ଓଲଟିଲା ଛତିଶଗଡ଼ରୁ ଆସିଥିବା ତୀର୍ଥଯାତ୍ରୀ ବସ୍‌, ୩ ଗୁରୁତର

ନୂଆଗାଁ,୧୧।୩ (ଡି.ଏନ୍‌.ଏ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଡିମିରିଝରୀ ଗ୍ରାମ ନିକଟ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ତୀର୍ଥଯାତ୍ରୀ ବସ୍‌ ଓଲଟି ପଡ଼ିଛି। ଫଳରେ ବସ୍‌ରେ ଥିବା ୪୧ ଯାତ୍ରୀଙ୍କ ମଧ୍ୟରୁ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଘରୋଇ ବସ୍‌ ଚନ୍ଦନ (ନଂ. ସିଜି ୧୧ ଡିବି ୨୬୭୬) ଗୁରୁବାର ଛତିଶଗଡ଼ ଜିଲା ନୋୟାଗଡ଼ ଗ୍ରାମର ୪୧ ଯାତ୍ରୀଙ୍କୁ ନେଇ ପୁରୀ, କୋଣାର୍କ ଆଦି ତୀର୍ଥ ସ୍ଥାନ ଦର୍ଶନ ପାଇଁ ବାହାରିଥିଲା। ଯାତ୍ରୀମାନେ ଦର୍ଶନସାରି ମଙ୍ଗଳବାର ଗ୍ରାମକୁ ଫେରୁଥିବା ବେଳେ ନୂଆଗଁା ବ୍ଲକ ଡିମିରିଝରୀଠାରେ ବସ୍‌ଟି ଭାରସାମ୍ୟ ହରାଇ ରାଜପଥ କଡ଼କୁ ଓଲଟି ପଡ଼ିଥିଲା। ଖବର ପାଇ ନୟାଗଡ଼ ଓ ନୂଆଗାଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାରକରି ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବସ୍‌ରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ଡିମିରିଝରୀ ଗ୍ରାମବାସୀ ଡିମିରିଝରୀ ସ୍କୁଲ ଗୃହରେ ରଖିବା ସହିତ ସେମାନଙ୍କ ଘର ଲୋକଙ୍କ ସହ ଯୋଗାଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୨୫ା୬- ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ହୋଇଛି ା ୫ ବର୍ଷିଆ ପାଠ୍ୟକ୍ରମରେ ନିୟମିତ ପରୀକ୍ଷା ପରିଚାଳନା...

ପଞ୍ଚାୟତ ଆର୍ଥିକ ଦେଣନେଣ ପାଇଁ ବିଡିଓଙ୍କ ପ୍ରତିସ୍ବାକ୍ଷରକୁ ସରପଞ୍ଚ ସଂଘର ବିରୋଧ

ସୋନପୁର, ୮।୩(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସରପଞ୍ଚ ସଂଘର ଏକ ବୈଠକ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସରପଞ୍ଚ ସଂଘ ସଭାପତି...

୪୦ ଛୁଇଁଲା ପାରଦ, ସକାଳୁଆ ହେଲା ଅଫିସ୍‌

ଢେଙ୍କାନାଳ ଅଫିସ, ୧୬।୪: ଢେଙ୍କାନାଳ ଜିଲାରେ ଗତ ଦୁଇଦିନ ହେଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ସହରର ତାପମାତ୍ରା ୪୦ ଛୁଇଁଛି। ପୂର୍ବାହ୍ନ ୧୦ଟାରୁ...

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର

କାଶୀନଗର,୧୮ା୬: ଗଜପତି ଜିଲା କାଶୀନଗର ବ୍ଲକ ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

୪ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫୦୨ କୋଟି ମଞ୍ଜୁର

ଢେଙ୍କାନାଳ ଅଫିସ,୧୩।୮: ଢେଙ୍କାନାଳ ବିଜେଡି କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ...

ନନ୍ଦନକାନନରେ ପୂର୍ଣ୍ଣିମା ଜନ୍ମଦେଲା ଶାବକ

ବାରଙ୍ଗ,୧୫।୨(ଡି.ଏନ୍‌.ଏ.): ପ୍ରାଣୀଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ସୋମବାର ସକାଳେ ନନ୍ଦନକାନନରେ ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷକ ସାଜିଥିବା ସିମ୍ପାଜି ପୂର୍ଣ୍ଣିମା ଗୋଟିଏ ଶାବକକୁ ଜନ୍ମ...

ରାଶନ ନେବା ସମୟରେ ରହୁନି ସାମାଜିକ ଦୂରତା

କୋରୁକୋଣ୍ଡା,୩୦ା୪(ଡି.ଏନ.ଏ): କରୋନାକୁ ଏବେ ସାରା ବିଶ୍ୱ ଚିନ୍ତିତ ରହିଛି। ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ନିୟମ ଜାରି ରହିଛି। ସେଥିରୁ ସାମାଜିକ ଦୂରତର ରକ୍ଷା...

ସାପ କାମୁଡାରେ ଶିଶୁକନ୍ୟା ମୃତ: ସାପ ସହ ଝିଅକୁ ଧରି ହସ୍ପିଟାଲରେ ପରିବାର ଲୋକେ

ଲଙ୍ଗଳେଶ୍ୱର, ୨୮।୧୧(ଡି.ଏନ.ଏ.): ବିଛଣାରେ ମା’ ବାପା ସହ ଶୋଇଥିବା ବେଳେ ୮ ମାସର ଝିଅକୁ କାମୁଡ଼ିଲା ସାପ।  ଝିଅର ଜୀବନ ବଞ୍ଚାଇବା ଆଶାରେ ତାଙ୍କ ବାପା...

Advertisement
Archives

Model This Week