ଓଡ଼ିଶା ବିଧାନସଭାରେ ରେକର୍ଡ: ସୂର୍ଯ୍ୟ ଗଞ୍ଜାମ ଜିଲାରୁ ପଞ୍ଚମ ବାଚସ୍ପତି

ବ୍ରହ୍ମପୁର ଅଫିସ,୩୦ା୫-ବିଜେଡିର ବରିଷ୍ଠ ନେତା ତଥା ଅତୀତର ମୋହନା ଓ ବର୍ତ୍ତମାନର ଦିଗପହଣ୍ଡି ସେଗ୍‌ମେଣ୍ଟରୁ ଲଗାତର ଭାବେ ସାତ ଥର ବିଧାୟକ ଏବଂ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ୫ ଥର ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିବା ସୂର୍ଯ୍ୟ ନାରାୟଣ ପାତ୍ର ଚଳିତ ବିଧାନସଭାର ବାଚସ୍ପତି ହେବେ। ଫଳରେ ଗଞ୍ଜାମ ଜିଲାରୁ ବାଚସ୍ପତି ଭଳି ସାମ୍ବିଧାନିକ ଓ ସମ୍ମାନଜନକ ପଦ ପାଇବାରେ ସୂର୍ଯ୍ୟ ହେବେ ପଞ୍ଚମ। ତାଙ୍କୁ ଏଥର ମନ୍ତ୍ରୀ କରାଯାଇ ନ ଥିଲେ ମଧ୍ୟ ମର୍ଯ୍ୟାଦାଜନକ ବାଚସ୍ପତି ପାଇଁ ଘୋଷଣା କରାଯାଇଥିବାରୁ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି ।
ସ୍ବାଧୀନତା ପୂର୍ବରୁ ଏବଂ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ହୋଇଥିବା ଦ୍ୱିତୀୟ ବିଧାନସଭା ନିର୍ବାଚନ ୧୯୪୬ରେ ହୋଇଥିଲା। ବ୍ରହ୍ମପୁର ଆସନ ଖ୍ରୀଷ୍ଟିଆନଙ୍କ ପାଇଁ ସଂରକ୍ଷିତ ଥିବାରୁ ଲାଲ ମୋହନ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ । ସେ ୧୯୫୧-୫୨ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ ୧୯୬୧ରେ ହୋଇଥିବା ତୃତୀୟ ନିର୍ବାଚନରେ ଜିଲାର କୋଦଳା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ। ସେ ବାଚସ୍ପତି ପଦ ପାଇଥିଲେ। ଏହା ପୂର୍ବରୁ ଜଷ୍ଟିସ ପାଣିଗ୍ରାହୀ ୧୯୫୭ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ କଂଗ୍ରେସରୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ।
ସେହିପରି ୧୯୮୦ ନିର୍ବାଚନରେ ଭଞ୍ଜନଗର ବିଧାନସଭା ଆସନରୁ କଂଗ୍ରେସରୁ ବିଧାୟକ ହୋଇଥିଲେ ସ୍ବର୍ଗତ ସୋମନାଥ ରଥ । ସେ ଜିଲାରୁ ତୃତୀୟ ବାଚସ୍ପତି ପଦ ପାଇଥିଲେ । ୧୯୯୫ ନିର୍ବାଚନରେ ଚିକିଟି ସେଗ୍‌ମେଣ୍ଟରୁ ସ୍ବାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିିତା କରି ନିର୍ବାଚିତ ହୋଇଥିବା ଚିନ୍ତାମଣି ଦ୍ୟାନ ସାମନ୍ତରା ଗଞ୍ଜାମ ଜିଲାରୁ ଚତୁର୍ଥ ବାଚସ୍ପତି ହୋଇଥିଲେ। ୨୦୦୦ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ସମ୍ମାନଜନକ ପଦରେ ଥିଲେ। ଏହା ପୂର୍ବରୁ ୧୯୮୫ ନିର୍ବାଚନରେ ଦ୍ୟାନ ସାମନ୍ତରା ଚିକିଟି ଆସନରୁ କଂଗ୍ରେସରୁ ଜିତି ୧୯୯୦ ପର୍ଯ୍ୟନ୍ତ ବିଧାନସଭା ଉପବାଚସ୍ପତି ପଦ ପାଇଥିଲେ । ସ୍ବାଧୀନତା ପୂର୍ବରୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ୧୯୩୭ ଓ ୧୯୪୬ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବ୍ରହ୍ମପୁର ସେଗମେଣ୍ଟରୁ ଭି. ଲକ୍ଷ୍ମୀବାଇ ବିଧାୟିକା ହୋଇଥିଲେ ।
ସେ ୧୯୪୬ରୁ ୧୯୫୧-୫୨ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ଉପ-ବାଚସ୍ପତି ହୋଇଥିଲେ। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଭିଭି ଗିରିଙ୍କ ଭଉଣୀ ଲକ୍ଷ୍ମୀବାଇ। ୧୮ ବର୍ଷ ପରେ ଗଞ୍ଜାମ ଜିଲାରୁ ପୁଣି ବିଧାନସଭା ବାଚସ୍ପତି ହେବେ ସୂର୍ଯ୍ୟ ।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri