Posted inଜାତୀୟ

ଶୁଭିବନି ଏମାନଙ୍କ ସ୍ବର

ନୂଆଦିଲ୍ଲୀ,୩୦ା୫(ଆଇଏଏନ୍‌ଏସ୍‌): ଭାରତର ନିର୍ବାଚନୀ ଇତିହାସରେ ବିଗତ ୩ ଦଶନ୍ଧି ଧରି ସେମାନେ ନିଜ ନିଜ ଦଳର ଦୃଢ଼ ସ୍ବର ପାଲଟିଥିଲେ। ନିଜ ନିର୍ବାଚନମଣ୍ଡଳୀ ତଥା ରାଜ୍ୟର ସ୍ବାର୍ଥ ପାଇଁ ସ୍ବର ଉଠାଉଥିଲେ। କିନ୍ତୁ ନରେନ୍ଦ୍ର ମୋଦି ସରକାରଙ୍କୁ ଏକ ନିର୍ଣ୍ଣାୟକ ଜନାଦେଶ ଦେଇଥିବା ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ପରେ ସପ୍ତଦଶ ଲୋକ ସଭାରେ ସେମାନଙ୍କ ସ୍ବର ଆଉ ଶୁଣିବାକୁ କି ମୁହଁ ଦେଖିବାକୁ ମିଳିବନି। ଜାତୀୟ ରାଜନୀତିକୁ ଏକାଧିକ ଦଶନ୍ଧି ଧରି ପ୍ରଭାବିତ କରିଆସିଥିବା ସେହି ପୁରୁଖା ନେତାଙ୍କ ମଧ୍ୟରେ ରହିଛନ୍ତି, ଭାଜପାର ଲାଲକୃଷ୍ଣ ଆଡ୍‌ଭାନୀ, ମୁରଲୀ ମନୋହର ଜୋଷୀ, ସୁମିତ୍ରା ମହାଜନ ଓ ହୁକୁମ ନାରାୟଣ ଯାଦବ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ା, ଲୋକ ସଭାରେ କଂଗ୍ରେସର ପୂର୍ବତନ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ଉପନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଶାଣିତ ସ୍ବର ମଧ୍ୟ ଗୃହରେ ଆଉ ଶୁଭିବନାହିଁ। ବୟସ ଅଧିକ ହୋଇଥିବା ଦର୍ଶାଇ ବର୍ଷୀୟାନ ଭାଜପା ନେତାମାନଙ୍କୁ ନିର୍ବାଚନରେ ଟିକେଟ ଦିଆଯାଇ ନ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଡ଼ା ସମାଲୋଚକ ଭାବେ ପରିଚିତ ଦେବେଗୌଡ଼ା, ଖାର୍ଗେ ଓ ସିନ୍ଧିଆ ନିଜ ନିଜ ସଂସଦୀୟ ଆସନରେ ପରାଜୟର ମୁହଁ ଦେଖିଛନ୍ତି।
ଲୋକ ସଭାର ବରିଷ୍ଠତମ ସଦସ୍ୟ ଥିଲେ ୯୧ ବର୍ଷୀୟ ଆଡଭାନୀ। ୧୯୯୧ରୁ ବିପୁଳ ଭୋଟ ବ୍ୟବଧାନରେ ଏହି ବର୍ଷିୟାନ ନେତା ଲଗାତର ୫ଥର ଗାନ୍ଧୀନଗର ଆସନରୁ ବିଜୟୀ ହୋଇଥିଲେ। ଆଡ୍‌ଭାନୀ ଏଥର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଲୋକ ସଭା ନିର୍ବାଚନ ଲଢ଼ିବାରେ ଜେଡିୟୁର ରାମ ସୁନ୍ଦର ଦାସ (ହାଜିପୁର,୨୦୦୯)ଙ୍କ ପରେ ସବୁଠୁ ବୟସ୍କ ନେତାର ମାନ୍ୟତା ପାଇଥାନ୍ତେ। ୧୯୯୦ ଦଶକରେ ରାମମନ୍ଦିର ଆନ୍ଦୋଳନ ଓ ରଥଯାତ୍ର୍ରା ପାଇଁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡ୍‌ଭାନୀ ମନେରହିବେ। ଆଡ୍‌ଭାନୀଙ୍କ ବ୍ୟତୀତ ଭାଜପାର ବରିଷ୍ଠ ନେତା ଜୋଷୀ, ମହାଜନ, ଶାନ୍ତାକୁମାର, କଲରାଜ ମିଶ୍ର ଓ ଭଗତ ସିଂ କୋଶୟାରୀ ମଧ୍ୟ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିନାହାନ୍ତି। ୨୦୧୪ରେ କାନପୁର ଆସନରେ ବିଜୟୀ ହୋଇଥିବା ଜୋଷୀ ୧୯୯୧ ଓ ୧୯୯୩ରେ ଭାଜପା ଅଧ୍ୟକ୍ଷ ଥିଲେ। ସେ ବାରାଣସୀରୁ ମଧ୍ୟ ପାର୍ଲାମେଣ୍ଟରେ ପ୍ରତିନିଧିତ୍ୱ କରୁଥିଲେ। ୨୦୧୪ରେ ବାରାଣସୀରେ ନରେନ୍ଦ୍ର ମୋଦିଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଜୋଷୀଙ୍କୁ କାନପୁରରେ ଟିକେଟ ଦିଆଯାଇଥିଲା। ସୁମିତ୍ରା ମହାଜନ ଷୋଡ଼ଶ ଲୋକ ସଭାରେ ବାଚସ୍ପତି ଥିଲେ। ଲୋକ ସଭାରେ ୮ ଥର ପ୍ରତିନିଧିତ୍ୱ କରିଥିବା ମହାଜନ ଏଥର ନିର୍ବାଚନ ଲଢ଼ିନାହାନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ଆସନରୁ ୧୯୮୯ରୁ ନିର୍ବାଚିତ ହୋଇଆସୁଥିବା ଏହି ନେତ୍ରୀ କେନ୍ଦ୍ରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ। ସେହିପରି ନିଜ ବାକ୍‌ଚାତୁରୀ ପାଇଁ ପରିଚିତ ହୁକୁମ୍‌ ନାରାୟଣ ଯାଦବ ୫ ଥର ଏମ୍‌ପି ହୋଇଥିଲେ। ସମାଜବାଦୀ ନେତା ଭାବେ ପରିଚିତ ହୁକୁମ୍‌ ୧୯୭୭ରେ ଲୋକ ସଭାରେ ପ୍ରବେଶ କରିଥିଲେ। ବିହାରର ମଧୁବନୀ ଆସନରୁ ସେ ଏଥର ନିର୍ବାଚନ ଲଢ଼ିନାହାନ୍ତି।
କର୍ନାଟକର ସ୍ବରକୁ ବିଗତ ୩ ଦଶନ୍ଧି ଧରି ଉଠାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ହାରିଯାଇଛନ୍ତି। ଷଷ୍ଠଥର ପାଇଁ ବିଜୟ ଆଶା ବାନ୍ଧିଥିବା ଜେଡିଏସ୍‌ ଅଧ୍ୟକ୍ଷ ଦେବେଗୌଡ଼ାଙ୍କୁ ଟୁମୁକୁର ଆସନରେ ଭାଜପାର ଜି.ଏସ୍‌. ବାସବାରାଜୁ ପରାଜିତ କରିଛନ୍ତି। ମନମୋହନ ସିଂଙ୍କ ନେତୃତ୍ୱାଧୀନ ଉପା ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଏଥର କର୍ନାଟକର ଗୁଲବର୍ଗା ଆସନରେ ହାରିଯାଇଛନ୍ତି। ଭାଜପାର ଉମେଶ ଜି. ଯାଦବ ତଙ୍କୁ ୯୫,୪୫୨ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। କଂଗ୍ରେସର ଯୁବ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରଥମଥର ପାଇଁ ନିଜ କ୍ୟାରିୟରରେ ପରାଜୟ ସ୍ବୀକାର କରିଛନ୍ତି। ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଭାବେ ପରିଚିତ ସିନ୍ଧିଆଙ୍କୁ ଭାଜପାର କ୍ରିଷ୍ଣା ପାଲ ଯାଦବ ମଧ୍ୟପ୍ରଦେଶର ଗୁନା ଆସନରେ ହରାଇ ଦେଇଛନ୍ତି। ସେହିପରି କଂଗ୍ରେସର ତାରିକ୍‌ ଅନ୍‌ଓ୍ବର ତାଙ୍କ ପାରମ୍ପରିକ ଆସନ ବିହାରର କଟିହାରରୁ ପରାଜିତ ହୋଇଛନ୍ତି। ଶିବସେନାର ଅନନ୍ତ ଗୀତେଙ୍କୁ ସିପିଆଇଏମ୍‌ର ମହମ୍ମଦ ସଲିମ୍‌ ହରାଇଛନ୍ତି। ଅନେକ ହେଭିଓ୍ବେଟ୍‌ ପରାଜିତ ହୋଇଥିବାବେଳେ ୩୦୦ ନୂଆମୁହଁ ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri