ଓଲଟି ପଡ଼ିଲା ଯାତ୍ରୀବାହୀ ଅଟୋ

ଦେବଗଡ,୨୬।୩(ଡି.ଏନ.ଏ.): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଖିଲେଇ ଗ୍ରାମରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି। ସେଥିରେ ବସିଥିବା ୪ ଜଣ ମହିଳାଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ନୂଆଁଲୋଇ ଗ୍ରାମର ଏକ ପରିବାର ତାଙ୍କର ଜଣେ ସମ୍ପର୍କୀୟାଙ୍କୁ ପିଠା ଖୁଆଇବା ପାଇଁ ନୂଆଁଡିହି ଗ୍ରାମର ଏହି ଅଟୋ ଭଡା କରି ତିଲେଇବଣି ବ୍ଲକ ଚେପିଲି ପଞ୍ଚାୟତ ଅଧୀନ କୁଶପଙ୍ଗା ଗ୍ରାମକୁ ଆସୁଥିଲେ। ତେବେ ଅଟୋଟି ଖିଲେଇ ଛକରେ ପହଞ୍ଚିବା ସମୟରେ ରାଞ୍ଚତ୍-ବିଜୟୱାଡା ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସେଥିରେ ବସିଥିବା ନୂଆଲୋଇ ଗ୍ରାମର ସବିତା ଅମାତ(୨୫), ଚକ୍ରଧରପୁର ଗ୍ରାମର ପ୍ରମିଳା ଉଦାବର(୬୦), ନିରୁ ଉଦାବର(୩୫), ଟୁନି ଉଦାବର ଓ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦେବଗଡ ଜଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ, ପକ୍କାରାସ୍ତା, ବିଦ୍ୟୁତ୍‌ରୁ ବଞ୍ଚିତ

ଖଜୁରିପଡା,୨୦ା୫(ଡି.ଏନ.ଏ.)-କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ବିଲାବାଡି ପଞ୍ଚାୟତର ମେଣିଆଁକୋଠି ଗାଁ। ଜଙ୍ଗଲ ଘେରା ଏହି ଗାଁରେ ୧୫ ପରିବାର ରହୁଥିବାବେଳେ ଜନସଂଖ୍ୟା ୬୦ରୁ ୭୦। ସ୍ବାଧୀନତାର...

ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା

ସଜନାଗଡ଼, ୨୫।୧(ଡି.ଏନ.ଏ.)-ନୀଳଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ନୀଳଗିରି ଜେଲ୍‌ରୋଡ଼ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପ୍ରକଳ୍ପସ୍ତରୀୟ ପରିଚାଳନା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ସ୍ଥାନୀୟ...

ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ: ‘ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚୁ’

ଜଗତ୍‌ସିଂହପୁର ଅଫିସ୍‌,୬ା୨: ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଯୋଜନାଗୁଡିକ ଲୋକଙ୍କ ନିକଟରେ ପହଞ୍ଚିବା ଦରକାର। ଏଥିରୁ ଯେପରି କେହି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ...

ଧାନରେ ସାଆରା ରୋଗ: ଚାଷୀ ଆତଙ୍କିତ

କର୍ଲାମୁଣ୍ଡା,(ଡି.ଏନ୍‌.ଏ): ୮।୧୨: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଚାଷୀ ଧାନ ଅମଳ ସମୟରେ ‘ସାଆରା’ ରୋଗ ଆକ୍ରମଣ ଯୋଗୁ ଆତଙ୍କିତ ହୋଇଛନ୍ତି। ଚଳିତବର୍ଷ ବ୍ଲକରେ ଜୁନ,...

ଜ୍ୱର, ଝାଡ଼ାବାନ୍ତିରେ ୪୯ ଆକ୍ରାନ୍ତ

ବନ୍ତଳା, ୨୫ା୨(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟରେ ସୋମବାର ଜ୍ୱର, ଝାଡାବାନ୍ତି ବ୍ୟାପିଛି। ଝାଡାବାନ୍ତିରେ ୧୨ ଜଣ...

ଶ୍ରୀମନ୍ଦିର ସୂଚନା କେନ୍ଦ୍ର ହେବ ଯାତ୍ରୀ ସହାୟତା କେନ୍ଦ୍ର

ପୁରୀ ଅଫିସ, ୩୧ା୭: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ଶ୍ରୀମନ୍ଦିର ସମେତ ପୁରୀ ସହରର ଆଖପାଖ ଏବଂ...

କେନ୍ଦ୍ର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ

କଟକ ଅଫିସ,୨୩ା୧: ଚୌଦ୍ୱାରସ୍ଥିତ ଇଣ୍ଡିଆନ ମେଟାଲ୍‌ସ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ଫା) କମ୍ପାନୀ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ...

ବାଚସ୍ପତିଙ୍କ ଦିଗପହଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ

ଦିଗପହଣ୍ଡି, ୭।୧୧ (ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକକୁ ଶନିବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ବିଭିନ୍ନ...

BGU
Play 250+ Trending Games
Archives

Model This Week

Why Dharitri