦାର ହେବ ବୋଲି କୁହାଯାଇଛି।
ରାଜ୍ୟ କ୍ରିକେଟରମାନଙ୍କୁ ଚର୍ଚ୍ଚା ପରିସରଭୁକ୍ତ କରିବାର ଆବଶ୍ୟକତା ରହିଛି। କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ଓଡ଼ିଆ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଦର୍ଶିତ କରିବାର ସମୟ ପହଞ୍ଚିଲାଣି। ଅନ୍ୟ ରାଜ୍ୟଗୁଡ଼ିକରେ ଏବେ ବହୁଳ ଭାବେ ପେସାଦାର କ୍ରିକେଟ ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି। ଓସିଏଲ ଆରମ୍ଭ ହେଲେ ଅନେକ ପ୍ରତିଭା ସାମ୍ନାକୁ ଆସିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଅନ୍ୟପକ୍ଷରେ ଓସିଏଲର ପ୍ରାୟୋଜକ ପାଇଁ ଦିଲ୍ଲୀର ଏକ ସଂସ୍ଥା ସହ ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଏପରିକି ଏହି ଟୁର୍ନାମେଣ୍ଟର ସିଧାପ୍ରସାରଣ ନିମନ୍ତେ ଏକ ଜାତୀୟ ଗଣମାଧ୍ୟମ ସହ ଯୋଗାଯୋଗ କରାଯାଇଛି। ଓସିଏଲ ଆୟୋଜନ କରିବାକୁ ଓସିଏ ପ୍ରସ୍ତୁତ ହେଉଛି ବୋଲି ସମ୍ପାଦକ ସଞ୍ଜୟ କହିଛନ୍ତି। ସୂଚନା ଥାଉକି, ୨୦୧୧ ମସିହାରେ ଓପିଏଲ ଟୁର୍ନାମେଣ୍ଟ ହେବା ଦ୍ୱାରା ଅନେକ ପ୍ରତିଭା ପରିଚୟ ପାଇଥିଲେ। ଜଗତସିଂପୁର ସ୍ପାର୍କସ, ୱେଷ୍ଟର୍ନ ସମୁରାଇ ରାଉରକେଲା, ଅନୁଗୋଳ ଟସ୍କର୍ସ, ପୁରୀ ଏମ୍ପରର୍ସ, ବ୍ରହ୍ମପୁର ଭଞ୍ଜବୀର୍ସ, କଟକ ବାରବାଟୀ ଟାଇଗର୍ସ, ବାଲେଶ୍ୱର ବାଘାସ୍‌, କୋଅପରେଟିଭ କିଙ୍ଗସ ଢ଼େଙ୍କାନାଳ, ଭୁବନେଶ୍ୱର ଜାଗୁଆର୍ସ ଓ କାସ୍‌ଭି ପାୱାର ରେଞ୍ଜର୍ସ କେନ୍ଦୁଝର ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୫ଟି ଗ୍ରେଡ୍‌ରେ ଖେଳାଳିମାନେ ନିଲାମରେ ଅଂଶ ଗ୍ରହଣ କରିଥିଲେ। ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ନିଲାମ ରାଶି ଧାର୍ଯ୍ୟ କରାଯାଇଥିଲା। ଓସିଏ ରାଜ୍ୟର ୩୪୧ଜଣ ଖେଳାଳିଙ୍କ ନାମ ନିଲାମରେ ସାମିଲ କରାଇଥିଲା। ଓସିଏଲ ହେଲେ ପୁଣି ଥରେ ରାଜ୍ୟ ଖେଳାଳିମାନଙ୍କ ଭିତରେ ଉତ୍ସାହ ଦେଖାଦେବ। ଶର୍ଟଫର୍ମାଟ କ୍ରିକେଟରେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ରାଜ୍ୟର ଶହଶହ କ୍ରିକେଟର ପାଇବେ ଓ ନିଲାମରେ ମଧ୍ୟ ଭାଗ ନେବେ। ଓସିଏଲ ନିମନ୍ତେ ସମସ୍ତ କାର୍ଯ୍ୟସୂଚୀ ଖୁବଶୀଘ୍ର ପ୍ରକାଶ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କ୍ରିକେଟରଙ୍କୁ କରୋନା

କରାଚି,୨୭।୫: ପାକିସ୍ତାନର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ତୌଫିକ୍‌ ଉମର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର...

ଇତିହାସ ରଚିଲେ ଦୀପିକା କୁମାରୀ

କଲମ୍ବୋ,୩୦।୭: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ। ଶୁକ୍ରବାର ସକାଳୁ ମହିଳା ସିଙ୍ଗଲ୍ସ ତୀରନ୍ଦାଜୀରେ ବିଶ୍ୱର ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୁଷର ପୂର୍ବତନ...

କ୍ରିକେଟକୁ ମିଳିଲା ନୂଆ ମାଲିଙ୍ଗା: ୭ ରନ୍‌ ଦେଇ ନେଲେ ୬ ଉଇକେଟ୍‌

ଶ୍ରୀଲଙ୍କା ପ୍ରସିଦ୍ଧ ବୋଲର୍‌ ଲାସିଥ୍‌ ମାଲିଙ୍ଗା ନିଜ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଥିବା ମାଲିଙ୍ଗା ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ...

ଡ୍ରିମ୍ସ ରଣଜୀ: ଜମ୍ମୁ କଶ୍ମୀରଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୨୨।୧- ଚଳିତ ରଣଜୀ ସିଜିନରେ ଓଡ଼ିଶା ଦଳ ୬ ମ୍ୟାଚ୍‌ ଖେଳିବା ପରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ...

ଭାରତୀୟ ଟିମ୍‌ରେ ସାମିଲ ହୋଇଥିଲେ, ହେଲେ ବିନା ଡେବ୍ୟୁରେ ଦଳରୁ ବାହାର ହୋଇଥିଲେ ଏହି ୩ କ୍ରିକେଟର

ନୂଆଦିଲ୍ଲୀ,୧୦।୨: ଭାରତ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବାକୁ ଅନେକ ଲୋକ ଆଶା ରଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ କିଛି ଭାଗ୍ୟବାନଙ୍କୁ ସୁଯୋଗ ମିଳିଥାଏ। ଭାରତ ଅଣ୍ଡର-୧୯,...

ମୁମ୍ବାଇ ଆକ୍ରମଣକୁ ମନେପକାଇଲେ କ୍ରିକେଟର୍‌

ମୁମ୍ବାଇ,୨୬।୧୧: ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି।ଏହି ଆକ୍ରମଣରେ ମୃତାହତ ହୋଇଥିବା ସମସ୍ତ ନିରୀହ ଲୋକଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ...

ଇଣ୍ଡିଆନ ସୁପରଲିଗ୍‌: ବେଙ୍ଗାଲୁରୁର ପ୍ରଥମ ବିଜୟ

ବାମ୍ବୋଲିମ୍‌,୫।୧୨: ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସି ୧-୦ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଛି। ଗୋଆର ବାମ୍ବୋଲିମ୍‌ସ୍ଥିତ ଜିଏମ୍‌ସି ଷ୍ଟାଡିୟମରେ...

କୁଏତ୍‌ ଉପରୁ ବାସନ୍ଦ ଉଠାଇଲା ଆଇଓସି

ପ୍ୟାରିସ, ୬|୭(ଏଏଫ୍‌ପି)-କୁଏତ୍‌ ଆସନ୍ତା ୨୦୨୦ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବ। ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି (ଆଇଓସି) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। କ୍ରୀଡ଼ା କ୍ଷେତ୍ରରେ ଅଯଥା ସରକାରୀ...

Advertisement
Archives

Model This Week