ଓଡ଼ିଶାରେ ମହିଳା ଅଧିକ ସଶକ୍ତ

ବ୍ରହ୍ମପୁର ଅଫିସ, ୮ା୩: ନାରୀ ଶିକ୍ଷା ଗବେଷଣା କେନ୍ଦ୍ର ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି ା ବିଶ୍ୱବିଦ୍ୟାଳୟର କୁଳପତି ଗୋବିନ୍ଦ ଜେ. ଚକ୍ରପାଣି ଏଥିରେ ଅଧ୍ୟକ୍ଷତା କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ମହିଳା ଦିବସ ପାଳନ କରିବା ପାଇଁ ୧୯୭୫ ମାର୍ଚ୍ଚ ୮ରେ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ନିଷ୍ପତ୍ତି ନିଆଯାଇଥିଲା ା ଉତ୍ତମ ସମାଜ, ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ବୋଲି କୁଳପତି କହିଥିଲେ। ସେହିପରି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ଶକ୍ତିକୁ ସ୍ବାବଲମ୍ବୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ। ସେମାନଙ୍କ ସମ୍ମାନ ଓ ସ୍ବାଭିମାନ ରକ୍ଷା କରିବା ସହ ସେମାନଙ୍କୁ ସଶକ୍ତୀକରଣ କରିବା ଦିଗରେ ଅନେକଗୁଡିଏ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନିଆଯାଉଛି ା ଅନ୍ୟପକ୍ଷରେ ମହିଳାଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ ନ ଆଣି, ଆମେ ଯେତେ ଦିବସ ପାଳନ କଲେ ମଧ୍ୟ ତାହାର ମହତ୍ତ୍ୱ ରହିବ ନାହିଁ ବୋଲି ଜିଲାପାଳ କହିଥିଲେ। କାର୍ଯ୍ୟକ୍ରମରେ ଜିଲାପାଳଙ୍କ ପତ୍ନୀ ନିର୍ମଳା କୁଲାଙ୍ଗେ ଯୋଗଦେଇ, ସଶକ୍ତ ମହିଳା ମାନଦଣ୍ଡଠାରୁ ମଧ୍ୟ ଶକ୍ତିଶାଳୀ ଏବଂ ବର୍ଣ୍ଣନାଠାରୁ ଆହୁରି ସୁନ୍ଦର ଅଟନ୍ତି। ସବୁକ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ଉତ୍ସାହିତ କରିବା ଆବଶ୍ୟକ ବୋଲି ସେ କହିଥିଲେ ା ନାରୀ ଶିକ୍ଷା ଗବେଷଣା କେନ୍ଦ୍ରର ମୁଖ୍ୟ ପୁଷ୍ପାଞ୍ଜଳି ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଆସି କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

କୋହଲିଙ୍କ ଏହି ସ୍କିଲ୍‌ ଚୋରାଇବାକୁ ଚାହୁଁଛନ୍ତି ଅଭିଷେକ: କହୁ କହୁ କହିଦେଲେ ମନର କଥା

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି…

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?